ଆମ କଥା

ବୃତ୍ତି ଏ ମୋର ପୋଷେ କୁଟୁମ୍ବ

ଲେଖା: ଅରବିନ୍ଦ ମହାନ୍ତି

ଗୁହାଳଡିହି ଗ୍ରାମ। ଭଞ୍ଜଭୂମଣ୍ଡଳ ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକର ଅନ୍ୟତମ ଏକ ଗ୍ରାମ। ଏହି ଗାଁର ଲୋକମାନେ ମୁଖ୍ୟତଃ ଗରିବ ଆଦିବାସୀ ଶ୍ରେଣୀର ଅଟନ୍ତି। ଶାଳପତ୍ର ବୁଣି ନିଜର ସବୁ ଦିନିଆ ଗୁଜୁରାଣ ମେଣ୍ଟାଇବା ଏମାନଙ୍କ କାର୍ଯ୍ୟ। ଏହି ଗାଁ ସହିତ ଅନ୍ୟ ପାଖାପାଖି ଗାଁର ଲୋକ ମାନଙ୍କର ମଧ୍ୟ ଏହା ସାଧାରଣ ବେଉସା।


ପରିବାରର ସମସ୍ତ ସଦସ୍ୟମାନେ ଏହି କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥାନ୍ତି। ଜଙ୍ଗଲରୁ ଶାଳପତ୍ର ସଂଗ୍ରହ କରିବା ହେଲା ପ୍ରାରମ୍ଭିକ କାର୍ଯ୍ୟ। ଏହାପରେ ଏହାକୁ ବୁଣି ଖରାରେ ଶୁଖାଯାଏ। ଶୁଖାଯିବା ପରେ ଏହାର ପ୍ରସ୍ତୁତିକ୍ରମ ପୂର୍ଣ୍ଣ ହୋଇଥାଏ। ବେପାରୀମାନଙ୍କ ଦରରେ ମୂଲଚାଲ ହେଲା ଏମାନଙ୍କ ପାଇଁ କାଳ। ଠିକ୍ ଦରରେ ତ ବିକା ହୋଇ ପାରେନାହିଁ ହେଲେ କିଛି ପରିମାଣରେ ଗୁଜୁରାଣ ମେଣ୍ଟିଯାଏ।

ସହରୀ ଲୋକମାନଙ୍କ ପାଈଁ ଏହା ନୂଆ ହୋଇପାରେ ହେଲେ ଏହି ଲୋକମାନେ ଏଇଥିରୁ ନିଜ ଗୁଜୁରାଣ ମେଣ୍ଟାଇ ସୁଖରେ ରହୁଛନ୍ତି ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ନୂଆଣିଆଁ ଖପର ଘରେ ଯେଉଁ ସୁଖ ଅଛି ମାର୍ବଲ ପକା ଘରେ ସେ ସୁଖ ନାହିଁ

Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago