ଲେଖା: ବିଷ୍ଣୁମୋହନ ଅଧିକାରୀ

ଗଜପତିଙ୍କ ଗଡ଼ରେ ବୈଷ୍ଣବ ଧର୍ମର ପ୍ରଚାର ପ୍ରସାର ପ୍ରଥମେ ହୁଏ ଶ୍ରୀ ସମ୍ପ୍ରଦାୟ ଦ୍ଵାରା।

ଭାରତୀୟ ଚାରି ସମ୍ପ୍ରଦାୟ ହେଲା ଶ୍ରୀ, ବ୍ରହ୍ମ, ସନକ ଓ ରୁଦ୍ର। ମୂଳତଃ ଖେମୁଣ୍ଡି ଅଞ୍ଚଳରେ ବ୍ରହ୍ମ ଓ ଶ୍ରୀ ସମ୍ପ୍ରଦାୟ ଦୁଇଟିର ମଠ ବହୁଳ ଦେଖାଯାଏ। ଏହାର ଆଚାର୍ଯ୍ୟ ହେଲେ ଶ୍ରୀ ରମାନୁଜାଚାର୍ଯ୍ୟ ଓ ତ୍ରୟୋଦଶ ଅଧସ୍ତନ ହେଲେ ଶ୍ରୀ ରାମାନନ୍ଦ ଆଚାର୍ଯ୍ୟ । ତେବେ ଦକ୍ଷିଣ ଭାରତରେ ରାମନୁଜଙ୍କ ଅଧିକ ମଠ ଥିଲାବେଳେ ଉତ୍ତର ଭାରତରେ ରାମାନନ୍ଦଙ୍କ ମଠ ଦେଖାଯାଏ। ମାଧ୍ଵ ଓ ଗୌଡ଼ୀୟ ବୈଷ୍ଣବର ପ୍ରଚାର ପୂର୍ବରୁ ଉତ୍କଳରେ ବିଶିଷ୍ଟ ଦ୍ୱେତମତର ପ୍ରସାର ହୋଇଥିଲା। ଗଙ୍ଗବଂଶୀୟ ରାଜାମାନେ ପ୍ରଥମେ ଶୈବ ଓ ପରେ ବୈଷ୍ଣବ ଦୀକ୍ଷାରେ ଦୀକ୍ଷିତ ହୋଇଥିଲେ।

(୧. ସଦାରାମ ମଠ)

(୨. ମନ୍ଦିର କାନ୍ଥରେ ଶ୍ରୀରାମ)

(ଧାତୁ ବିଗ୍ରହ ଶ୍ରୀ ରାମସ୍ୱାମୀ)

ତେବେ ପାରଳାରେ ଗଙ୍ଗମାନେ ନିଜର ସମସ୍ତ ଅଚଳାଚଳ ସମ୍ପତ୍ତିକୁ ନିଜ ନାମରେ ନ ରଖି ନିଜ ଇଷ୍ଟଦେବତା ଶ୍ରୀ ଶ୍ରୀ ରାମସ୍ୱାମୀ ମହାପ୍ରଭୁଙ୍କ ନାମରେ ରଖୁଥିଲେ, ଏବଂ ନିଜକୁ ରାମସ୍ୱାମୀ ଦାସ ବୋଲାଇଥିଲେ । ତେବେ କୁହାଯାଏ ଶ୍ରୀ ପ୍ରତାପରୁଦ୍ର ଗଜପତି ୧ମ ରାମନନ୍ଦୀ ବୈଷ୍ଣବ ଦୀକ୍ଷା ନେଇ ଅନେକ ମନ୍ଦିର ଜଳାଶୟ ଓ ମଠ ନିର୍ମାଣ କରାଇଲେ। ଯଥା, ରାମସାଗର, ସୀତା ସାଗର, ଲକ୍ଷ୍ମଣ ସାଗର, ରାମଲିଙ୍ଗେଶ୍ୱର, ରାମେଶ୍ୱର ରାମଚନ୍ଦ୍ର ଦେଉଳ, ବାଲାଜୀରାମ ମଠ, ରଘୁନନ୍ଦନ ଦେଉଳ ଆଦି। ଏହା ପରେ ପଦ୍ମାବତୀ ପାଟମହାଦେଈ ନହରର ପଶ୍ଚାତ ଭାଗରେ ଦେଓ ସାହିରେ ଅମାପ ଭୁସମ୍ପତ୍ତି ଖଞ୍ଜି ବିଷ୍ଣୁଦାସ ବାବାଜୀଙ୍କ ଶିଷ୍ୟଙ୍କୁ ଗୁରୁ ରୂପେ ମଣି ଏକ ରାମାନନ୍ଦୀ ଗାଦି ଆରମ୍ଭ କଲେ। ପରେ ଷୋଳ ଶାସନରେ ଚାଙ୍ଗୁଡ଼ି ବାଲାଜୀ ମଠ ପ୍ରତିଷ୍ଠା କରାଇଲେ।

(ଶ୍ରୀ ରାମଚନ୍ଦ୍ର ପଞ୍ଚାୟତ, ଅଙ୍କସାହି)

(ପଥୁରିଆ ବାବାଜୀ ମଠ ଶ୍ରୀ ସୀତାରାମ)

(ରଘୁନାଥ ମନ୍ଦିର, ଚିତ୍ରକାର ସାହି)


ତେବେ ମଠ, ମନ୍ଦିର ସହ ପାରଳାରେ ରାମସାହିତ୍ୟର ବିକାଶ ବି ଘଟିଥିଲା। ଓଡ଼ିଶାର କବିଭୂଷଣ ଗୋପୀନାଥ ପାତ୍ର ରାଘବ ବିଳାସ, ରାମଚନ୍ଦ୍ର ବିହାର ଭଳି ଅନେକ ରଚନା କରି ଉତ୍କଳରେ ସଂସ୍କୃତ ସାହିତ୍ୟକୁ ଋଦ୍ଧିମନ୍ତ କରିଥିଲେ। ଏବେ ମଧ୍ୟ ପାରଳାରେ ରାମପଟିର ବହୁଳ ବ୍ୟବହାର ହୁଏ।

ଶ୍ରୀରାମଚନ୍ଦ୍ରଙ୍କୁ ଅଧିପତି କରି ପରବର୍ତ୍ତୀ ଗଜପତିମାନେ ରାମାନଦୀ ଦୀକ୍ଷା ନେଲେ । ଶ୍ରଦ୍ଧେୟ ସୀତାରାମ ବାବାଜୀଙ୍କ ନିକଟରେ ଗୁରୁ ଦୀକ୍ଷା ନେଇ ଅନେକ ସନ୍ଥ ପାରଳାରେ ରାମଉପାସନା ପ୍ରଚାର କରାଇଲେ। ଏଣୁ ଅନେକ ଅଧିକାରୀ ମଠ ସପ୍ତଦଶ ଶତାବ୍ଦୀରେ ପାରଳାରେ ନିର୍ମାଣ ହେଲା । ଶିଳା/ମଣି ବିଗ୍ରହ, ଧାତୁ ବିଗ୍ରହକୁ ଛାଡି ଅନେକ ଦାରୁବିଗ୍ରହ ବି ଏକସଙ୍ଗେ ପୂଜା ପାଆନ୍ତି। କେଉଁଠି ସୀତାରାମ ଯୁଗଳ ବିଗ୍ରହ ତ କେଉଁଠି ରାମ ପଞ୍ଚାୟତ ଦେଖିବାକୁ ମିଳେ। ତେବେ ତ୍ରିମୂର୍ତ୍ତି ପୂଜା (ରାମ, ଲକ୍ଷ୍ମଣ ଓ ସୀତା ) ପରବର୍ତ୍ତୀ ସମୟରେ ଦେଖାଗଲା।

(ଦେଇ ମଠ)

(୧୦. ଗୋପୀନି ସାହି ରଘୁନାଥ)

(ପାରଳାର ରାମ ପଟ୍ଟଚିତ୍ର)

ରାମାନନ୍ଦୀ ମଠ ଓ ରାମ ମନ୍ଦିର ବିଶେଷକରି ଉତ୍କଳରେ ରଘୁନାଥ, ରଘୁନନ୍ଦନ, ରାମସ୍ୱାମୀ ମନ୍ଦିର ନାମରେ ଖ୍ୟାତ। ଆଜି ମଧ୍ୟ ଅନେକ ଗଜପତି ରାଜା ଓ ପାଟଦେଓମାନେ ରାମଚନ୍ଦ୍ର ଦେବ, ସୀତାଚରଣ ଦେଓ ଏଭଳି ନାମରେ ନାମିତ ହୋଇଛନ୍ତି।

ଓଡ଼ିଶାର ରାମସାହିତ୍ୟ ସହ ରାମ ମନ୍ଦିର ଓ ମଠର ଇତିହାସ ପୁର୍ଣ୍ଣ ରୂପେ ଜଡିତ। ଏଣୁ ଏ ଭଳି ରାମମନ୍ଦିରର ଦୃଷ୍ଟିଗୋଚର ହୁଏ।

ଏଠାରେ ପାଠକଙ୍କ ଅବଗତି ନିମନ୍ତେ ପାରଳାରେ ରାମଉପାସନା ସମ୍ପର୍କିତ କେତେକ ଫଟୋଚିତ୍ର ଉପସ୍ଥାପନ କରୁଅଛୁ।

© ବିଷ୍ଣୁମୋହନ ଅଧିକାରୀ 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago