ସୌରଭିତ ସୃଷ୍ଟି: କବିକୁଳକଞ୍ଜ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ
~ ବୈଦେହୀଶ ବିଳାସ ~
ମହାକାବ୍ୟ “ବୈଦେହୀଶ ବିଳାସ” ମହାକବି କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ସର୍ବଶ୍ରେଷ୍ଠ ଅବଦାନ। ଭାବର ଗାମ୍ଭୀର୍ଯ୍ୟରେ, ଭାଷାର ମାଧୁର୍ଯ୍ୟରେ, ଛନ୍ଦର ଲାଳିତ୍ୟରେ, ଅପରୂପ ଶବ୍ଦବିନ୍ୟାସ ଓ ଆଳଙ୍କାରିକ ଶୈଳୀରେ ଏହା ପ୍ରାଚୀନ ଉତ୍କଳ ସାହିତ୍ୟର ଏକ ଅମୂଲ୍ୟ ରତ୍ନ। କେବଳ ଉତ୍କଳ ସାହିତ୍ୟ କାହିଁକି, ବିଶ୍ବସାହିତ୍ୟରେ ଯେ ଏହାର ସ୍ଥାନ ଅତି ଉଚ୍ଚରେ, ଏହା ସମସ୍ତେ ମୁକ୍ତ କଣ୍ଠରେ ସ୍ୱୀକାର କରିବେ।
ମହାକାବ୍ୟ ବୈଦେହୀଶ ବିଳାସର ପ୍ରଥମ ଛାନ୍ଦର ପ୍ରଥମ ପଦ‌। କବିସମ୍ରାଟ ଉକ୍ତ ପଦରେ ଉଭୟ ଭଗବାନ ବିଷ୍ଣୁ ଓ ସୂର୍ଯ୍ୟ‌ଙ୍କ ସ୍ତୁତି ବନ୍ଦନା ପୂର୍ବକ ବର୍ଣ୍ଣନା କରିଛନ୍ତି। ଏଠାରେ ଅଭଙ୍ଗ ଶ୍ଳେଷର ଅତି ଚମତ୍କାରିକ ପ୍ରୟୋଗ ହୋଇଛି।
~ ବୈଦେହୀଶ ବିଳାସ ~
ବନ୍ଦଇ ଦୀ(ଦି)ନବାନ୍ଧବ ହରି ଯେ ତମଚକ୍ର ଖଣ୍ଡନକାରୀ
ସଦା କମଳାନନ୍ଦ ବିସ୍ତାରି ସ୍ୱଭାବେ ଈନ ଯେ ।
ବିଭୁ ଅନନ୍ତ-ଅଙ୍କ-ବିହାରୀ କର ପ୍ରତାପ ଯାର ସଞ୍ଚରି
ନିଶାଚରଙ୍କ ଉଲ୍ଲାସ ହରି ପୂଜେ ସୁମନ ଯେ ।
ବଇନତେୟ ଯାହା ଅଗ୍ରତେ ସ୍ଥିତ ଯେ ।
‌ ବଇକୁଣ୍ଠ-ପକ୍ଷକ-ଲୋକ ତୋଷିତ ଯେ ।
ବିକାଶ ଅଖଣ୍ଡିତ ମଣ୍ଡଳେ ସିଂହଭାବରେ କ୍ରିଡିତ କାଳେ
ଭବେ ତରଣି ହୋଇ ମଞ୍ଜୁଳେ ଗିରି ଉଦିତ ଯେ। (୧)
ଉକ୍ତ ପଦରେ ଦୀ(ଦି)ନବାନ୍ଧବ, ତମଚକ୍ର-ଖଣ୍ଡନକାରୀ, କମଳାନନ୍ଦ, ଈନ, ଅନନ୍ତ-ଅଙ୍କ-ବିହାରୀ, କର ପ୍ରତାପ, ନିଶାଚର, ବଇନତେୟ, ବଇକୁଣ୍ଠ-ପକ୍ଷକ-ଲୋକ, ଅଖଣ୍ଡିତ ମଣ୍ଡଳେ, ସିଂହଭାବରେ, ତରଣି, ଗିରି ଉଦିତ ଇତ୍ୟାଦି ଶ୍ଳିଷ୍ଟପଦ ଅଟେ, ଯାହା କି ଦ୍ବିଅର୍ଥ ବହନ କରେ।
~ ଶବ୍ଦାର୍ଥ ~
ଦୀ(ଦି)ନବାନ୍ଧବ— ଭଗବାନ ବିଷ୍ଣୁ ଏବଂ ଅନ୍ୟ ଅର୍ଥରେ ସୂର୍ଯ୍ୟ।
ତମଚକ୍ର ଖଣ୍ଡନକାରୀ— ଯିଏ ରାହୁକୁ ନାଶ କରିଥିଲେ, ଅନ୍ୟ ଅର୍ଥରେ ଯିଏ ଅନ୍ଧକାରକୁ ବିନାଶ କରନ୍ତି।
କମଳାନନ୍ଦ ବିସ୍ତାରି— ଯିଏ ଲକ୍ଷ୍ମୀଙ୍କ ଆନନ୍ଦ ବଢାନ୍ତି, ଅନ୍ୟ ଅର୍ଥରେ ଯିଏ ପଦ୍ମ ସମୂହର ଆନନ୍ଦ ବଢାନ୍ତି।
ଈନ— ଗୋଟିଏ ଅର୍ଥ ଲକ୍ଷ୍ମୀପତି ଅନ୍ୟ ଅର୍ଥରେ ସୂର୍ଯ୍ୟ।
ଅନନ୍ତ-ଅଙ୍କ-ବିହାରୀ— ଅନନ୍ତ ନାଗ କୋଳରେ ଯେ ବିହାର କରୁଥାନ୍ତି, ଅର୍ଥାତ୍ ଭଗବାନ ବିଷ୍ଣୁ। ଅନ୍ୟ ଅର୍ଥରେ ଯେ ଆକାଶ ମଣ୍ଡଳେ ବିହାର କରୁଥାନ୍ତି, ଅର୍ଥାତ୍ ସୂର୍ଯ୍ୟ।
କର ପ୍ରତାପ— ଗୋଟିଏ ଅର୍ଥ ବାହୁ ପରାକ୍ରମ, ଅନ୍ୟ ଅର୍ଥଟି ତେଜ ପରାକ୍ରମ।
ନିଶାଚର— ଗୋଟିଏ ଅର୍ଥ ରାକ୍ଷସ, ଅନ୍ୟ ଅର୍ଥଟି ପେଚା।
ବଇନତେୟ— ଗୋଟିଏ ଅର୍ଥ ଗରୁଡ, ଅନ୍ୟ ଅର୍ଥରେ ଅରୁଣ।
ବଇକୁଣ୍ଠ-ପକ୍ଷକ-ଲୋକ— ବିଷ୍ଣୁ ଭକ୍ତ ଲୋକ, ଅନ୍ୟ ଅର୍ଥରେ ଇନ୍ଦ୍ର ଯାହାଙ୍କର ସାହାଯ୍ୟକାରୀ।
ଅଖଣ୍ଡିତ ମଣ୍ଡଳେ— ସମଗ୍ର ବ୍ରହ୍ମାଣ୍ଡରେ ଅନ୍ୟ ଅର୍ଥରେ ପୂର୍ଣ୍ଣ ଗୋଲାକାର ଭାବରେ।
ସିଂହଭାବରେ— ଗୋଟିଏ ଅର୍ଥ ନୃସିଂହ ଅବତାରରେ, ଅନ୍ୟ ଅର୍ଥଟି ସିଂହ ରାଶିରେ।
ତରଣି(ଣୀ)— ଗୋଟିଏ ଅର୍ଥ ନୌକା, ଅନ୍ୟ ଅର୍ଥଟି ସୂର୍ଯ୍ୟ।
ଗିରି ଉଦିତ— ନୀଳଗିରିରେ ପ୍ରକାଶିତ, ଅନ୍ୟ ଅର୍ଥରେ ଉଦୟଗିରିରେ ପ୍ରକାଶିତ।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago