ସୌରଭିତ ସୃଷ୍ଟି: ସ୍ବଭାବକବି ଗଙ୍ଗାଧର ମେହେର

ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଅମଳିନ ସୃଷ୍ଟି ଏଇ କବିତା ‘ବିଶ୍ବ ଦେଖ ମଧୁମୟ ରେ ଜୀବନ’ ।

ବିଶ୍ବ ଦେଖ ମଧୁମୟ ରେ ଜୀବନ
ବିଶ୍ବ ଦେଖ ମଧୁମୟ
ମଧୁର ଝରଣ କରିବ ହରଣ
ତୋ ପାପ ମରଣ ଭୟରେ ଜୀବନ (ଘୋଷା)

ଜନନୀର ସ୍ନେହ ଜାୟାର ପ୍ରଣୟ
ବୁଧ ବନ୍ଧୁ ସଦାଳାପ,
ଜନକ ଆଦର ଏକ ଏକ ଝର
ତଡ଼ି ଦେଉଛନ୍ତି ତାପ ରେ ଜୀବନ ।

ନବ ନବ କର୍ମ ନବ ନବ ମର୍ମ
ନବ ନବ ଜ୍ଞାନ ପଥ,
ନବୀନ ଆଲୋକେ ଦେଖାନ୍ତି ଏ ଲୋକେ
ମଧୁ ଝର ଶତ ଶତ ରେ ଜୀବନ ।

ମଧୁମୟ ବନେ ମଧୁମୟ ସ୍ବନେ
ଗାଇ ମଧୁମୟ ଗୀତି,
ବିହଙ୍ଗମଗଣ ପୂରାନ୍ତି ଶ୍ରବଣ
ମଧ ଢାଳି ନିତି ନିତି ରେ ଜୀବନ ।

ଦିନେ ଦିନପତି ରାତ୍ରେ ଋଷତତି
ସହିତ କୁମୁଦ ବନ୍ଧୁ,
ବିଚରି ଗଗନେ ଅଖିଳ ଭୂବନେ
ବିତରନ୍ତି ଜ୍ୟୋତି ମଧୁ ରେ ଜୀବନ ।

ମହୀ ମହୀଧରେ ସରିତ ସାଗରେ
ସରେ ବନେ ଉପବନେ,
ଦେଖ ଫୁଲକୁଳ ପଲ୍ଲବ କଲ୍ଲୋଳ
ମଧୁ ମାଖିଛନ୍ତି ଘନ ରେ ଜୀବନ ।

ବିଶ୍ଵନାଥଙ୍କର କରୁଣାକନ୍ଦର
ମଧୁ ଝର ଜନ୍ମସ୍ଥଳ,
ଚାହିଁ ଝର ପ୍ରତି ଉଚ୍ଚେ କଲେ ଗତି
ପାଇବୁ କରୁଣା ବଳ ରେ ଜୀବନ  ।

ହେଲେହେ ତୁ ସାନ କରୁଣା ନିଧାନ
ରାଜ୍ୟରେ କରିଛୁ ବାସ,
ବଢାଇଲେ କର ତାଙ୍କ ଶ୍ରୀପୟର
ଲଭେ ନ ହେବୁ ନିରାଶ ରେ ଜୀବନ ।

ସର୍ପଦଷ୍ଟ ଜନ ମୁଖରେ ଲବଣ
ଦେଲେ ବୋଲି ଥାଏ ମାଟି,
ଜ୍ଞାନଭ୍ରଷ୍ଟେ ମଧୁ ନ ଲାଗିଲେ ସ୍ବାଦୁ
ଜ୍ଞାନଗଦ ପିଅ ବାଟି ରେ ଜୀବନ ।

#ଧ୍ଵନିପ୍ରତିଧ୍ଵନି

ଉପସ୍ଥାପନା:

Spread the love
admin

View Comments

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago