ଲେଖା: ତ୍ରିଲୋଚନ ସ୍ୱାଇଁ
~ ପାରିବାସୁଦେଇପୁର ନୃସିଂହ ମନ୍ଦିର ~
ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳାରେ ଭରା ଏଇ ଉତ୍କଳ ପ୍ରଦେଶ l ଗୌରବମୟ ଆମ ଅତୀତ ଓ ଇତିହାସ l
ବୈଷ୍ଣବବାଦର କ୍ରମ ବିକାଶରେ ଭଗବାନ ନରସିଂହଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି l ଶ୍ରୀବିଷ୍ଣୁଙ୍କ ମୁଖ୍ୟ ଦଶ ଅବତାର ମଧ୍ୟରେ ଚତୁର୍ଥ ଅବତାର ହେଉଛନ୍ତି ଶ୍ରୀନୃସିଂହ ଅବତାର l ଶ୍ରୀକ୍ଷେତ୍ର ପୁରୀରେ, ଶ୍ରୀମନ୍ଦିରରେ ଏପରିକି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭଗବାନ ନୃସିଂହଙ୍କର ଅନେକ ମନ୍ଦିର ଦେଖିବାକୁ ମିଳେ l
ବରଗଡ଼ ଜିଲ୍ଲାର ଶ୍ରୀ ନୃସିଂହନାଥ ମନ୍ଦିର ଓଡ଼ିଶାରେ ସର୍ବପରିଚିତ ମନ୍ଦିର ହୋଇଥିବାବେଳେ, କଟକ ଜିଲ୍ଲା ସାଲେପୁର ଅଞ୍ଚଳର ପୂର୍ବକଛ ଗ୍ରାମରେ ଥିବା ନୃସିଂହ ମନ୍ଦିରଟି ମଧ୍ୟ ଏକ ପୁରାତନ ମନ୍ଦିର ଓ ସ୍ଥାନୀୟ ଅଞ୍ଚଳରେ ଖୁବ୍ ପରିଚିତ l ଠିକ ସେହିପରି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଅନ୍ତର୍ଗତ ପାରିବାସୁଦେଇପୁର ଗ୍ରାମରେ ଥିବା ନୃସିଂହ ମନ୍ଦିରଟି କିନ୍ତୁ ବହୁ ପ୍ରାଚୀନ, ଶତାବ୍ଦୀ ପୁରାତନ l ଏହି ମନ୍ଦିରଟି ଦଶମ ଶତାବ୍ଦୀରେ ନିର୍ମିତ ହୋଇଥିବ ଜଣାଯାଏ l କାରୁକାର୍ଯ୍ୟବିହୀନ, ମାଙ୍କଡ଼ା ପଥରରେ ନିର୍ମିତ ଏହି ମନ୍ଦିରଟି ଭାରତୀୟ ପତ୍ନତତ୍ତ୍ଵ ବିଭାଗ ବା Archeological Survey Of India [ASI] ଦ୍ୱାରା ସୁରକ୍ଷିତ ଓ ସଂରକ୍ଷିତ l
ପାରିବାସୁଦେଇପୁର ନୃସିଂହ ମନ୍ଦିର ବିମାନ ଓ ଜଗମୋହନ ଯାହା ରହିଛି l ଏଠାରେ କିନ୍ତୁ କୌଣସି କାରୁକାର୍ଯ୍ୟ ଦେଖିବାକୁ ମିଳେନା l ମନ୍ଦିର ଗାତ୍ରରେ କୌଣସି ପାର୍ଶ୍ଵ ଦେବଦେବୀଙ୍କ ପ୍ରତିମା ବି ନାହିଁ l ଚୂନପଥରରେ ନିର୍ମିତ କେତୋଟି ଗଜବିଡ଼ାଳ ଓ ନୃତ୍ୟରତ ନାୟିକାଙ୍କ ପ୍ରତିମା ଯାହା ଦେଖିବାକୁ ମିଳେ l ମନ୍ଦିର ସମ୍ମୁଖରେ ଏକ କୂପ ମଧ୍ୟ ରହିଛି l ମନ୍ଦିର ଚତୁଃପାର୍ଶ୍ଵରେ ମାଙ୍କଡ଼ା ପଥରରେ ନିର୍ମିତ ଏକ ସୁଉଚ୍ଚ ପ୍ରାଚୀର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି l
© Trilochan Swain
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago