ଜଣା ଅଜଣା

ବ୍ରିଟିଶ ମ୍ୟୁଜିୟମ ଓ ଆମ ଜାତି

ଲେଖା: ଶାନ୍ତନୁ ପାଲ
ବ୍ରିଟିଶ ସାମ୍ରାଜ୍ୟ କେବେ ଆରମ୍ଭ ହେଲା, ସଠିକ ଭାବରେ କହିବା କଠିନ, କିନ୍ତୁ ପତନ ନିଶ୍ଚିତ  ଭାବରେ ଦ୍ବିତୀୟ ବିଶ୍ୱଯୁଧ୍ୟ ପରେ ପରେ ଆରମ୍ବ ହୋଇଯାଇଥିଲା ଓ ପାଖା ପାଖି 1960 ବେଳକୁ ସମସ୍ତ କଲୋନୀ ସ୍ୱାଧୀନତା ହାସିଲ କରିଯାଇଥିଲେ ଓ ଏବେତ କର୍ପୂର ଉଡିଯାଇଥିବା କନା ପରି କିଛି ଶୁଖିଲା ସ୍ମୃତି ଏଠିସେଠି ପଡିରହିଛି, ଠିକ ଯେପରି ପୁରୁଣା ଜମିଦାରଙ୍କ ପୁରୁଣା ମହଲର ଉଚ୍ଚ ପିଣ୍ଡା ଉପରେ ପଡିଥିବା ଧୂଳିଖାଉଥିବା ପଲଙ୍କ କିମ୍ବା ସେହିଭଳି କିଛି ଆସବାବପତ୍ର ପରି ।
କିଏ ଜଣେ ଦାର୍ଶନିକ କହିଥିଲେ, ସମୟ ସବୁବେଳେ ସମାନ ଗତିରେ ସବୁଠାରେ ଚାଲେ ନାହିଁ, କେଉଁଠି ଅତ୍ୟନ୍ତ ଦ୍ରୁତ ଆଉ କେଉଁଠି ଅତ୍ୟନ୍ତ ମଂଥର, କିନ୍ତୁ ଯଦି କେତେବେଳେ ସୁଯୋଗ ପାଇବେ, ତେବେ ଥରେ ନିଶ୍ଚିତ ବ୍ରିଟିଶ museumକୁ ଯିବେ, ସେଠି ସମୟ ଆପଣଙ୍କୁ ନିଶ୍ଚିତ ପଛକୁ ନେଇଯିବ ।
ସମୟର ଅନେକ ରୂପ ସେଠି ଦେଖିବାକୁ ପାଇବେ, ସମଗ୍ର ବିଶ୍ୱକୁ 200ରୁ ଅଧିକ ବର୍ଷ ଧରି ଶାସନ କରିବା ବେଳେ, ସୁନା ରୁପା ଟଙ୍କା ପଇସା ଆଣିବା ଛଡା, ବ୍ରିଟିଶ ଜାତି ହୃଦୟ ଖୋଲି ଅନ୍ୟ ସଭ୍ୟତାର କୀର୍ତ୍ତିରାଜିକୁ ଲୁଣ୍ଠନ କରି ଆଣି ଠୁଳ କରିଛି ଏଠି ।  ତାହା ଇଜିପ୍ଟର କେଉଁ ଅତ୍ୟନ୍ତ ଶକ୍ତିଶାଳୀ ରାଜଙ୍କ ଦେହାବଶେଷ ହେଉ ବା ଏସିରିଆ ସଭ୍ୟତାର ସାମ୍ରାଟଙ୍କ ବସ୍ତ୍ର ହେଉ, କିଛିବି ବାଦ ପଡିନି ଏହି ସର୍ଵଗ୍ରାସୀ ଭୋକିଲା ସାମାର୍ଯ୍ୟବାଦୀଙ୍କ ଲୋଲୁପ ଦୃଷ୍ଟିରୁ । କିନ୍ତୁ ଯାହାବି ଆଣିଛି ତାହା  ଅତ୍ୟନ୍ତ ଉତ୍କୃଷ୍ଠ ମାନର ଓ ନିଶ୍ଚିତ ଭାବରେ ସେ ସମୟର ସର୍ବଶ୍ରେଷ୍ଠ ।
ପୁରାତନ ବିଶ୍ୱର ସର୍ବୋକୃଷ୍ଠ ଓ ସର୍ବୋତ୍ତମ ସାମଗ୍ରୀ ମାନେ ହି ଏହି ଯାଦୁଘରେ ସ୍ଥାନ ପାଇଛନ୍ତି, ତେଣୁ ଏପରି ଏକ ସ୍ଥାନରେ ମୋ ଜନ୍ମଭୂମି ଉତ୍କଳ, କଳିଙ୍ଗ ବା ଓଡ୍ରଦେଶରୁ ଲୁଣ୍ଠିତ ସାମଗ୍ରୀମାନଙ୍କ ନିମତେ ଏକ ସ୍ୱତନ୍ତ୍ର ବିଭାଗ ରହିବା ଏକା ଧାରାରେ ଦୁଃଖ ଓ ଗର୍ବର ବିଷୟ ।  ଏହି ବିଭାଗକୁ ଦେଖିବାର ଆଶାରେ ଡିସେମ୍ବର ମାସର ହାଡ଼ ଥରା ଶୀତ ଓ କୁହୁଡି ଭରା ଏକ ସକାଳରେ ୱେଷ୍ଟ ଆକ୍ତନ ଷ୍ଟେସନରୁ ଟ୍ୟୁବ ବା ମେଟ୍ରୋ ଧରି ବାହାରି ପଡିଲି ବ୍ରିଟିଶ Museum ଅଭିମୁଖେ, Totenham ଷ୍ଟେସନରୁ ଓହ୍ଲେଇ ପଚାରି ପଚାରି ଯାଇ ପହଂଚିଲି ସେହି ପ୍ରଖ୍ୟାତ museum ପାଖରେ, ପାଖା ପାଖି 1 ଘଣ୍ଟା ଧାଡିରେ ଠୀଆ ହୋଇ security ଯାଞ୍ଚ ଦେଇ ଭିତରକୁ ପହଞ୍ଚିବା ବେଳକୁ ଉତ୍ସାହ କିଛି ପରିମାଣରେ କମିଯାଇଥିଲା, କିନ୍ତୁ ଥରେ ଭିତରକୁ ଗଲାପରେ ସବୁ ଦୁଃଖ ଚାଲିଗଲା । ଲାଗିଲା ସମଗ୍ର ବିଶ୍ୱଯେପରି ତୁମ ପାଖରେ, ତୁମ ହାତ ପାହାନ୍ତରେ ।
ଗ୍ରୀକ, ଇଜିପ୍ଟର, ଆସିରିଆ, ବାବିଲୋନିଆ, ଏସିଆ, ଚୀନ, ଉତର ଆମେରିକା, ଆଫ୍ରିକା, ଇଉରୋପ, ଏସିଆ, ପ୍ରଶାନ୍ତ ମହାସାଗରୀୟ ଦୀପପୁଞ୍ଜର ସଭ୍ୟତା ଗୋଟିଏ ଛାତତଳେ ବିଦ୍ୟମାନ । ରାଜାରାଣୀ, ସମ୍ରାଟ, ସାମ୍ରଞି, ନର୍ତ୍ତକୀ, ନର୍ତ୍ତକ, ମୂର୍ତ୍ତିକାର, ଶିକ୍ଷକ, ସୈନିକ, କୃଷକ, ସାଧାରଣ ନରନାରୀ, ପଶୁପକ୍ଷୀ, ବୃକ୍ଷଲତା ସମସ୍ତେ ବିଦ୍ୟମାନ ବିଭିନ୍ନ ରୂପ ରଙ୍ଗ ଓ କାହାଣୀ ରୂପରେ, ଏକ ପ୍ରାଙ୍ଗଣରୁ ଓ ଅନ୍ୟ ଏକ ପ୍ରାଙ୍ଗଣକୁ ଚାଲିଗଲେ ଲାଗିବ ଯେପରି ତୁମ ସମୟ ଏକ ପୃଷ୍ଠା ଡେଇଁ ଆଉ କେଉଁ ଏକ କାଳଖଣ୍ଡ ମଧରେ ପ୍ରବେଶ କରୁଛ ।
ମିଶରର ମହାନ ମହାନ ସମ୍ରାଟଙ୍କ ଶବଧାର ବା mummy ମନରେ ଯେତିକି କୌତୁହଳ ଜାଗ୍ରତ କରେ, ତାହା  ପାଖରେ ଥିବା  କେଉଁ ଏକ ଅଜ୍ଞାତ ବାଳକର କୁନି ଶବଧାରକୁ ଦେଖିଲେ ଆଖିରେ ଲୁହ ଅସିଯାଏ । ଗ୍ରୀକ ଓ ରୋମାନ ସାମ୍ରାଜ୍ୟର ସମ୍ରାଟମାନଙ୍କର ମୃତ୍ତି ମାର୍ବଲରେ ଏତେ ନିଖୁଣ ଭବରେ ଖୋଦିତ, ଲାଗିବ ଯେପରି ଏଇ ମାତ୍ର ଅଭିଶାପ ପାଇ ପାଷାଣରେ ପରିବର୍ତିତ ହୋଇଛନ୍ତି ।
ଏହି ମହାନ ମହାନ ସଭ୍ୟତାର ମଧ୍ୟରେ ଏସିଆ ମହାଦେଶ ପାଇଁ ଏକ ପ୍ରକାଣ୍ଡ ଭାଗ ସଂରକ୍ଷିତ ହୋଇରହିଛ ଓ ତାହାର ମଧ୍ୟରେ ମୋ ପ୍ରଦେଶ କଳିଙ୍ଗ ବା ଓଡିଶା ନିମତେ ପୁରା ଏକ ବିଭାଗ ଅଛି, ଯାହା ଆଗରେ ଲେଖା ହୋଇଛି, “Everything vanishes with time , but only a monuments fame will last for ever ” –shilpaprakash, ad 1000 to 1100. ଉପରଲିଖିତ ଧାଡି କେତୋଟି, ଏକ ଆକ୍ରାନ୍ତ ସାମ୍ରାଜ୍ୟବାଦୀ ଜାତିର ମୋ ଜାତିପ୍ରତି ସମ୍ମାନକୁ ସୂଚାଇ ଦେଉଛି ।
କିଛି ଚିତ୍ର ଉତ୍ତୋଳନ କରି ଆଣିଛି ସେହି ବିଭାଗରୁ, କୋଣାର୍କର ନବଗ୍ରହ ମୂର୍ତ୍ତିଙ୍କ ଠାରୁ ଆରମ୍ଭ କରି ଗଜଦନ୍ତରେ ଖୋଦିତ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ସବୁ ସେଠାରେ ବିଦ୍ୟମାନ । ହୁଏତ ଏହାକୁ ଦେଖିଲେ, କେଉଁ ଏକ ଓଡ଼ିଆ ମନରେ ସ୍ୱାଭିମାନ ଜାଗ୍ରତ ହେବ, ସେହିଦିନ ମୋ ପରିଶ୍ରମ ସାର୍ଥକ ହୋଇଯିବ । ସତ କହିଲେ ଭାଷା ନାହିଁ ଏହି ମୂର୍ତ୍ତିମାନଙ୍କୁ ବର୍ଣ୍ଣନା କରିବା ପାଇଁ ।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

18 hours ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

1 month ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago