ଅନ୍ୟାନ୍ୟ

ବେଳଥାଉ ଚେତ ବଞ୍ଚୁ ଉତ୍କଳ

ବେଳଥାଉ ଚେତ ବଞ୍ଚୁ ଉତ୍କଳ

ଲେଖା: ସନ୍ତୋଷ ପଟ୍ଟନାୟକ

 

କବି ସନ୍ତୋଷ ପଟ୍ଟନାୟକ I ଆମ ସମୟର ଜଣେ ଉଦୀୟମାନ କବି, ମାଟି ମା’ର ବନ୍ଦନା ଆଉ ତାଙ୍କରି ମନର ବେଦନା ଉତ୍କଳ ମାଟିକୁ ନେଇ ବେଳଥାଉ ଚେତ ବଞ୍ଚୁ ଉତ୍କଳ କବିତାରେ . .

ଓଡ଼ିଆର ସ୍ପର୍ଦ୍ଧା ପାଇଁ ନିଖୋଜ ସୁଭାଷ
କୁଟ ଖେଦେ ବନ୍ଧା ଏଠି ବିର୍ସାର ବାସ
କୃଷ୍ଣ ଭଞ୍ଜ ଆଜି ଏଠି ଅଖୋଜା ଅଲୋଡ଼ା
ସମୟ ତାଳରେ ଉଡ୍ର ହେଲା ଗଡ଼ଗଡ଼ା ॥

ଗଙ୍ଗାଧର ରଚିଗଲେ ଓଡ଼ିଆ ସାହିତ୍ୟ
ତାଙ୍କରି ଦାୟଦ ଭଣେ କୋଶଳ ପାଣ୍ଡିତ୍ଯ
କିବା ପ୍ରୟୋଜନ କିସ ଏଇ ଆଭିଜାତ୍ୟ !
ତୁଚ୍ଛା ପଣ କାହୁଁ ଅଛି ଆତ୍ମିୟତା ଚିତ୍ତ ॥

ଯାହା ବଳିଦାନେ ସୃଷ୍ଟି ସ୍ବାଭିମାନ ରାଜି
ଜାତୀୟତା ସ୍ତରେ ତାହା କାହିଁ ନାହିଁ ଆଜି
କାହିଁ ବକ୍ସି ଜୟୀ ଆଉ ଚକରା ଓ ବାଜି
କାହିଁପାଇଁ ତାଙ୍କ ଗୁଣ ପାରୁନାହଁ ଭଜି ! ॥

ସିଂହଭୂମି, ଧଳଭୂମି, ଛୋଟନାଗପୁର
ବସ୍ତର, ଶ୍ରୀପୁର ସିରିୟା, ଅମ୍ବିକାପୁର
ଶ୍ରୀକାକୁଲମ୍, ମଞ୍ଜୁଷା ଆଉ ଟିକାଲି
ଭୁଲିଗଲୁ କିବା ଏ ଉତ୍କଳ ଅଙ୍ଗ ବୋଲି ! ॥

ବୋଲକରା କାହିଁ ଆଜି ସାଜୁଛି ଏ ଜାତି
କି’କାରଣେ କାର୍ପଣ୍ୟତା ସାଜୁଅଛି ବାଦି
ଦେଖୁନିକି ଆଖି ତବ ଖଣ୍ଡିତ ଉତ୍କଳ
ବିଭଙ୍ଗ ଅଙ୍ଗକୁ ଘେନି ଜନନୀ ଦୁର୍ବଳ ॥

ସବୁ କଥା ଆଜି ଏଠି ହେଲାଣି ପ୍ରାଞ୍ଜଳ
ଭାବି ଭାବି ମୁଣ୍ଡ ନିତି ହୁଏ ଗୋଳମାଳ
ନିଜ ସ୍ପାର୍ଦ୍ଧା ତେଜି ଆଜି ଉଠ ଭାତୃଗଣ
ବେଳ ଥାଉ ଥାଉ ଚେତ ବଞ୍ଚୁ ଏ’ ଉତ୍କଳ

Santosh Kumar Pattanayak

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago