ଲେଖା: ଶ୍ରୀକାନ୍ତ ସିଂହ
ପାହାଡ଼ ପର୍ବତର ସବୁଜିମା, ଘଞ୍ଚ ଅରଣ୍ୟ, ମହାନଦୀ ବକ୍ଷର ସୁବିସ୍ତାର ଜଳରାଶି ତଥା ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜି ପାଇଁ ପ୍ରସିଦ୍ଧ ବୌଦ୍ଧ ସହର ଓ ଜିଲ୍ଲା l
କେବଳ ବୌଦ୍ଧ କୀର୍ତ୍ତିରାଜି ନୁହେଁ, ବିଭିନ୍ନ ଧର୍ମଧାରାର ପ୍ରବାହ ଏଠାରେ ଦେଖିବାକୁ ମିଳେ l ବୌଦ୍ଧ, ଶୈବ, ଶାକ୍ତ, ବୈଷ୍ଣବ ମତର ପ୍ରାଚୀନ ଧର୍ମସ୍ଥଳୀମାନ ଏଠାରେ ରହିଛି l ସେଥିମଧ୍ୟରୁ ବୌଦ୍ଧ ସହରରେ ଥିବା ଗୌତମ ବୁଦ୍ଧଙ୍କ ବୁଦ୍ଧନାଥ ପ୍ରତିମା, ରାମେଶ୍ୱର ବା ରାମନାଥ ଶିବ ମନ୍ଦିର ଓ ଭୈରବୀ ମନ୍ଦିର ଅନ୍ୟତମ l
ବୁଦ୍ଧନାଥ: ବୌଦ୍ଧ ରାଜବାଟୀ ନିକଟରେ ଥିବା ବୁଦ୍ଧନାଥ ହେଉଛନ୍ତି ଗୌତମ ବୁଦ୍ଧଙ୍କ ଏକ ବିଶାଳ ପ୍ରତିମା l ଏହି ମୂର୍ତ୍ତି ଟି ଛ’ଫୁଟ ଉଚ୍ଚ ଓ ଚାରି ଫୁଟ ଚଉଡ଼ା ହେବ l ପଦ୍ମାସନରେ ଉପବିଷ୍ଟ ଭୂମିସ୍ପର୍ଶ ଏହି ବୁଦ୍ଧଙ୍କ ପ୍ରତିମାଟି ଖୁଵ ସୁନ୍ଦର ଓ ମୁଖ ମଣ୍ଡଳରେ ଲାବଣ୍ୟର ପରିପ୍ରକାଶ ସୁସ୍ପଷ୍ଟ l ବୁଦ୍ଧଙ୍କ ମୂର୍ତ୍ତିର ଉଭୟପାର୍ଶ୍ଵ କାନ୍ଧର ଉପରି ଭାଗରେ ଦୁଇଟି ଉଡ୍ଡୀୟମାନ ଗନ୍ଧର୍ବର ମୂର୍ତ୍ତି ରହିଛି ଯାହାକି ଏହି ପ୍ରତିମାର ବିଶିଷ୍ଟତା ଦର୍ଶାଉଛି l ମୂର୍ତ୍ତିଟି ଦ୍ଵିତୀୟ ଶତାବ୍ଦୀର ହୋଇଥିବା ଅନୁମାନ କରାଯାଏ l ବୁଦ୍ଧଙ୍କ ଏହି ପ୍ରତିମାର ଉପସ୍ଥିତିକୁ ନେଇ ଆଧୁନିକ ବୌଦ୍ଧ ଜିଲ୍ଲାର ନାମକରଣ ହୋଇଥିବା ଜଣାଯାଏ l
ତିନୋଟିଯାକ ମନ୍ଦିରର ଉଚତା ପ୍ରାୟ ତିରିଶ ଫୁଟ ହେବ ଏବଂ ଅଁଳାବେଢ଼ା ଉପରେ ଥିବା ଦଧିନଉତିର ଆକାର ଖୁଵ ଛୋଟ l ତିନୋଟି ଯାକ ମନ୍ଦିର ଲୋହିତ ବାଲୁପଥରରେ ନିର୍ମିତ l ରେଖ ଶୈଳୀରେ ନିର୍ମିତ ମନ୍ଦିରର ବିମାନକୁ ଛାଡ଼ିଦେଲେ ଜଗମୋହନ, ନାଟମନ୍ଦିର ଓ ମୁଖଶାଳା ଆଦି ନାହିଁ l ଭୂମି ପତ୍ତନରୁ ପାଞ୍ଚଗୋଟି ପାହାଚ ପରେ ମନ୍ଦିରର ପ୍ରବେଶ ଦ୍ୱାର ରହିଛି; ମାତ୍ର ପ୍ରବେଶ ପଥ ଅତି ସଂକୀର୍ଣ୍ଣ l ପ୍ରବେଶ ପଥ ଉପରିଭାଗରେ ନବଗ୍ରହଙ୍କ ପ୍ରତିମା ଦୃଷ୍ଟିଗୋଚର ହୁଏ l କାଳର କରାଳ ସ୍ରୋତରେ କିନ୍ତୁ ମନ୍ଦିର ଗୁଡ଼ିକ କ୍ଷୟପ୍ରାପ୍ତ ଏବଂ କେତେକ ସ୍ଥାନରେ ସୁକ୍ଷ୍ମ କାରୁକାର୍ଯ୍ୟ ଗୁଡ଼ିକ ମଧ୍ୟ ଅସ୍ପଷ୍ଟ l
ଏହି ପରିସରରେ ଅର୍ଦ୍ଧ ନିର୍ମିତ ପ୍ରାଚୀନ ମନ୍ଦିର ସଂଲଗ୍ନ ଏକ ଛୋଟିଆ ମନ୍ଦିରରେ ରାମନାଥ ବା ରାମେଶ୍ୱର ପୂଜା ପାଉଥିବାବେଳେ, ପରିସରସ୍ଥ ଏହି ତିନୋଟି ମନ୍ଦିରରେ ସୋମନାଥ, କପିଳେଶ୍ଵର ଓ ଭୁବନେଶ୍ୱର ନାମରେ ତିନୋଟି ପ୍ରାଣବନ୍ତ ଶିବ ଲିଙ୍ଗ ପ୍ରତିଷ୍ଠିତ ଓ ପୂଜିତ l
ବୌଦ୍ଧ ସହରକୁ ପ୍ରବେଶ କଲାବେଳେ ଜାତୀୟ ରାଜରାସ୍ତାର ଦକ୍ଷିଣ ଦିଗରେ ଏହି ରାମେଶ୍ୱର ମନ୍ଦିର ସମୂହଟି ପରିଷ୍କାର ପରିଛନ୍ନ ଏକ ସୁନ୍ଦର ପରିବେଶରେ ଦଣ୍ଡାୟମାନ l ଏହି ମଧ୍ୟ ଯୁଗୀୟ ଐତିହାସିକ କୀର୍ତ୍ତିରାଜିକୁ ବର୍ଷର ଯେ କୌଣସି ସମୟରେ ଚାହିଁଲେ ବୁଲିଆସିହେବ l
ଭୈରବୀ ମନ୍ଦିର: ଯୋଗୀନ୍ଦ୍ର ଭିଲ୍ଲା ପ୍ୟାଲେସ ବା ବୌଦ୍ଧ ରାଜବାଟୀ ନିକଟରେ ରହିଛି ଭୈରବୀ ମନ୍ଦିର l ବର୍ତ୍ତମାନର ଏହି ଦେଵୀ ମନ୍ଦିରଟି ଏକ ଆଧୁନିକ ନିର୍ମାଣ ହୋଇ ଥିଲେ ବି ଭୈରବୀଙ୍କ ପ୍ରତିମାଟି ବହୁ ପ୍ରାଚୀନ l କେହି କେହି ଏହି ମୂର୍ତ୍ତିଟି କୌଣସି ହିନ୍ଦୁ ଦେବଦେବୀଙ୍କର ନୁହେଁ ବରଂ ବୌଦ୍ଧତନ୍ତ୍ରର କୌଣସି ଦେବୀଙ୍କର ପ୍ରତିମା ବୋଲି କୁହନ୍ତି l ସେ ଯାହାବି ହେଉ ମାଆଙ୍କର ଏହି ପ୍ରତିମାଟି ବହୁ ପ୍ରାଚୀନ ଓ ମା’ ଜଣେ ପ୍ରତାକ୍ଷ ଠାକୁରାଣୀ ବୋଲି ଲୋକଙ୍କ ବିଶ୍ୱାସ ରହିଛି l
~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…
~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…
ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…
ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…
ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…