ଲେଖା: ରବୀନ୍ଦ୍ର କୁମାର ରଣା

ନିମାପଡ଼ା ବଜାରରୁ ଚରିଛକ ରାସ୍ତାରେ ୪ କି.ମି. ଯିବା ପରେ ସେଠାରୁ ୨ କି.ମି. ବାମକୁ ଗଲେ ଭିଲିଦେଉଲି ଗ୍ରାମ ଅବସ୍ଥିତ। ଏହି ଗ୍ରାମରେ ଗଙ୍ଗବଂଶୀ ରାଜତ୍ଵ ସମୟର ପ୍ରାଚୀନ ପୂର୍ଣ୍ଣେଶ୍ୱର ମନ୍ଦିର ଦେଖିବାକୁ ମିଳେ।

ରେଖ ଶୈଳୀରେ ନିର୍ମିତ ବିଶାଳ ମୁଖ୍ୟ ମନ୍ଦିର ସହିତ ଜଗମୋହନ ନାଟମଣ୍ଡପ ଓ ଅନ୍ୟାନ୍ୟ ପାର୍ଶ୍ଵଦେବାଦେବୀଙ୍କ ମନ୍ଦିରମାନ  ରହିଛି। ଭଦ୍ରେଶ୍ୱର ମନ୍ଦିର, ଶୋଭନେଶ୍ୱର ମନ୍ଦିର ଅଖଣ୍ଡଳେଶ୍ୱର ମନ୍ଦିରର ଗଠନ ପରି ଏହି ପୂର୍ଣ୍ଣେଶ୍ୱର ମନ୍ଦିରର ଗଠନ । ଅର୍ଥାତ ମନ୍ଦିରର ଉପର ଜଙ୍ଘ ପର୍ଯ୍ୟନ୍ତ ସୁନ୍ଦର କାରୁକାର୍ଯ୍ୟ ଦେଖାଯାଏ, କିନ୍ତୁ ମନ୍ଦିରର ଗଣ୍ଡି ଭାଗରେ ଏତେ କାରୁକାର୍ଯ୍ୟ ନାହିଁ । ସମ୍ଭବତଃ ମନ୍ଦିରର ଉପର ଭାଗ ଭାଙ୍ଗି ଯାଇଥାଇପାରେ ଓ ଏହା ପରବର୍ତ୍ତୀ ସମୟରେ ନିର୍ମିତ, ତେଣୁ କାରୁକାର୍ଯ୍ୟ ନାହିଁ।

ମନ୍ଦିରର ଗଠନଶୈଳୀ ଓ କାରୁକାର୍ଯ୍ୟରୁ ଲାଗେ ଏହା ତ୍ରୟୋଦଶ କିମ୍ବା ଚତୁର୍ଦ୍ଦଶ ଶତାବ୍ଦୀରେ ଗଙ୍ଗରାଜାମାନଙ୍କ ଦ୍ଵାରା ନିର୍ମିତ। କିନ୍ତୁ କିଏ ନିର୍ମାଣ କରିଥିଲେ ଓ କେବେ ନିର୍ମାଣ ହେଇଥିଲା ତାହା ମନ୍ଦିର ପୂଜକ କିମ୍ବା ସ୍ଥାନୀୟ ଲୋକଙ୍କ ଠାରୁ କିଛି ତଥ୍ୟ ମିଳେନାହିଁ ।

ମନ୍ଦିରଟି ଦେବୋତ୍ତର ବିଭାଗ ଅଧିନରେ ରହିଥିଲେ ହେଁ ଏହାର ରକ୍ଷଣାବେକ୍ଷଣ ଠିକ ଭାବେ ହେଉ ନଥିବା ଦେଖାଯାଏ । ମନ୍ଦିର ଚାରିପଟେ ପ୍ରାଚୀର ନାହିଁ ଏବଂ ବହୁତ ଗୁଡ଼ିଏ କାରୁକାର୍ଯ୍ୟ ନଷ୍ଟ ହୋଇଗଲାଣି। ଏହା ସତ୍ତ୍ୱେ ବି ମନ୍ଦିରଟି ବହୁତ ସୁନ୍ଦର ଓ ଏହାର ଅନେକ ମୂର୍ତ୍ତିକୁ ପାର୍ଶ୍ଵମନ୍ଦିରରେ ସାଇତି ରଖା ଯାଇଛି।

ଶିବପାର୍ବତୀ ମୂର୍ତ୍ତି, ବିଷ୍ଣୁ, କାର୍ତ୍ତିକେୟ, ଦିଗପାଳ, ଏକପାଦ ଭୈରବ ଓ ଦେବୀ ମୂର୍ତ୍ତି ଆଦି ବହୁତ ସୁନ୍ଦର। ଏ ସମସ୍ତ ବ୍ୟତୀତ ନାଟମଣ୍ଡପର କାନ୍ଥରେ ଭଗବାନ ବିଷ୍ଣୁଙ୍କ ବିଭିନ୍ନ ଅବତାରର ଚିତ୍ର ଏତେ ସୁନ୍ଦର ଭାବେ ଚିତ୍ରିତ କରାଯାଇଛି ଯେ ତାହା ଅତ୍ୟନ୍ତ ମନଲୋଭା। ଏଭଳି ଏକ ପ୍ରାଚୀନ ଓ ସୁନ୍ଦର ମନ୍ଦିର ପର୍ଯ୍ୟଟନ ଆଢ଼ୁଆଳରେ ଥିବାରୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିପାରୁ ନାହିଁ । ତେଣୁ ଏହାର ପ୍ରଚାର ପ୍ରସାର ହେଇ ପାରିଲେ ପର୍ଯ୍ୟଟକ ଓ ଗବେଷକଙ୍କ ଦୃଷ୍ଟି ଆକର୍ଷଣ କରି ପାରନ୍ତା।

 

Spread the love
admin

Recent Posts

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 weeks ago

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

2 weeks ago

ବଳଦେବ ଉପାସନା

~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…

2 weeks ago

ତୁମେ ତ ଲୋକରେ ସାର

~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ  କମ୍ପି ଉଠୁଛି କଟକ ନଗର ଶୁଭୁଅଛି…

2 weeks ago