ଲେଖା: ରାଜେଶ୍ୱର ମହାନ୍ତି
ପାରିକୁଦ (English: Parikud) ଚିଲିକା ହ୍ରଦ ମଧ୍ୟରେ ଥିବା ଏକ ଦ୍ୱୀପ । ଏହା କୃଷ୍ଣପ୍ରସାଦ ପଂଚାୟତ ସମିତିର ୯୬ଟି ମୌଜାକୁ ନେଇ ଗଠିତ । ଏହାର ଦୁଇ ପାର୍ଶ୍ୱରେ ଚିଲିକା ହ୍ରଦ ଓ ବଙ୍ଗୋପ ସାଗର ଅବସ୍ଥିତ । ଏହାର ପୂର୍ବ ପ୍ରାନ୍ତରେ ଚିଲିକା କୂଳରେ ଜହ୍ନିକୁଦା ଗ୍ରାମ ରହିଅଛି । ଜହ୍ନିକୁଦାଠାରୁ ଭାଷମାନ ପୋଲ ମାଧ୍ୟମରେ ଲୋକମାନେ ସାତପଡା ଓ ପୁରୀ ଯାତୟତ କରିଥାନ୍ତି । ଏଠାରେ ବାସ କରୁଥିବା ଲୋକମାନେ ମୁଖ୍ୟତଃ ଚାଷ ଏବଂ ମାଛ ଧରିବା କାର୍ଯ୍ୟଦ୍ୱାରା ନିଜର ଭରଣପୋଷଣ କରିଥାନ୍ତି ।
୧୭୭୪ ପୂର୍ବରୁ, ପାରିକୁଦ ବଙ୍କଡ (ବାଣପୁର) ରାଜାଙ୍କ ଅଧିନରେ ଥିଲା । ବଙ୍କଡ ସର୍ବଦା ଇଂରେଜମାନଙ୍କ ଆକ୍ରମଣର ଶିକାର ହେଉଥିବାରୁ, ରାଜା ଶ୍ରୀ ହରିସେବକ ମାନସିଂହ ପ୍ରଥମେ ପାରିକୁଦ ଆସିଥିଲେ ଏବଂ ନୃସିଂହଁଗଡ (ଗୁରୁବାଇ)ଠାରେ ନିଜର ରାଜଧାନୀ ପ୍ରତିଷ୍ଠା କରିଥିଲେ । ଶେଷରେ ରାଜା ଭାଗିରଥି ମାନସିଂହ ନିଜ ରାଜଧାନୀକୁ କୃଷ୍ଣପ୍ରସାଦ ସ୍ଥାନାନ୍ତରିତ କରିଥିଲେ ଏବଂ ୧୭୯୮ ମସିହାରେ ଏଠାରେ ରାଜପ୍ରସାଦ ନିର୍ମାଣ କରିଥିଲେ । ଚିଲିକାଦ୍ୱାରା ପରିବେଷ୍ଟିତ ହୋଇଥିବାରୁ, ଏହା ବହୁ ବର୍ଷ ପର୍ଯ୍ୟନ୍ତ ଇଂରେଜମାନଙ୍କ କବଳରୁ ରକ୍ଷା ପାଇପାରିଥିଲା । ଲୋକକଥାରେ ଅଛି ଏକ ଦୁଧ ବିକାଳି ବଗଦ୍ୱାରା ବଡ ଶାଗୁଣା ମରିବା କଥା ରାଜାଙ୍କୁ ଜଣାଇ ଥିଲେ, ଯାହା ଦ୍ୱାରା ପ୍ରଭାବିତ ହୋଇ ରାଜା ନିଜ ରାଜଧାନୀ ଏଠାରେ ପ୍ରତିଷ୍ଠା କରିଥିଲେ । ପାରିକୁଦର ରାଜା ବ୍ରାହ୍ମଣ ମାନଙ୍କୁ ଏକ ଗ୍ରାମ (ଶାସନ) ଦାନ କରିଥିଲେ ଯାହର ବର୍ତ୍ତମାନ ନାମ ଭାଗିରଥିପୁର ଶାସନ ଅଟେ ।
୧୮୦୩ ମସିହାରେ ଯେତେବେଳେ ଇଂରେଜମାନେ ଓଡ଼ିଶା ଆକ୍ରମାଣ କରିଥିଲେ, ମାଲୁଦର ଫତେ ମହମ୍ମଦ ନାମକ ଜଣେ ଡଙ୍ଗା ଚାଳକ କନ୍ଦାଖାଇଠାରେ ଇଂରେଜମାନଙ୍କୁ ପୁରୀ ଯିବା ପାଇଁ ରାସ୍ତା ଦେଖାଇଥିଲା । ଏହା ପ୍ରତି ବଦଳେରେ ଇଂରେଜ ପାରିକୁଦ ଓ ମାଲୁଦ ଅଞ୍ଚଳର ଅନେକ ଜମି ପ୍ରଦାନ କରିଥିଲେ ।
ପାରିକୁଦର କିଛି ପ୍ରତିଷ୍ଠିତ ମନ୍ଦିର ଗୁଡିକ ହେଲା
ବାବା ଜଗତେଶ୍ୱର ଦେବ – ନବା
ପାଣ୍ଡେଶ୍ୱର ଦେବ – ତିତିପ
କମଳେଶ୍ୱରଦେବ – ଦେଉଳପଡା
ସର୍ବେଶ୍ୱର ଦେବ – ମହିସା
ଝାଡେଶ୍ୱର ଦେବ – ବଡଝାଡ
ବାଲିଙ୍ଗଶ୍ୱର ଦେବ – ଗୋପାଳପୁର
ବଟେଶ୍ୱର ଦେବ – ଗୋମୁଣ୍ଡିଆ
ଗୋପିନାଥ ଦେବ – ବାଲି ସାସନ
ଗୁପ୍ତେଶ୍ୱର ଦେବ – ନୁଆପଡା
ଦଧିବାମନ ଦେବ – ଗୁରୁବାଇ
ରାଧାକାନ୍ତ ଦେବ – ଜହ୍ନିକୁଦା
ନୀଳ କଣ୍ଠେଶ୍ୱର ଦେବ – କୃଷ୍ଣପ୍ରସାଦ
ଦଧିବାମନ ଦେବ – ମାଲୁଦ
ଶ୍ରୀ ଜଗନ୍ନାଥ ମନ୍ଦିର – ମାଲୁଦ
ନୀଳକଣ୍ଠେଶ୍ୱର ଦେବ – ଅଲଣ୍ଡା
ବଟେଶ୍ୱର ଦେବ – ମୋରଡା
ଦଧିବାମନ ଦେବ – ସିଆଳ
ଜଗତେଶ୍ୱର ଦେବ – ସିଆଣ୍ଡି
ମା କନକ ଦୁର୍ଗା ଦେବୀ – କୃଷ୍ଣପ୍ରସାଦ
ମା ଚର୍ଚିକା ଦେବୀ – ନୁଆପଡା
ପ୍ରମୁଖ ବ୍ୟକ୍ତିତ୍ତ୍ୱ
ମାୟାଧର ମାନସିଂହ – ଓଡ଼ିଆ କବି ଓ ଲେଖକ
ଲଳିତ ମାନସିଂହ – ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ଓ ବୈଦେଶିକ ସଚିବ
ଉଦୟନାଥ ଜେନା, ତିତିପ – ଚିଲିକା ଗାନ୍ଧୀ
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago