ଜଣା ଅଜଣା

ପ୍ରଥମ ତ୍ରିରଙ୍ଗା ପତାକା ଉତ୍ତୋଳନ

ଲେଖା: ଦେଵ ତ୍ରିପାଠୀ
୧୯୪୩ ମସିହା ଡିସେମ୍ବର ୩୦ ତାରିଖରେ ପୋର୍ଟ ବ୍ଲେୟାର୍‍ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତମାଟିରେ ପ୍ରଥମ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ।
କିନ୍ତୁ, ବାସ୍ତବରେ ଏ ଘଟଣାର ବହୁପୂର୍ବରୁ ପ୍ରଥମ ଥର ପାଇଁ ତ୍ରିରଙ୍ଗା ପତାକା ଉଡ଼ାଇ ସ୍ବାଧୀନତା ଦିବସ ପାଳନ କରାଯାଇଥିଲା ୧୯୩୦ ମସିହା ଜାନୁଆରୀ ୨୬ ତାରିଖରେ, ସୁଦୂର ଆଣ୍ଡାମାନ ନୁହେଁ, ଆମ ମାଟିରେ, ବୀରଭୂମି କଟକରେ !
ପୂର୍ବବର୍ଷ ଡିସେମ୍ବର ୨୪ ଏବଂ ୩୧ ତାରିଖରେ ଲାହୋରଠାରେ ଏହି ଉତ୍ସବ ପାଳନ ପାଇଁ ଦୁଇ ଦୁଇ ଥର ଯୋଜନା କରିଥିଲେ ମଧ୍ୟ ବ୍ରିଟିଶ ସରକାର ସଫଳ କରାଇ ଦେଇ ନ ଥିଲେ ।
ତେବେ ଏପରି ମହାର୍ଘ ସୁଯୋଗ ଜୁଟିଥିଲା ଆମ ଓଡ଼ିଶା ପାଇଁ, ବ୍ରିଟିଶ ସରକାରଙ୍କ ଶତ ଚେଷ୍ଟା ସତ୍ତ୍ବେ ଦେଶର ପ୍ରଥମ ତ୍ରିରଙ୍ଗା ପତାକା ଉତ୍ତୋଳନ ହୋଇଥିଲା ଆମ ମାଟିରେ !
ଲାହୋର ପାଇଁ ଗାନ୍ଧିଜୀଙ୍କ ଦ୍ଵାରା ପ୍ରସ୍ତୁତ ଚିଠା ଆଧାରରେ ଦେଶବାସୀଙ୍କୁ ଆହ୍ବାନ ଦେଇଥିଲେ ପ୍ରଚଣ୍ଡ ଜାତୀୟତାବାଦୀ ନେତା ଧୂଳିମାଟିର ସନ୍ଥ ଗୋପବନ୍ଧୁ ଚୌଧୁରୀ, ଏଇ ମାଟିରୁ ! ତାଙ୍କ ସହିତ ସ୍ବାଧୀନତା ସଂଗ୍ରାମୀ ରାଜକୃଷ୍ଣ ବୋଷଙ୍କ ଦ୍ଵାରା ହଜାର ହଜାର ଜନତାଙ୍କ ଉପସ୍ଥିତିରେ ହିଁ ଉତ୍ତୋଳିତ ହୋଇଥିଲା !
ସେଇ ଗୌରବମୟ ଇତିହାସର ସ୍ମୃତି ଚାରଣ କରି ଦୀର୍ଘ ୯୦ ବର୍ଷ ଧରି ଜାନୁୟାରୀ ୨୬ ତାରିଖରେ ସାଧାରଣତନ୍ତ୍ର ଦିବସରେ ହିଁ ପାଳିତ ହୋଇଆସୁଛି ସ୍ଵାଧୀନତା ଦିବସ !
ଜୟ କଟକ ।
ବନ୍ଦେ କଳିଙ୍ଗ ମାତା ।
ଜୟ ହିନ୍ଦ୍ ।
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

6 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago