ପ୍ରଥମ ତ୍ରିରଙ୍ଗା ପତାକା ଉତ୍ତୋଳନ

ଲେଖା: ଦେଵ ତ୍ରିପାଠୀ 
୧୯୪୩ ମସିହା ଡିସେମ୍ବର ୩୦ ତାରିଖରେ ପୋର୍ଟ ବ୍ଲେୟାର୍‍ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତମାଟିରେ ପ୍ରଥମ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ।
କିନ୍ତୁ, ବାସ୍ତବରେ ଏ ଘଟଣାର ବହୁପୂର୍ବରୁ ପ୍ରଥମ ଥର ପାଇଁ ତ୍ରିରଙ୍ଗା ପତାକା ଉଡ଼ାଇ ସ୍ବାଧୀନତା ଦିବସ ପାଳନ କରାଯାଇଥିଲା ୧୯୩୦ ମସିହା ଜାନୁଆରୀ ୨୬ ତାରିଖରେ, ସୁଦୂର ଆଣ୍ଡାମାନ ନୁହେଁ, ଆମ ମାଟିରେ, ବୀରଭୂମି କଟକରେ !
ପୂର୍ବବର୍ଷ ଡିସେମ୍ବର ୨୪ ଏବଂ ୩୧ ତାରିଖରେ ଲାହୋରଠାରେ ଏହି ଉତ୍ସବ ପାଳନ ପାଇଁ ଦୁଇ ଦୁଇ ଥର ଯୋଜନା କରିଥିଲେ ମଧ୍ୟ ବ୍ରିଟିଶ ସରକାର ସଫଳ କରାଇ ଦେଇ ନ ଥିଲେ । 
ତେବେ ଏପରି ମହାର୍ଘ ସୁଯୋଗ ଜୁଟିଥିଲା ଆମ ଓଡ଼ିଶା ପାଇଁ, ବ୍ରିଟିଶ ସରକାରଙ୍କ ଶତ ଚେଷ୍ଟା ସତ୍ତ୍ବେ ଦେଶର ପ୍ରଥମ ତ୍ରିରଙ୍ଗା ପତାକା ଉତ୍ତୋଳନ ହୋଇଥିଲା ଆମ ମାଟିରେ
ଲାହୋର ପାଇଁ ଗାନ୍ଧିଜୀଙ୍କ ଦ୍ଵାରା ପ୍ରସ୍ତୁତ ଚିଠା ଆଧାରରେ ଦେଶବାସୀଙ୍କୁ ଆହ୍ବାନ ଦେଇଥିଲେ ପ୍ରଚଣ୍ଡ ଜାତୀୟତାବାଦୀ ନେତା ଧୂଳିମାଟିର ସନ୍ଥ ଗୋପବନ୍ଧୁ ଚୌଧୁରୀ, ଏଇ ମାଟିରୁ ! ତାଙ୍କ ସହିତ ସ୍ବାଧୀନତା ସଂଗ୍ରାମୀ ରାଜକୃଷ୍ଣ ବୋଷଙ୍କ ଦ୍ଵାରା ହଜାର ହଜାର ଜନତାଙ୍କ ଉପସ୍ଥିତିରେ ହିଁ ଉତ୍ତୋଳିତ ହୋଇଥିଲା ! 
ସେଇ ଗୌରବମୟ ଇତିହାସର ସ୍ମୃତି ଚାରଣ କରି ଦୀର୍ଘ ୯୦ ବର୍ଷ ଧରି ଜାନୁୟାରୀ ୨୬ ତାରିଖରେ ସାଧାରଣତନ୍ତ୍ର ଦିବସରେ ହିଁ ପାଳିତ ହୋଇଆସୁଛି ସ୍ଵାଧୀନତା ଦିବସ !
ଜୟ କଟକ । 
ବନ୍ଦେ କଳିଙ୍ଗ ମାତା ।
ଜୟ ହିନ୍ଦ୍ ।
Spread the love

Leave a Reply

Your email address will not be published. Required fields are marked *