ଜଣା ଅଜଣା

ବାହୁଡାବିହୀନ ରଥଯାତ୍ରା ରୁକୁଣା ରଥ

ଲେଖା: ଅରବିନ୍ଦ ମହାନ୍ତି

କୁହାଯାଏ, ରୁକୁଣା ରଥ ଅଣଲେଉଟା ! ସେଇ ରୁକୁଣା ରଥର ତତ୍ତ୍ୱ ଆମ ଜୀବନ ଭଳି, ଥରେ ଜୀବରୁ ଜୀବନ ଗଲେ ଆଉ ଫେରେ ନାହିଁ ସେଇ ଭଳି ଏହି ରୁକୁଣା ରଥର ବାହୁଡା ନାହିଁ। ଆମ ଶରୀର ଯେମିତି ପୃଥିବୀରୁ ତିଆରି ସେଇଭଳି ରୁକୁଣା ରଥର ଶରୀର ବି ପୃଥିବୀ। ରଥର ଆତ୍ମାସ୍ୱରୂପ ହେଲେ ଶ୍ରୀ ଚନ୍ଦ୍ରଶେଖର ଲିଙ୍ଗରାଜ ମହାପ୍ରଭୁ। ଆତ୍ମା ଶରୀର ତ୍ୟାଗ କରି ନୂତନ ଶରୀର ଧରି ଆସେ ସେଇଭଳି ମହାପ୍ରଭୁ ପରିବର୍ତ୍ତିତ ନୂତନ ରଥରେ ବିଜେ ହୁଅନ୍ତି।

ମହାଦେବ ହେଲେ ଅଜନ୍ମା। ସେ ସଂସାର ବକ୍ଷରେ ଜନ୍ମଗ୍ରହଣ କରନ୍ତି ନାହିଁ ତେଣୁ ତାଙ୍କର ମୃତ୍ୟୁ ବି ହୁଏ ନାହିଁ। ସେ ଜନ୍ମ ମୃତ୍ୟୁ ଚକ୍ରରୁ ଉର୍ଦ୍ଧ୍ବରେ।

ରାମେଶ୍ୱରରୁ ପ୍ରତ୍ୟାବର୍ତ୍ତନ ସମୟରେ ରଥର ମୋଡ଼ କରାଯାଏ ନାହିଁ କେବଳ ସିଂହାସନର ମୁଖ ପଛପଟକୁ କରି ଦିଆଯାଏ ଏବଂ ସେଇ ହିସାବରେ ସାରଥୀ ଓ ଅଶ୍ୱ ମଧ୍ୟ ପରିବର୍ତ୍ତିତ ହୁଅନ୍ତି। ରଥ ଅଣଲେଉଟା, ଏକଥାର  ଅର୍ଥ ଯେ ରଥରେ ଆଉ ଦିଅଁ ଫେରିବେ ନାହିଁ ତେଣୁ ରଥର ବାହୁଡାଯାତ୍ରା ନାହିଁ ।

Spread the love
admin

Recent Posts

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 days ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

4 days ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

6 days ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

1 week ago

ବସନ୍ତରାସ

ଉପସ୍ଥାପନା: ନିରଞ୍ଜନ ସାହୁ ଋତୁରାଜ ବସନ୍ତଙ୍କ ଆଗମନରେ ରାଧାଙ୍କର ମାନସିକ ଚଞ୍ଚଳତା ବୃଦ୍ଧି ପାଇଛି। କୃଷ୍ଣଙ୍କର ଘନସାନିଧ୍ୟ ଲାଭ କରିବା…

1 week ago

ନବଘନ କହଁର

ଲେଖା: ନିରଞ୍ଜନ ସାହୁ ଇଂରେଜମାନେ ଧରିନେଇଥିଲେ ଯେ, କନ୍ଧମାନେ ହଳଦୀ କିଆରିରେ ବଳି ଦେଉଛନ୍ତି, କେବଳ ମଣିଷ ରକ୍ତ ପରି…

2 weeks ago