ଲେଖା: ଶ୍ରୀପୁରୁଷୋତ୍ତମ
କାର୍ତ୍ତିକ ମାସରେ ଶ୍ରୀଜୀଉମାନଙ୍କ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ରାଧାଦାମୋଦର ବେଶ ହୋଇଥାଏ। ଏହି ବେଶରେ ମହାପ୍ରଭୁଙ୍କୁ ଏକ ବିଶେଷ ଭୋଗ ଲାଗିଥାଏ ଯାହା ବାଳଧୂପ ବା ବାଳଭୋଗ ନାମରେ ପରିଚିତ। ସକାଳଧୂପ ପରେ ବାଳଧୂପ ନୀତିରେ ସାଧାରଣତଃ କୋରା, ଦୋଭଜା, ଲିଆ, ଅଦା, ଖଇ, ନଡିଆ, ଖୁଦି, ଚାଉଳିଆ, ସେଓ, କମଳା, କଦଳୀ, କାକୁଡ଼ି, ପଇଡ଼ ଆଦି ଭୋଗ ହୋଇଥାଏ। ପରମ୍ପରା ଅନୁଯାୟୀ ଏହି ସମୟରେ ବଡ଼ଛତା ମଠ ତରଫରୁ ସଙ୍ଗୀତ ଗାନ ଓ ରାଧାକାନ୍ତ ମଠ ତରଫରୁ ସଂକୀର୍ତ୍ତନ ହୋଇଥାଏ।
ଏହା ସ୍ୱପ୍ନ ଦେଖି ତଳୁଚ୍ଛ ଉଠିବସିଲେ, ମହାପ୍ରଭୁଙ୍କୁ ନମସ୍କାର କରି ନିଜ ନିତ୍ୟକର୍ମ ସାରି ଦେଉଳକୁ ବାହାରିଲେ ସେବା ପୂଜା କରିବା ଲାଗି। ତତ୍ପର ଦିନ ଅବକାଶ ନୀତି ବଢି ମହାପ୍ରଭୁଙ୍କ ରାଧାଦାମୋଦର ବେଶ ହେଲା । ଏଣେ ମହାପ୍ରଭୁଙ୍କ ତ୍ରିମୁଣ୍ଡିରେ ବାଳ ଦେଖି ସମସ୍ତେ ଆଛମ୍ଭିତ । ସକାଳଧୂପ ବଢ଼ିଲା ପରେ ଗଜପତି ଆସି ବଡ଼ଦେଉଳରେ ପହଞ୍ଚିଲେ ତଳୁଚ୍ଛଙ୍କ ମିଥ୍ୟାକୁ ପରୀକ୍ଷା କରିବା ଲାଗି। ଏହି ସମୟରେ ତଳୁଚ୍ଛ ଆସି ଗଜପତିଙ୍କୁ ଗର୍ଭଗୃହ ମଧ୍ୟକୁ ନେଇଗଲେ ଓ ତାଙ୍କୁ ତ୍ରିମୁଣ୍ଡିରେ ବାଳ ଦେଖାଇଲେ। ଗଜପତି ମହାପ୍ରଭୁଙ୍କ ତ୍ରିମୁଣ୍ଡିରେ ବାଳ ଦେଖି ଆଶ୍ଚର୍ଯ୍ୟ ହେଲେ ତେବେ ତାଙ୍କୁ ସନ୍ଦେହ ହୋଇଥିଲା ତେଣୁ ସେ କିଛି ବାଳକୁ ଓପାଡି ଦେଇଥିଲେ । ତତକ୍ଷଣାତ ସେହି ସ୍ଥାନରୁ ରୁଧିର ବୋହିବାକୁ ଲାଗିଥିଲା। ଏହା ଦେଖି ଗଜପତି ମହାରାଜା ମହାପ୍ରଭୁଙ୍କ ନିକଟରେ ଭୁଲ ମାଗିଥିଲେ ।
“ଧରି ତ୍ରିମୁଣ୍ଡି ଠାରୁ ସେ ଚିକୁର ।
ଟେକି ଦିଅନ୍ତେ କର୍କଶି ଉପର।।
ତତ କ୍ଷଣେ ରୁଧିର ଜର ଜର ।
ବହି ପଡିଲା ଶ୍ରୀମୁଖ ମଣ୍ଡଳ।।
ଯେହ୍ନେ କଳା ମେଘରୁ ରଙ୍ଗଜଳ ।
ବହି ପଡିଲା ଶ୍ରୀମୁଖ ମଣ୍ଡଳ।।
ଦେଖି ନୃପତିର ଜ୍ଞାନ ବୁଡ଼ିଲା ।
କାଟିଦେଲା ବୃକ୍ଷ ପ୍ରାୟ ପଡିଲା।।
ପଡି ଶିରେ ତାଡ଼ଇ ବେନି ପାଣି।
ବାବୁ କି ଅପ୍ରାଧ କଲି ନଜାଣି।
କ୍ରୋଧେ ବୋବାଳି ପାଡି ଥରହର।
ଏବେ କେମନ୍ତେ ରହିବ ରୁଧିର। “
~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…
~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…
ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…
~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…
~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…
~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…