ସୌରଭିତ ସୃଷ୍ଟି: ପଣ୍ଡିତ ଗୋଦାବରୀଶ ମିଶ୍ର
ପଣ୍ଡିତ ଶ୍ରୀ ଗୋଦାବରୀଶ ମିଶ୍ର, ସତ୍ୟଵାଦୀ ଵନଵିଦ୍ୟାଳୟର ଶିକ୍ଷକ ଥିଵା ସମୟରେ ଦୂର ଅଧିଵାସୀ ଏକ ଛାତ୍ରର ଅକାଳ ଵିୟୋଗରେ ଏହି କଵିତା ‘ଭାଇ’ ଲେଖାଯାଇଥିଲା ।
ମରଣେ ମୁଦି ସେ ନୟନଯୁଗଳ
ଅନ୍ତିମ ତଳପେ ଶୋଇଛି ଭାଇ
ସୋଦର ଵନିତା ତନୟ ସେନେହ
ପରାଣୁ ନିଠୁରେ ଵିସୋରିଦେଇ ।
କୁଟୀରୁ ଅନ୍ତର କରି ନେଇ ତ୍ଵରା
ଶ୍ମଶାନେ ଦେବେ ସେ ତନୁ ଜାଳି
ପ୍ରତିଵାସୀ ଚିର ହୃଦ୍ ଘେନାଘେନି
ନିରଦୟ ଚିତା ଅନଳେ ଢାଳି ।
ତନୟ ଵନିତା କରୁଣ ଵିଳାପେ
ପୂରିଛି ତାପିତ କୁଟୀର ସାରା
ନିତି ଯହିଁ ଖେଳେ ସ୍ନେହ ସୁଧାହାସ
ଵହେ ଆଜି ଶୋକ-ଲୋତକ ଧାରା ।
ଭାଇ ଟି ନୀରଵେ ଠିଆହୋଇ ପାଶେ
ଉଦାସେ କି ଅବା ଭାଳଇ ମନେ
ଯୁଗଳ ଜୀଵନେ କେତେ ତ କାନ୍ଦିଛି
ଲୁହ ନାହିଁ ଆଜି ନୟନ କୋଣେ ।
କରମେ ଵିରାମେ,ଶୟନେ ସପନେ
ଭାଇ ଟା ଏକା ସେ ଧିଆନ ତା’ର
ମୋହନ ନିଵେଶେ ଵହିଯାଏ ହୃଦେ
ସୋଦର ନିସର୍ଗ ସେନେହ ଭାର ।
ଅଧିକୁ ଅଧିକ ବଢ଼ଇ ଵିଳାପ
ଜଣୁ ଜଣେ ଆସି କାନ୍ଦଇ ବସି
ଭାଇ ଟି ନିରଵେ ହୋଇଛି ଠିଆ ତ
ବିନ୍ଦୁ ଵାରି ନେତ୍ରେ ନ ଉଠେ ଭାସି ।
ପ୍ରତିଵାସୀ ଜନେ ଉଠାଇ ଶଵଟି
କୁଟୀରୁ ଅନ୍ତର କଲେକ ତହୁଁ
ଅଶ୍ରୁନୀରେ ଗଲା ତିନ୍ତି ଭାଇ ତନୁ―
‛କି ଲାଗି ଭାଇ ଏ କୁଟୀର ଆଉ’ ?
ଉପସ୍ଥାପନା: ଶିଶିର ସାହୁ ମନୋଜ
Spread the love
admin

Share
Published by
admin
Tags: ଭାଇ

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago