ଲେଖା: ଦେଵ ତ୍ରିପାଠୀ

“ଢଳ ଢଳ ସୁନୀଳ ସରସୀ ଜଳ
ଢଳ ଢଳ ଶ୍ୟାମଳ ନଳିନୀ ଦଳ,
ଢଳ ଢଳ ଭାସ୍କର ରଶ୍ମି ଉଜ୍ଜ୍ବଳ
ତା’ ମଧ୍ୟେ ଢଳ ଢଳ ତୁହି କମଳ ।”

ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା। ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି, ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସେ ଥିଲେ ରାୟବାହାଦୁର ଭକ୍ତକବି ମଧୁସୂଦନ ରାଓ ।

ରୂପ ଓ ସୌନ୍ଦର୍ଯ୍ୟର କବି, ପ୍ରକୃତି ମଧ୍ୟରେ ପ୍ରାଣସଞ୍ଚାରକରି ତା’କୁ ସ୍ୱପ୍ନ ସମ୍ବେଦନଶୀଳ ସତ୍ତା ଭାବରେ ଚିତ୍ରଣ କରିପାରୁଥିବା କବିଶ୍ରେଷ୍ଠ ଥିଲେ ପ୍ରକୃତିର ଉପାସକ, ଭକ୍ତିରସର ଉଦ୍ଗାତା ଥିଲେ ଭକ୍ତକବି ମଧୁସୂଦନ ।

୧୮୫୩ ମସିହା ଶ୍ରୀପଞ୍ଚମୀ ତିଥିରେ ଜନ୍ମିତ ମଧୁସୂଦନ ମୂଳତଃ ମରାଠୀ ରାଜବଂଶୀ ଥିଲେ ମଧ୍ୟ ଜଗନ୍ନାଥ ସଂସ୍କୃତି ଏବଂ ମହାପ୍ରଭୁଙ୍କ ମହିମାରେ ପ୍ରଭାବିତ କାରଣରୁ ହୋଇ ପାରିଥିଲେ ଓଡ଼ିଆ କାବ୍ୟଜଗତରେ ନୂତନ ଭାବର ବାହକ । ଦିବ୍ୟ ଭକ୍ତିଭାବ ଓ ଦର୍ଶନର ଭିତ୍ତିରେ ଓଡ଼ିଆ କାବ୍ୟକବିତାକୁ ଦେଇଛନ୍ତି ନୂତନ ଜୀବନ୍ୟାସ । ପାଠକପ୍ରାଣରେ କବିତା ମାଧ୍ୟମରେ ସୃଷ୍ଟିକରିଥିଲେ ଏକ ନୂତନ ରୁଚି ।

ଛାତ୍ରାବସ୍ଥାରେ ୧୮୬୬ ମସିହାର ନ’ଅଙ୍କ ଦୁର୍ଭିକ୍ଷ ସମୟରେ ଭକ୍ତକବି, ଶହଶହ ଶବ ଓ ନରକଙ୍କାଳ ଦେଖି ହୋଇଥିଲେ ବ୍ୟତିବ୍ୟସ୍ତ । ସେ ସମୟର ପୁରୀର ମହନ୍ତ ନାରାୟଣ ଦାସଙ୍କ ଅନୁରୋଧ କ୍ରମେ ପୁରୀର ମାଜିଷ୍ଟ୍ରେଟ ବକସଉଏଲ ସାହେବ ଦରିଦ୍ର ତଥା ଦୁର୍ଭିକ୍ଷ ପ୍ରପୀଡିତ ଲୋକମାନଙ୍କର ସେବା କରିବା ଏବଂ ସେମାନଙ୍କୁ ଚାଉଳ ବାଣ୍ଟିବା ପାଇଁ ମଧୁସୂଦନଙ୍କ ଉପରେ ଦାୟିତ୍ୱ ଦେଇଥିଲେ । ବାଳକ ମଧୁସୂଦନ ଆନନ୍ଦର ସହିତ ଏହି ଗୁରୁଦାୟିତ୍ୱ ବହନ କରି ସଂଚାଳନ କଲେ । ଜିବଦୟା ଭାବ ତାଙ୍କ ମନରେ ଉଦ୍ରେକ ହେଲା ।

ବାଲେଶ୍ୱରରେ ଭକ୍ତକବି ମଧୁସୂଦନ, ଫକୀରମୋହନ ଓ ରାଧାନାଥଙ୍କ ସାନ୍ନିଧ୍ୟ ଲାଭ କଲେ । ସାହିତ୍ୟ ଚର୍ଚ୍ଚା ଆରମ୍ଭ ହେଲା । ଏମାନେ ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକ ରଚନା କଲେ । ବାଲେଶ୍ୱର ରାଜକୁମାର ବୈକୁଣ୍ଠ ନାଥ ଦେ ଏମାନଙ୍କୁ ପ୍ରୋତ୍ସାହିତ କଲେ । ଜଣେ ସୁଲେଖକ ଭାବେ ମଧୁସୂଦନ ଏଠାରେ ପ୍ରସିଦ୍ଧି ଲାଭ କଲେ ।

ଓଡ଼ିଆ ବର୍ଣ୍ଣମାଳା ପାଇଁ ଉଦ୍ଦିଷ୍ଟ ପ୍ରାଥମିକ ପୁସ୍ତକ ବର୍ଣ୍ଣବୋଧ ପ୍ରତ୍ୟେକ ଓଡ଼ିଆର ଚିରପରିଚିତ । ଏହି ଉପାଦେୟ ବହିଟି କାଳ କାଳ ଧରି ଶିଶୁମାନଙ୍କର ପଠନଯୋଗ୍ୟ ହୋଇ ରହିଅଛି ।

ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ଭକ୍ତକବି କଟକରେ “ଉତ୍କଳ ସାହିତ୍ୟ ସମାଜ” ପ୍ରତିଷ୍ଠା କରିଥିଲେ । ସେ ସାକ୍ଷର ହେଉ କି ନିରକ୍ଷର ହେଉ, ସେ ଓଡ଼ିଶାର ବାସିନ୍ଦା ହେଉ କି ଉପାନ୍ତ ଅଞ୍ଚଳର ବାସିନ୍ଦାହେଉ, ସଂସ୍କୃତି ପୀଠ କଟକ ମହାନଗରୀର ମଧ୍ୟଭାଗରେ ଅବସ୍ଥିତ ଉତ୍କଳ ସାହିତ୍ୟ ସମାଜ ଓଡ଼ିଶାର ସାରସ୍ୱତ ସାଧକମାନଙ୍କର ଏକ ତୀର୍ଥକ୍ଷେତ୍ର କହିଲେ ଅତ୍ୟୁକ୍ତି ହେବନାହିଁ । କଟକ ମହାନଗରୀରେ ଅବସ୍ଥିତ ଭିକ୍ଟୋରିଆ ସ୍କୁଲ (ଭକ୍ତମଧୁ ବିଦ୍ୟାପୀଠ) ମଧ୍ୟ ଓଡ଼ିଶାର ଅନ୍ୟତମ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବରେ ପରିଚିତ । ଭକ୍ତକବି ମଧୁସୂଦନ ବର୍ଣ୍ଣବୋଧର ଲେଖକ ତଥା ଏହି ସାହିତ୍ୟ ଓ ଶିକ୍ଷାନୁଷ୍ଠାନ ଦ୍ୱୟର ପ୍ରାଣପ୍ରତିଷ୍ଠାତା ।

ଭକ୍ତକବି ମଧୁସୂଦନ ରାଓଙ୍କ ରଚନା ଖୁବ ସରଳ ଓ ସୁବୋଧ୍ୟ ଓଡ଼ିଆରେ ଲେଖା । ତାଙ୍କର ମଧୁର ରଚନା ଲାଗି ତାଙ୍କୁ ଭକ୍ତକବି ବୋଲି ଡକାଯାଇଥାଏ । ମଧୁସୂଦନ ଓ ଫକୀର ମୋହନ ସେନାପତିଙ୍କ ଠାରୁ ଓଡ଼ିଆ ଭାଷାର ଆଧୁନିକ ଯୁଗର ଆରମ୍ଭ ହୋଇଛି ବୋଲି କୁହାଯାଏ । “ବସନ୍ତ ଗାଥା”, “ଉତ୍କଳ ଗାଥା”, “ଛାନ୍ଦମାଳା”, “କୁସୁମାଞ୍ଜଳୀ”, “ପ୍ରବନ୍ଧମାଳା”, “କବିତାବଳୀ” ଓ “ସୁଖବୋଧ ଅଭିଧାନ” ଏବଂ “ପଦ୍ମ”, “କୁସୁମାଞ୍ଜଳି” ପରି କାଳଜୟୀ କବିତା ମାନ ରଚନା କରି ସେ ଓଡ଼ିଆ ଭାଷା ଜଗତକୁ ଋଦ୍ଧିମନ୍ତ କରିଛନ୍ତି ଏବଂ ପାଠକମାନଙ୍କ ହୃଦୟରେ ଆଙ୍କିଛନ୍ତି ନିଜର ସ୍ବତନ୍ତ୍ର ପରିଚୟ । “ତୁ ହି ମା’ ଜନମଭୂମି . . “ ପରି ଦେଶାତ୍ମବୋଧକ କବିତା ରଚନା କରି ସେ ପରିଚୟ ଦେଇଛନ୍ତି ନିଜର ଉଛ୍ୱଳ ଦେଶପ୍ରେମର ।

ଅତ୍ୟନ୍ତ ଧର୍ମବିଶ୍ଵାସୀ ଦେବୋପମ ଭକ୍ତକବି ମଧୁସୂଦନ ସତେ ଯେପରି ଜାଣିପାରିଥିଲେ ନିଜର ଶେଷ ସମୟକୁ, ପୂର୍ବରୁ ଘୋଷଣା କରି ମୃତ୍ୟୁ ୧୯୧୨ ମସିହା ଡିସେମ୍ବର ୨୮ ତାରିଖରେ ଅଗଣିତ ସାହିତ୍ୟ ପ୍ରେମୀଙ୍କୁ ଶୋକମଗ୍ନ କରାଇ ପରଲୋକ ଗମନ କରିଥିଲେ ଭକ୍ତକବି ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

4 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

4 weeks ago