ଲେଖା: ଅମ୍ବିକା ପଟ୍ଟନାୟକ

“ବିଚିତ୍ର ଏଇ ଦେଶ ଭାରତ, ବିଚିତ୍ର ଏହାର ଅଧିବାସୀ” ଏମିତି କିଛି କହିଥିଲେ ଦିଗବିଜୟୀ ଅଲେକଜାଣ୍ଡର l ଏଇଠି ଆମେ ଦେଖୁ ମନ୍ଦିରରେ ଶହ ଶହ ମୂଷା କ୍ଷୀର ପିଅନ୍ତି l ବୁଲେଟ ମଟର ସାଇକେଲ ପୂଜାପାଏ l “ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର” ସବୁର ମୂଳେ  ବିଶ୍ୱାସ l
 
କଥାରେ ଅଛି “ମାନିଲେ ଦିଅଁ ନ ମାନିଲେ ପଥର”  କିନ୍ତୁ “ମାନିଲେ ଦିଅଁ ଉଭା, ନ ମାନିଲେ ଲୁହା” ଯଦି ଦେଖିବାକୁ ଇଚ୍ଛା, ଯିବାକୁ ହେବ କୋରାପୁଟ ଜିଲ୍ଲାର ଜୟପୁର ସହର l
  
ଜୟପୁର ସହର ମଧ୍ୟରେ ରାଜପ୍ରାସାଦ “ସୂର୍ଯ୍ୟ ମହଲ” l କର୍ପୁର ଉଡ଼ି ଯାଇ କନା ପଡିଛି l ପ୍ରବେଶ ପଥରେ ବଣ୍ଡା ବାଘଙ୍କ ଆସ୍ଥାନ l ପ୍ରବେଶ ଦ୍ଵାରର ପରେ ପରେ ରାଜପ୍ରାସାଦକୁ ଘେରିଥିବା ପାଚିରୀ ସଂଲଗ୍ନ ଏକ ସଫା ସ୍ଥାନ l କାନ୍ଥରେ ମା’ଙ୍କ ଛବି l ମାଟି ଉପରେ ବସ୍ତ୍ରାବୃତ “ବଣ୍ଡାବାଘ”.. ମା’ ବଣ୍ଡାବାଘ, ଭୈରବ ବଣ୍ଡାବାଘ ବା ଦେବୀଙ୍କ ବାହନ ବଣ୍ଡାବାଘ l କିନ୍ତୁ ଭକ୍ତିଭରେ ପୂଜାର୍ଚନା ଚାଲେ l ନିରୀକ୍ଷଣ କଲେ ଜଣା ଯାଏ “ବଣ୍ଡାବାଘ” ବିଗ୍ରହ ଏକ ଲୁହାର ପ୍ରାଚୀନ ତୋପ l ବିଶ୍ୱାସ ବଳରେ ଲୁହା ତୋପ ଆଜି ପୂଜିତ l
   
ପୁରୁଣା ଲୋକଙ୍କ ଠାରୁ ଇତିହାସ ସଂଗ୍ରହ କରିବାରୁ ଜଣାଯାଏ ଯେ, ପ୍ରାୟ ପ୍ରତି ରାଜା ଓ ଜମିଦାର ଅନ୍ୟୁନପକ୍ଷେ ଗୋଟିଏ ତୋପ ରଖିବା ବ୍ରିଟିଶ ଅମଳରେ ପ୍ରାୟ ବାଧ୍ୟତାମୂଳକ ଥିଲା l କାରଣ ଇଂଲଣ୍ଡ ରାଜା କିମ୍ବା ଭାରତର ବଡ଼ଲାଟଙ୍କ ଜନ୍ମଦିନ/ଆଗମନ ଇତ୍ୟାଦି ଅବସରରେ ୫,୭,୧୧,୨୧ ଇତ୍ୟାଦି ତୋପ ସଲାମୀ ଦେବା ନିୟମ ଥିଲା l
 
ସେମାନଙ୍କ କହିବାକଥା, ପ୍ରାୟ ୨୫୦ ବର୍ଷ ତଳେ ଥରେ ଜୟପୁର ରାଜା ବସ୍ତରର ରାଜାଙ୍କୁ ଭ୍ରାତୃବିବାଦ ସମୟରେ ସାମରିକ ସାହାଯ୍ୟ ଦେଇ ଜିତାଇଥିଲେ l ଏଣୁ କୃତଜ୍ଞ ବସ୍ତର ରାଜା କିଛି ଲୁହା ତୋପ ଉପହାର ଦେଇ ଥିଲେ l ଉପହାରରେ ପ୍ରାପ୍ତ ଲୁହା ତୋପ ଆଜି ଅର୍ଚ୍ଚିତ l 

Spread the love
admin

Recent Posts

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 weeks ago

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

2 weeks ago

ବଳଦେବ ଉପାସନା

~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…

2 weeks ago

ତୁମେ ତ ଲୋକରେ ସାର

~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ  କମ୍ପି ଉଠୁଛି କଟକ ନଗର ଶୁଭୁଅଛି…

2 weeks ago