ଅନ୍ୟାନ୍ୟ

ବେଳଥାଉ ଚେତ ବଞ୍ଚୁ ଉତ୍କଳ

ବେଳଥାଉ ଚେତ ବଞ୍ଚୁ ଉତ୍କଳ

ଲେଖା: ସନ୍ତୋଷ ପଟ୍ଟନାୟକ

 

କବି ସନ୍ତୋଷ ପଟ୍ଟନାୟକ I ଆମ ସମୟର ଜଣେ ଉଦୀୟମାନ କବି, ମାଟି ମା’ର ବନ୍ଦନା ଆଉ ତାଙ୍କରି ମନର ବେଦନା ଉତ୍କଳ ମାଟିକୁ ନେଇ ବେଳଥାଉ ଚେତ ବଞ୍ଚୁ ଉତ୍କଳ କବିତାରେ . .

ଓଡ଼ିଆର ସ୍ପର୍ଦ୍ଧା ପାଇଁ ନିଖୋଜ ସୁଭାଷ
କୁଟ ଖେଦେ ବନ୍ଧା ଏଠି ବିର୍ସାର ବାସ
କୃଷ୍ଣ ଭଞ୍ଜ ଆଜି ଏଠି ଅଖୋଜା ଅଲୋଡ଼ା
ସମୟ ତାଳରେ ଉଡ୍ର ହେଲା ଗଡ଼ଗଡ଼ା ॥

ଗଙ୍ଗାଧର ରଚିଗଲେ ଓଡ଼ିଆ ସାହିତ୍ୟ
ତାଙ୍କରି ଦାୟଦ ଭଣେ କୋଶଳ ପାଣ୍ଡିତ୍ଯ
କିବା ପ୍ରୟୋଜନ କିସ ଏଇ ଆଭିଜାତ୍ୟ !
ତୁଚ୍ଛା ପଣ କାହୁଁ ଅଛି ଆତ୍ମିୟତା ଚିତ୍ତ ॥

ଯାହା ବଳିଦାନେ ସୃଷ୍ଟି ସ୍ବାଭିମାନ ରାଜି
ଜାତୀୟତା ସ୍ତରେ ତାହା କାହିଁ ନାହିଁ ଆଜି
କାହିଁ ବକ୍ସି ଜୟୀ ଆଉ ଚକରା ଓ ବାଜି
କାହିଁପାଇଁ ତାଙ୍କ ଗୁଣ ପାରୁନାହଁ ଭଜି ! ॥

ସିଂହଭୂମି, ଧଳଭୂମି, ଛୋଟନାଗପୁର
ବସ୍ତର, ଶ୍ରୀପୁର ସିରିୟା, ଅମ୍ବିକାପୁର
ଶ୍ରୀକାକୁଲମ୍, ମଞ୍ଜୁଷା ଆଉ ଟିକାଲି
ଭୁଲିଗଲୁ କିବା ଏ ଉତ୍କଳ ଅଙ୍ଗ ବୋଲି ! ॥

ବୋଲକରା କାହିଁ ଆଜି ସାଜୁଛି ଏ ଜାତି
କି’କାରଣେ କାର୍ପଣ୍ୟତା ସାଜୁଅଛି ବାଦି
ଦେଖୁନିକି ଆଖି ତବ ଖଣ୍ଡିତ ଉତ୍କଳ
ବିଭଙ୍ଗ ଅଙ୍ଗକୁ ଘେନି ଜନନୀ ଦୁର୍ବଳ ॥

ସବୁ କଥା ଆଜି ଏଠି ହେଲାଣି ପ୍ରାଞ୍ଜଳ
ଭାବି ଭାବି ମୁଣ୍ଡ ନିତି ହୁଏ ଗୋଳମାଳ
ନିଜ ସ୍ପାର୍ଦ୍ଧା ତେଜି ଆଜି ଉଠ ଭାତୃଗଣ
ବେଳ ଥାଉ ଥାଉ ଚେତ ବଞ୍ଚୁ ଏ’ ଉତ୍କଳ

Santosh Kumar Pattanayak

Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 month ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

1 month ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

2 months ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 months ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 months ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 months ago