ଲେଖା: ଶ୍ରୀକାନ୍ତ ସିଂହ
ପୂର୍ଣ୍ଣେଶ୍ୱର ମହାଦେବ ମନ୍ଦିର ଆମ ରାଜ୍ୟର ଆଉ ଏକ ଅନାଲୋଚିତ ଐତିହାସିକ କୀର୍ତ୍ତିରାଜି l ପୁରୀ ଜିଲ୍ଲା ନିମାପଡ଼ାର ଭିଲିଦେଉଳି ଗ୍ରାମରେ ଥିବା ପ୍ରାଚୀନ ଶୈବପୀଠ ପୂର୍ଣ୍ଣେଶ୍ୱର ମହାଦେବ ମନ୍ଦିର l କୁଶଭଦ୍ରା ନଦୀ ଉପତ୍ୟକlରେ ସବୁଜିମାଭରା ଗାଁ ଭିଲିଦେଉଳିର ଶେଷ ପ୍ରାନ୍ତରେ ଏହି ପ୍ରାଚୀନ ମନ୍ଦିରଟି ସଗର୍ବେ ଦଣ୍ଡାୟମାନ l ପିପିଲିରୁ ନିମାପଡ଼ା ବଜାର ଦେଇ ଚାରିଛକ ରାସ୍ତାରେ ପ୍ରାୟ ଚାରି କିଲୋମିଟର ବାଟ ଯିବା ପରେ ପୁଣି ବାମପଟ ରାସ୍ତାରେ ଦୁଇ କିଲୋମିଟର ଗଲାପରେ ଭିଲିଦେଉଳି ଗ୍ରାମ ପଡ଼ିବ l
(ନାଗ ଓ ନାଗକନ୍ୟା ତଥା ସୁକ୍ଷ୍ମ କାରୁକାର୍ଯ୍ୟ)
କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ କାରୁକାର୍ଯ୍ୟପୂର୍ଣ୍ଣ ଏହି ମନ୍ଦିରଟି ଗଙ୍ଗବଂଶୀୟ ଶାସନ ସମୟରେ ଚତୁର୍ଦ୍ଦଶ ଶତାବ୍ଦୀରେ ନିର୍ମାଣ ହୋଇଥିବା ଅନୁମାନ କରାଯାଏ l ଏହି ମନ୍ଦିରଟିର ନିର୍ମାତାଙ୍କ ସମ୍ପର୍କରେ କୌଣସି ସଠିକ ତଥ୍ୟ ମିଳିପାରିନଥିଲେ ବି ଏହା ଯେ ଗଙ୍ଗ ବଂଶୀୟ ଶାସକଙ୍କ ଅନନ୍ୟ ନିର୍ମାଣ ଏଥିରେ ଦ୍ବିମତ ନାହିଁ l
(ପାର୍ଶ୍ୱଦେବତା ଓ ମନ୍ଦିର ଗାତ୍ରର ସୁନ୍ଦର କାରୁକାର୍ଯ୍ୟ)
ମନ୍ଦିରଟିର ବିମାନ, ଜଗମୋହନ, ନାଟମନ୍ଦିର ସହିତ ଉଭୟ ପାର୍ଶ୍ୱରେ ବିମାନକୁ ଲାଗି ପାର୍ଶ୍ଵ ଦେବତାଙ୍କ ମନ୍ଦିରମାନ ରହିଛି l ବିମାନଟି ରେଖ ଶୈଳୀରେ ନିର୍ମିତ ହୋଇଥିବା ବେଳେ ଜଗମୋହନଟି ପୀଢ଼ ଶୈଳୀରେ ନିର୍ମିତ l ଜଗମୋହନ ଓ ବିମାନର ବାହ୍ୟ ପାର୍ଶ୍ୱରେ ଅନେକ ସୁକ୍ଷ୍ମ ଓ ସୁନ୍ଦର କାରୁକାର୍ଯ୍ୟମାନ ଦେଖିବାକୁ ମିଳେ l ନୃତ୍ୟରତା ନର୍ତ୍ତକୀ, ଦିଗପାଳ, ନାଗ, ନାଗକନ୍ୟା ଓ ଭୈରବ ଆଦିଙ୍କ ପ୍ରତିମୂର୍ତ୍ତିମାନ ମନ୍ଦିରଗାତ୍ରରେ ଖୁବ୍ ସୁନ୍ଦର ଭାବରେ ଖୋଦିତ ହୋଇଛି l ଚଉରାଶିର ବରାହୀ ମନ୍ଦିର ଗାତ୍ରରେ ଯେପରି ବହୁଳ ଭାବେ ନାଗ ଓ ନାଗକନ୍ୟା ମୂର୍ତ୍ତି ଦେଖିବାକୁ ମିଳେ, ଏଠାରେ ମଧ୍ୟ ପୂର୍ଣ୍ଣେଶ୍ୱର ମହାଦେବ ମନ୍ଦିର ଗାତ୍ରରେ ନାଗକନ୍ୟା ମୂର୍ତ୍ତି ଅଧିକ ଦେଖିବାକୁ ମିଳେ l
(ସୁକ୍ଷ୍ମ କାରୁକାର୍ଯ୍ୟ)
ନିଆଳିର ଶୋଭନେଶ୍ୱର ମନ୍ଦିରପୂର୍ଣ୍ଣେଶ୍ୱର ମନ୍ଦିର ବିମାନର ଗଠନ ଶୈଳୀ ପ୍ରାୟ ସମାନ l ଉଭୟ ମନ୍ଦିର ବିମାନର ଜଙ୍ଘ ପର୍ଯ୍ୟନ୍ତ ନିମ୍ନଭାଗରେ ଅନେକ ସୁକ୍ଷ୍ମ କାରୁକାର୍ଯ୍ୟ ଦେଖିବାକୁ ମିଳେ ମାତ୍ର ଉପରି ଭାଗର ରେଖ ଶୈଳୀ ନିର୍ମାଣରେ କାରୁକାର୍ଯ୍ୟ ଦେଖିବାକୁ ମିଳେ ନାହିଁ l ଏହି ଦୁଇ ମନ୍ଦିରର ଉପରିଭାଗର ନିର୍ମାଣ ପରବର୍ତ୍ତୀ ସମୟରେ ଭଗ୍ନାବଶେଷ ଉପରେ ନିର୍ମିତ ହୋଇଥିବା ଜଣା ପଡ଼େ l
ପାର୍ଶ୍ଵସ୍ଥ ମନ୍ଦିରରେ ହର ପାର୍ବତୀ, ବିଷ୍ଣୁ, ଗଣେଶ, କାର୍ତ୍ତିକେୟ, ଦେବୀ ପ୍ରତିମୂର୍ତ୍ତିମାନ ଦେଖିବାକୁ ମିଳେ l ରକ୍ଷଣାବେକ୍ଷଣ ଅଭାବରୁ ସମୟ ସ୍ରୋତରେ କେତେକ ମୂର୍ତ୍ତି ନଷ୍ଟ ହୋଇଥିଲେ ବି ଅନେକ କାରୁକାର୍ଯ୍ୟ ଏବେ ବି ଦର୍ଶକର ମନକୁ ଆନ୍ଦୋଳିତ କରେ l
ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ପ୍ରଚାର ପ୍ରସାର ଦିଗରେ ଉନ୍ନତି ଘଟିଲେ ଏହି କାରୁକାର୍ଯ୍ୟପୂର୍ଣ୍ଣ ସୁନ୍ଦର ମନ୍ଦିରଟି ତା’ର ହୃତଗୌରବ ଫେରି ପାଇବା ସହିତ ପର୍ଯ୍ୟଟକଙ୍କ ଆଗମନରେ ମଧ୍ୟ ବୃଦ୍ଧି ହୋଇ ପାରନ୍ତା l
Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

6 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago