ଲେଖା: ବନ୍ଧନ ଦଳେଇ
ରୁତୁରାଜ ବସନ୍ତର ଆଗମନରେ ଧରା ଧରିତ୍ରୀ ଧରଣୀରାଣୀ ନବମଲ୍ଲୀ, ଆମ୍ବବଉଳ, ରଜନୀଗନ୍ଧାର, ପ୍ରସ୍ପୁଟତାରେ ତା’ର ଅପୂର୍ବ ଭୁରୁ ଭୁରୁ ସୁଗନ୍ଧରେ ମହକିଉଠେ ପ୍ରକୃତି। ମଳୟ ପବନର ଶିହରଣ ସୃଷ୍ଟି କରେ ଏକ ରୋମାନ୍ଚ ! ସକାଳ ସୃଷ୍ଟି ହୁଏ ଏକ ନୂତନ ସୁନେଲି ଉଦ୍ଭାସିତ ସୂର୍ଯ୍ୟଦେବଙ୍କ ପହିଲି କିରଣରେ ଯିଏ ପଳାସ ଫୁଲର ଏକ କୋଣରେ ଲୁଚକାଳି ଖେଳେ ।
ଏହି ସବୁର ଆଗମନତାର ପ୍ରାରମ୍ଭରେ ଲାଗେ କିଏ ଆସିବାର . . ହଁ ସତେତ । ଯାହାର ସୁସ୍ୱାଗତ କରିବା ପାଇଁ ଏ ଧରା ଅପୂର୍ବ ଲାବଣ୍ୟରେ ସଜ୍ଜିତ ହୁଏ।
ନବମଲ୍ଲିକାରେ ଧରଣିରାଣୀ ସୁଶୋଭିତ ହୁଏ . . ନବଚ୍ୟୁତର ବାସରେ ଚତୁର୍ଦ୍ଦିଗ ସୁବାସିତ ହୁଏ . . କୋକିଳର ଅମୃତଝରା ମନ୍ତ୍ରମୁଗ୍ଧ କୁହୁତାନରେ ତନୁମନ ପୁଲକିତ ହୁଏ . . ଚଈତାଳି ସାଙ୍ଗକୁ ୠତୁରାଜ ବସନ୍ତର ଶୋଭା ସ୍ବାଗତ ଜଣାଏ ଦେବୀଙ୍କ ଆଗମନିକୁ . . ପ୍ରକୃତିସ୍ବରୂପିଣୀଙ୍କ ପାଇଁ ପ୍ରକୃତି ଚଳଚଞ୍ଚଳ ହୋଇଉଠେ . . ଧରାପୃଷ୍ଠକୁ ବିଜେ କରିଥାନ୍ତି #ଜଗଦ୍ଧାତ୍ରୀ_ଜଗତମାତା_ଜଗତଜନନୀ . .
ତାଙ୍କରି ପଦ୍ମପାଦ ଏହି ଧରିତ୍ରୀରେ ପଡିବା ପାଇଁ ସର୍ବେ ପ୍ରତୀକ୍ଷା ରତଥା’ନ୍ତି !
ସବୁରି ମନରେ ଗୋଟିଏ ଅସୁମାରୀ ଆନନ୍ଦ ଥାଏ ଯେ, ମା’ ଆସିଛନ୍ତି . . !
ଆସିଥାଏ ପବିତ୍ର ଚୈତ୍ର ନବରାତ୍ରର ଶୁଭାରମ୍ଭର ପର୍ବ। ଶକ୍ତିପୁଜାର ଆଉ ଏକ ପାର୍ବଣ। ଶକ୍ତିପୀଠ ମାନ ଚଳଚନ୍ଚଳ ହୋଇଉଠେ। ଚୈତ୍ର ନବଦିନାତ୍ମକ ପୂଜା ଦିନରୁ ବାସନ୍ତୀକ ଦଶହରା ପର୍ଯ୍ୟନ୍ତ ଏହି ପାର୍ବଣ ଅନୁଷ୍ଠିତ ହୁଏ।
ମା’ଙ୍କ ଘଟ ସ୍ଥାପନ ହେବା ପାଇଁ ନଦୀରୁ କଳସ ଶୋଭାଯାତ୍ରା ହୁଏ, ଏବଂ ଅଧିବାସ ପରଦିନ ଠାରୁ ମଙ୍ଗଳମୟୀଙ୍କ ନାନାଦି ଅପରୂପ ବେଶ ସହ ଷୋଡଶ ଉପଚାର ପୁଜା କରାଯାଇଥାଏ। ଢୋଲ, ମହୁରୀ, ଘଣ୍ଟଘଣ୍ଟା ନାଦରେ ପୂଜକଙ୍କ ମନ୍ତ୍ରାଦି ସ୍ତୋତ୍ରରେ ଶ୍ରଦ୍ଧାଳୁଙ୍କ ଆକୁଳ ଭକ୍ତି ନିବେଦନରେ ମନ୍ଦିର ବେଢା ପାଚେରୀ ଉସ୍ଚବ ମୂଖର ହୋଇଉଠେ।
ବାସନ୍ତୀକ ଦଶହରା ! କଟକ ସହରର ଅପୂର୍ବ ଭାଇଚାରାର ନିଦର୍ଶନ ମଧ୍ୟ ଦେଖିବାକୁ ମିଳେ ଏଇ ବେଳରେ । ପୂଜାମଣ୍ଡପମାନଙ୍କରେ ପୂର୍ବ ବିଧି ମୁତାବକ ମୃଣ୍ମୟୀ ପ୍ରତିମା ନିର୍ମାଣ କରାଯାଇ ମା’#ବାସନ୍ତୀ_ଦୁର୍ଗା ଙ୍କୁ ସୁମରଣା କରାଯାଏ। ଅତ୍ୟନ୍ତ ଜାକଯମକରେ କଟକରେ ମା’ଙ୍କ ପୂଜାନୁଷ୍ଠାନ ହୋଇଥାଏ।
#ତାରକସି_କାରୁକାର୍ଯ୍ୟ_ର_ସହର_କଟକ ରେ ସୁନାଚାନ୍ଦିର ଆଖି ଝଲସା କାମରେ ଝଲସିଉଠେ ମଣ୍ଡପ, ଝଲସିଉଠେ କଟକର ଗଳିକନ୍ଦି ମାନ।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago