ଲେଖା: ରବୀନ୍ଦ୍ର କୁମାର ରଣା
ଢେଙ୍କାନାଳ ଜିଲ୍ଲାର ରାକଳ ଗ୍ରାମରେ ପ୍ରାଚୀନ ଶୈବପୀଠ ପୁଳିନ୍ଦେଶ୍ୱର ମନ୍ଦିର ଅବସ୍ଥିତ। ଇତିହାସର ତଥ୍ୟ ଅନୁସାରେ ଏହି ପ୍ରାଚୀନ ଶୈବପୀଠଟି ଭୌମକରମାନଙ୍କ ଶାସନ ସମୟରେ ନିର୍ମିତ ।
ବର୍ତ୍ତମାନର ମନ୍ଦିରଟି ଯଦିଓ କଳାକାରୁକାର୍ଯ୍ୟ ଦୃଷ୍ଟିରୁ ଏତେ ପ୍ରାଚୀନ ନୁହେଁ, ତେବେ ଏହି ପୀଠର ଐତିହାସିକ ଗୁରୁତ୍ଵ ଅତି ପ୍ରାଚୀନ। ବିଭିନ୍ନ ଶୈବପୀଠର ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ଭୌମ ରାଜାମାନେ ଗ୍ରାମ ଦାନ କରିଥିବା ଜଣାଯାଏ । ଢେଙ୍କାନାଳର ରାକଳ ରେ ଅବସ୍ଥିତ ପୁଳିନ୍ଦେଶ୍ୱର ମନ୍ଦିରଟି ପୁଳିନ୍ଦରାଜା ନିର୍ମାଣ କରିଥିବା ଜଣାଯାଏ। ଇତିହାସର ତଥ୍ୟରୁ ଜଣାପଡେ ଯେ ପୁଲିନ୍ଦରାଜାଙ୍କ ଅନୁରୋଧ କ୍ରମେ ଭୌମକର ରାଜା ତୃତୀୟ ଶୁଭକର ଦେବ ପୁଳିନ୍ଦେଶ୍ୱର ମନ୍ଦିରର ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ତାଙ୍କୁ ଗ୍ରାମଦାନ କରିଥିଲେ। ସମ୍ଭବତଃ ପୁଲିନ୍ଦରାଜ ଭୌମକର ମାନଙ୍କ ଅଧସ୍ଥ ବା ସାମନ୍ତ ରାଜା ହୋଇଥାଇ ପାରନ୍ତି।
ତେବେ ଏହି ପ୍ରାଚୀନ ପୁଳିନ୍ଦେଶ୍ୱର ମନ୍ଦିରଟି ଏବେ କୁଣ୍ଡେଶ୍ୱର ମନ୍ଦିର ଭାବେ ପରିଚିତ । ହୁଏତ ପରବର୍ତ୍ତୀ ସମୟରେ ମନ୍ଦିରର ନାମ ପରିବର୍ତ୍ତନ ହୋଇଥାଇ ପାରେ।
ପ୍ରାଚୀନ ମନ୍ଦିରର କେତେକ ମୂର୍ତ୍ତି ଏବେ ବି ମୁଖ୍ୟ ମନ୍ଦିର ସାମ୍ନାରେ ଏକ ଛୋଟ ଅସ୍ଥାନରେ ରଖି ପୂଜା କରାଯାଉଛି। ମୂର୍ତ୍ତିଗୁଡିକ ଅତି ପ୍ରାଚୀନ ଏବଂ ପ୍ରାୟ ନଷ୍ଟ ହେଇଯାଇ ଥିବାରୁ ଚିହ୍ନିବା ସହଜ ହେଉନାହିଁ। ମନ୍ଦିର ପରିବେଶ ଓ ପରିସର ଅତୀବ ସୁନ୍ଦର ।
~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…
~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…
ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…
~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…
~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…
~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…