ଲେଖା: ଅରବିନ୍ଦ ମହାନ୍ତି
ଗୁହାଳଡିହି ଗ୍ରାମ। ଭଞ୍ଜଭୂମଣ୍ଡଳ ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକର ଅନ୍ୟତମ ଏକ ଗ୍ରାମ। ଏହି ଗାଁର ଲୋକମାନେ ମୁଖ୍ୟତଃ ଗରିବ ଆଦିବାସୀ ଶ୍ରେଣୀର ଅଟନ୍ତି। ଶାଳପତ୍ର ବୁଣି ନିଜର ସବୁ ଦିନିଆ ଗୁଜୁରାଣ ମେଣ୍ଟାଇବା ଏମାନଙ୍କ କାର୍ଯ୍ୟ। ଏହି ଗାଁ ସହିତ ଅନ୍ୟ ପାଖାପାଖି ଗାଁର ଲୋକ ମାନଙ୍କର ମଧ୍ୟ ଏହା ସାଧାରଣ ବେଉସା।
ପରିବାରର ସମସ୍ତ ସଦସ୍ୟମାନେ ଏହି କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥାନ୍ତି। ଜଙ୍ଗଲରୁ ଶାଳପତ୍ର ସଂଗ୍ରହ କରିବା ହେଲା ପ୍ରାରମ୍ଭିକ କାର୍ଯ୍ୟ। ଏହାପରେ ଏହାକୁ ବୁଣି ଖରାରେ ଶୁଖାଯାଏ। ଶୁଖାଯିବା ପରେ ଏହାର ପ୍ରସ୍ତୁତିକ୍ରମ ପୂର୍ଣ୍ଣ ହୋଇଥାଏ। ବେପାରୀମାନଙ୍କ ଦରରେ ମୂଲଚାଲ ହେଲା ଏମାନଙ୍କ ପାଇଁ କାଳ। ଠିକ୍ ଦରରେ ତ ବିକା ହୋଇ ପାରେନାହିଁ ହେଲେ କିଛି ପରିମାଣରେ ଗୁଜୁରାଣ ମେଣ୍ଟିଯାଏ।
ସହରୀ ଲୋକମାନଙ୍କ ପାଈଁ ଏହା ନୂଆ ହୋଇପାରେ ହେଲେ ଏହି ଲୋକମାନେ ଏଇଥିରୁ ନିଜ ଗୁଜୁରାଣ ମେଣ୍ଟାଇ ସୁଖରେ ରହୁଛନ୍ତି ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ନୂଆଣିଆଁ ଖପର ଘରେ ଯେଉଁ ସୁଖ ଅଛି ମାର୍ବଲ ପକା ଘରେ ସେ ସୁଖ ନାହିଁ।
~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…
~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…
ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…
~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…
~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…
~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…