ଲେଖା: ଅମ୍ବିକା ପଟ୍ଟନାୟକ

~ ବଉଳ: ବିଲୁପ୍ତି ପଥେ ବନ୍ଧୁତ୍ୱର ଅନନ୍ୟ ପରମ୍ପରା ~

“ଆ ବଉଳ ବୋହୁବୋହୁକା ଖେଳ ଖେଳିବା
ମିଛି ମିଛିକା ବାଡ଼ୁଅ ସୁତା ସଜ କରିବା l
***    ***    ***    ***    ***   
ତୋ କୁଲେଇ ମୋ କୁଲେଇ ପେଡ଼ିରେ ସାଇତି ଦେବା
ପୁଅ ବାହାଘରେ ଝିଅ ବାହାଘରେ ଯାନିଯଉତୁକ ଦେବା”

ଗାଳ୍ପିକ ବନ୍ଧୁ ହେମନ୍ତ କୁମାର ଘୋଷlଲଙ୍କୁ ଏକ ମନ୍ତବ୍ୟରେ କହିଥିଲି “ଟୋପାଏ ଲୁହରେ ଦେଉଳଟିଏ ଭସାଇ ଦେବାର ଶକ୍ତି କେବଳ କବି ପାଖରେହିଁ ଥାଇ ପାରେ, ଗାଳ୍ପିକ/ଔପନ୍ୟାସିକ ଏଥି ପାଇଁ ଭରା ନଦୀର ଉଛୁଳା ବନ୍ୟା ଦରକାର କରନ୍ତି” l
     
୧୯୭୮ ମସିହାର ଓଡ଼ିଆ ସିନେମା “ତଅପୋଇ”ର ଏକ ଅତ୍ୟନ୍ତ ଲୋକପ୍ରିୟ ଗୀତର ପଂକ୍ତି “ଆ ବଉଳ” l ଦଶ ବାର ଧାଡିର ଏଇ ଗୀତରେ ଶହ ଶହ ବର୍ଷର ସାମାଜିକ ଚଳଣି ଚୁମ୍ବକରେ ବର୍ଣ୍ଣନା କରାହୋଇଛି l
   
ପ୍ରାୟ ୧୯୮୦ ପର୍ଯ୍ୟନ୍ତ ଗ୍ରାମ୍ୟ ଓଡିଶାରେ ଛୋଟ ପୁଅମାନଙ୍କ ବାହ୍ୟଖେଳ ଥିଲା ଗୁଚିତାଣ୍ଡୁ/ପିଲବାଡ଼ି/ଡାବଳପୁଆ, ବଲ ଧରି ପରସ୍ପରକୁ ଫିଙ୍ଗିବା, ଟାୟାର ଗଡେଇବା, କବାଡି, ହାଇସ୍କୁଲ ପିଲା  ଭଲି ବା ଫୁଟବଲ l କ୍ରିକେଟ ସ୍ବପ୍ନ ଥିଲା l ଝିଅମାନଙ୍କ ଖପରାଡିଆଁ, ପୁଚି ଖେଳ, ଦଉଡିଡିଆଁ, ଛୋଟିପାରା, ଗୋଟେ ଗୋଡ଼ରେ ଡେଇଁ ଡେଇଁ ଅନ୍ୟକୁ ଛୁଇଁବା ଉଭୟଲିଙ୍ଗି ଥିଲା l

ତେବେ ଛୋଟ ଝିଅମାନଙ୍କ ବହୁ ପ୍ରଚଳିତ ଖେଳ ଥିଲା, “ବୋହୁବୋହୁକା”, କୁନି କୁନି ଝିଅମାନେ ସ୍ୱୟଂସମ୍ପୂର୍ଣ୍ଣା ଗୃହିଣୀ ପରି ବ୍ୟବହାର କରୁଥିଲେ l ଅର୍ଥାତ ସେଇ ଛୋଟବେଳରୁ ହିଁ ପିଲାମାନେ ଜାଣିଯାଉଥିଲେ ଯେ ଦିନେ ନା ଦିନେ ସେମାନେ ବାପଘର ଛାଡି ବୋହୁ ହୋଇ ଶ୍ୱଶୁରଘର ଚାଲିଯିବେ ଆଉ ଘର ସମ୍ଭାଳିବେ l ଗଞ୍ଜାମରେ ତ ଝିଅ ଆଠ ନ’ ବର୍ଷ ହେଲେ ମା’ ର ଅଧାକାମ ସମ୍ଭାଳି ନେଉଥିଲା l ତାର ମା’ ପିଣ୍ଡାରେ ବସି ପଡୋଶୀ ପଚାରୁ ଥିବ “ହଁଗୋ ଟୁନୁବୋଉ ଆଉ କିଅଣ କରୁଛ ବା . . ” “ନାଇଁ ବା ରୁନିବୋଉ ତମର ସିନା ପୁଅକୁ ପକା, ଝିଅ ଥିଲେ ମୋର ନକ୍ଷେ ଟଙ୍କା, ପାରିଲା ଝିଅ ହାତକୁ ଗୋଡ଼କୁ ହଉଚି, ମୋର ତ ଅଣ୍ଡିରୀ ପୁଅ ଉଦ୍ଧବ, ଏଇଟା କରେ ସେଇଟା କରେ, ତମେ ବଡ଼ କପାଳିଆ” l

“ଆଉ କପାଳ ବୋଇଲେ, ପାଞ୍ଚ ସାତ ବର୍ଷ ପରେ ଶାଶୁଘରେ ଖଟିବ, କେତେ ପଇସା ଖର୍ଚ୍ଚ l ତମର ତ ଘରେ ପଶିବ, ଖାଲି ବୋହୁ ପରସା ଖାଉଥିବ “l

“ହଁ ଲୋ ବୋହୁ ପରସା . . ! ଏତେ ସପନକୁ ରାତି ନାଇଁ ବା !”
   
ତେବେ ସାଧାରଣତଃ ବାଲେଶ୍ୱର ଜିଲ୍ଲାର ମା’ମାନେ “ମୋ ଝିଅ ଶାଶୁଘରେ କାମ କରିବ, ବାପଘରେ ଆରାମ କରୁ “ଏ ଚିନ୍ତାଧାରା ରଖୁଥିଲେ, ଏବଂ ବାଲେଶ୍ୱରରେ ଯୌତୁକ ପ୍ରଥା ଏତେ ଉତ୍କଟ ନଥିଲା l
  
ନିଜ ନିଜ ଭିତରେ କେହି କେହି ପୁଅ “ସଙ୍ଗାତ” ବା “ମଇତ୍ର” ବସୁଥିଲେ l ଝିଅ ମାନେ “ବଉଳ “, “ଗୋଲାପ”,  “ଆମ୍ବକଷି”, “ତୁଳସୀ” ଆଉ ଗଞ୍ଜାମର ପ୍ରସିଦ୍ଧ ଡାକ  “ମକର”, ମକର ସଂକ୍ରାନ୍ତି ଦିନ ମକର ଚାଉଳ ଖୁଆଇ ମକର ବସୁ ଥିଲେ l କାହ୍ନୁଚରଣଙ୍କ ଲେଖାରେ “ଗୋଲାପ” ଓ ପ୍ରତିଭା ରାୟଙ୍କ ଗଳ୍ପରେ “ଆମ୍ବକଷି” ବ୍ୟବହୃତ l
   
ତେବେ ଥରେ ସମ୍ପର୍କ ସ୍ଥାପିତହୋଇ ଗଲେ ଆଉ ନାଁ ଧରି ଡାକିବା ନିଷେଧ l କେବଳ ସଙ୍ଗାତ, ମଇତ୍ରେ, ବଉଳ, ମକର ପ୍ରଭୃତି ସମ୍ବୋଧନ ରହିଯାଏ l ଘରେ ମଧ୍ୟ  ଏଇ ସଙ୍ଗାତ ବା ବଉଳ ବା ମକର, ଏମାନଙ୍କୁ ବିଶେଷ ସମ୍ମାନ ଦିଆଯାଏ l ପର୍ବପର୍ବାଣିରେ ପୁଅ ଝିଅ ସହ ସଙ୍ଗାତ ବଉଳ ପାଇଁ ମଧ୍ୟ ପୋଷାକପତ୍ର କିଣା ହୁଏ l ପ୍ରତ୍ୟେକ ଉତ୍ସବରେ ବଉଳ/ମକର ଉପସ୍ଥିତି ଅନିବାର୍ଯ୍ୟ l ଆଗେ ତ ଏଇ ସଙ୍ଗାତ ବଉଳ ନିଜ ନିଜ ମଧ୍ୟରେ ପରସ୍ପରର ପୁଅ ଝିଅକୁ ବାହା କରାଇ ଦେବାର ଶପଥ ମଧ୍ୟ ନେଇ ଯାଉଥିଲେ, ନିଜ ବନ୍ଧୁତା ଆଉ ଏକ ପୀଢ଼ି ଆଗେଇ ଯାଉ ଥିଲା l
    
ଦୁଃଖର କଥା ! କ୍ରମଶଃ ବନ୍ଧୁତ୍ୱର ଏଇ ସୁନ୍ଦର ପରମ୍ପରା ଆସ୍ତେ ଆସ୍ତେ ତାର ଚମକ ମହକ ହରେଇ ଆସୁଛି ! ସମୟ ସହ ପରମ୍ପରା ବି ଆସ୍ତେ ଆସ୍ତେ ବଦଳି ଯାଉଛି ! 

Spread the love
admin

View Comments

Recent Posts

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

6 days ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 week ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

1 week ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

2 weeks ago