ଜଣା ଅଜଣା

ପ୍ରଥମ ଭାଷାତତ୍ତ୍ୱ

ଲେଖା: ଦେଵ ତ୍ରିପାଠୀ
ଆମେ ସାଧାରଣତଃ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷକୁ ଓଡ଼ିଆ ଭାଷାର ସର୍ବପ୍ରଥମ ସମ୍ପୂର୍ଣ୍ଣ ଭାଷାକୋଷ ଭାବରେ ଜାଣୁ । କିନ୍ତୁ, ବାସ୍ତବରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପ୍ରକାଶ ହେବାର ପ୍ରାୟ ୧୫ ବର୍ଷ ପୂର୍ବରୁ ହିଁ ପ୍ରକାଶ ପାଇଥିଲା ଶବ୍ଦ ତତ୍ତ୍ଵବୋଧ ଭାଷାକୋଷ । ଅଧ୍ୟାପକ ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କ ଦୀର୍ଘ ୧୭ ବର୍ଷର ‘ତପସ୍ୟା’ ଓ ସାଧନାର ଫଳସ୍ବରୂପ ସୃଷ୍ଟି ହୋଇଥିବା ଏ ଭାଷାକୋଷଟି କେବଳ ଓଡ଼ିଆ ନୁହେଁ ସମସ୍ତ ଭାରତୀୟ ଭାଷାମାନଙ୍କ ମଧ୍ୟରେ ପ୍ରଥମ ସମ୍ପୁର୍ଣ୍ଣ ଭାଷାକୋଷ ।
ପୂର୍ବରୁ ବହୁ ଅସମ୍ପୂର୍ଣ୍ଣ ଭାଷାକୋଷ ସୃଷ୍ଟି ହୋଇଥିଲେ ମଧ୍ୟ ୧୧୧୯ ପୃଷ୍ଠାର ସର୍ବବୃହତ ଭାଷାକୋଷରେ ଥିଲା ଶବ୍ଦର ମୂଳ, ବିକାଶ, ଅର୍ଥ ଓ ପ୍ରୟୋଗ । ବନାନଶୁଦ୍ଧି, ବ୍ୟାକରଣଶୁଦ୍ଧି ଓ ଅର୍ଥବୋଧ ସହ, ଶବ୍ଦର ବିବର୍ତ୍ତନ ଆଦି ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରାଯାଇଥିବା ହେତୁ ପ୍ରାଥମିକ ଠାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଉପାଦେୟ ଥିଲା । ତେବେ ଅର୍ଥାଭାବ ଓ ପରବର୍ତ୍ତୀ ସଂସ୍କରଣ ସୁଚାରୁରୂପେ ହୋଇ ନ ପାରିବା କାରଣରୁ ଏହା ବଦଳରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ହିଁ ପାଠକଙ୍କ ପ୍ରିୟ ହୋଇପାରିଥିଲା ।
ଭଞ୍ଜମାଟି ଗଞ୍ଜାମର ଏଇ ଅନନ୍ୟ ଜ୍ଞାନୀମହାତ୍ମା ପଣ୍ଡିତ ଗୋପୀନାଥ ନନ୍ଦଶର୍ମା ମଧ୍ୟ ସୃଷ୍ଟି କରିଥିଲେ ଅତୁଳନୀୟ ‘ଭାଷାତତ୍ତ୍ୱ’ । ଓଡ଼ିଆ ଭାଷାର ତଦ୍ଧିତ, କୃଦନ୍ତ, ଲିଙ୍ଗଗତ ଅନୁଶାସନ, ବଚନ, ସର୍ବନାମ, କାରକ, ଅବ୍ୟୟ, ସନ୍ଧି ଓ ବିଶ୍ଳେଷଣ ବିଧି ସମେତ ବ୍ୟାକରଣ ନିୟମମାନ ଉଲ୍ଲେଖ ଥିବା ଉକ୍ତ ଭାଷାତତ୍ତ୍ୱ ମଧ୍ୟ ଥିଲା ସମସ୍ତ ଭାରତୀୟ ଭାଷାମାନଙ୍କ ମଧ୍ୟରେ ପ୍ରଥମ ଭାଷାତତ୍ତ୍ୱ ।
ଭାରତର ପ୍ରଥମ ଭାଷାତତ୍ତ୍ୱ ପରି ଅନନ୍ୟ ଗ୍ରନ୍ଥ ନିମନ୍ତେ ପଣ୍ଡିତ ମହାଶୟ ସ୍ବତନ୍ତ୍ର ଭାବେ ସମ୍ମାନିତ ହୋଇଥିଲେ ତତ୍କାଳୀନ ବିହାର ସରକାର, ମାନ୍ଦ୍ରାଜ ସରକାର, ଭାରତ ସରକାର ଓ ବ୍ରିଟେନର ମହାରାଣୀଙ୍କ ଦ୍ଵାରା, ମାତ୍ର ନିଜ ଜନ୍ମମାଟିରେ ରହିଗଲେ ଅଲୋଡ଼ା ହୋଇ ।
ତଥ୍ୟ: ପ୍ରଫେସର ବାଉରୀବନ୍ଧୁ କର, କଟକ
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

19 hours ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

1 month ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago