ଲେଖା: ରବୀନ୍ଦ୍ର କୁମାର ରଣା
ନିମାପଡ଼ା ବଜାରରୁ ଚରିଛକ ରାସ୍ତାରେ ୪ କି.ମି. ଯିବା ପରେ ସେଠାରୁ ୨ କି.ମି. ବାମକୁ ଗଲେ ଭିଲିଦେଉଲି ଗ୍ରାମ ଅବସ୍ଥିତ। ଏହି ଗ୍ରାମରେ ଗଙ୍ଗବଂଶୀ ରାଜତ୍ଵ ସମୟର ପ୍ରାଚୀନ ପୂର୍ଣ୍ଣେଶ୍ୱର ମନ୍ଦିର ଦେଖିବାକୁ ମିଳେ।
ରେଖ ଶୈଳୀରେ ନିର୍ମିତ ବିଶାଳ ମୁଖ୍ୟ ମନ୍ଦିର ସହିତ ଜଗମୋହନ ନାଟମଣ୍ଡପ ଓ ଅନ୍ୟାନ୍ୟ ପାର୍ଶ୍ଵଦେବାଦେବୀଙ୍କ ମନ୍ଦିରମାନ ରହିଛି। ଭଦ୍ରେଶ୍ୱର ମନ୍ଦିର, ଶୋଭନେଶ୍ୱର ମନ୍ଦିର ଓ ଅଖଣ୍ଡଳେଶ୍ୱର ମନ୍ଦିରର ଗଠନ ପରି ଏହି ପୂର୍ଣ୍ଣେଶ୍ୱର ମନ୍ଦିରର ଗଠନ । ଅର୍ଥାତ ମନ୍ଦିରର ଉପର ଜଙ୍ଘ ପର୍ଯ୍ୟନ୍ତ ସୁନ୍ଦର କାରୁକାର୍ଯ୍ୟ ଦେଖାଯାଏ, କିନ୍ତୁ ମନ୍ଦିରର ଗଣ୍ଡି ଭାଗରେ ଏତେ କାରୁକାର୍ଯ୍ୟ ନାହିଁ । ସମ୍ଭବତଃ ମନ୍ଦିରର ଉପର ଭାଗ ଭାଙ୍ଗି ଯାଇଥାଇପାରେ ଓ ଏହା ପରବର୍ତ୍ତୀ ସମୟରେ ନିର୍ମିତ, ତେଣୁ କାରୁକାର୍ଯ୍ୟ ନାହିଁ।
ମନ୍ଦିରର ଗଠନଶୈଳୀ ଓ କାରୁକାର୍ଯ୍ୟରୁ ଲାଗେ ଏହା ତ୍ରୟୋଦଶ କିମ୍ବା ଚତୁର୍ଦ୍ଦଶ ଶତାବ୍ଦୀରେ ଗଙ୍ଗରାଜାମାନଙ୍କ ଦ୍ଵାରା ନିର୍ମିତ। କିନ୍ତୁ କିଏ ନିର୍ମାଣ କରିଥିଲେ ଓ କେବେ ନିର୍ମାଣ ହେଇଥିଲା ତାହା ମନ୍ଦିର ପୂଜକ କିମ୍ବା ସ୍ଥାନୀୟ ଲୋକଙ୍କ ଠାରୁ କିଛି ତଥ୍ୟ ମିଳେନାହିଁ ।
ମନ୍ଦିରଟି ଦେବୋତ୍ତର ବିଭାଗ ଅଧିନରେ ରହିଥିଲେ ହେଁ ଏହାର ରକ୍ଷଣାବେକ୍ଷଣ ଠିକ ଭାବେ ହେଉ ନଥିବା ଦେଖାଯାଏ । ମନ୍ଦିର ଚାରିପଟେ ପ୍ରାଚୀର ନାହିଁ ଏବଂ ବହୁତ ଗୁଡ଼ିଏ କାରୁକାର୍ଯ୍ୟ ନଷ୍ଟ ହୋଇଗଲାଣି। ଏହା ସତ୍ତ୍ୱେ ବି ମନ୍ଦିରଟି ବହୁତ ସୁନ୍ଦର ଓ ଏହାର ଅନେକ ମୂର୍ତ୍ତିକୁ ପାର୍ଶ୍ଵମନ୍ଦିରରେ ସାଇତି ରଖା ଯାଇଛି।
ଶିବପାର୍ବତୀ ମୂର୍ତ୍ତି, ବିଷ୍ଣୁ, କାର୍ତ୍ତିକେୟ, ଦିଗପାଳ, ଏକପାଦ ଭୈରବ ଓ ଦେବୀ ମୂର୍ତ୍ତି ଆଦି ବହୁତ ସୁନ୍ଦର। ଏ ସମସ୍ତ ବ୍ୟତୀତ ନାଟମଣ୍ଡପର କାନ୍ଥରେ ଭଗବାନ ବିଷ୍ଣୁଙ୍କ ବିଭିନ୍ନ ଅବତାରର ଚିତ୍ର ଏତେ ସୁନ୍ଦର ଭାବେ ଚିତ୍ରିତ କରାଯାଇଛି ଯେ ତାହା ଅତ୍ୟନ୍ତ ମନଲୋଭା। ଏଭଳି ଏକ ପ୍ରାଚୀନ ଓ ସୁନ୍ଦର ମନ୍ଦିର ପର୍ଯ୍ୟଟନ ଆଢ଼ୁଆଳରେ ଥିବାରୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିପାରୁ ନାହିଁ । ତେଣୁ ଏହାର ପ୍ରଚାର ପ୍ରସାର ହେଇ ପାରିଲେ ପର୍ଯ୍ୟଟକ ଓ ଗବେଷକଙ୍କ ଦୃଷ୍ଟି ଆକର୍ଷଣ କରି ପାରନ୍ତା।
~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…
~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…
ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…
ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…
ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…