ଜଣା ଅଜଣା

ପର୍ତ୍ତୁଗୀଜ ମୁଦ୍ରାରେ ବଡଦେଉଳ

ଲେଖା: ଦେଵ ତ୍ରିପାଠୀ
ପର୍ତ୍ତୁଗୀଜ ମୁଦ୍ରାରେ ବଡଦେଉଳ ! ଗର୍ବ ଓ ଗୌରବର କଥା ! ସ୍ଵର୍ଣ୍ଣପ୍ରସୁ ଓଡ଼ିଶାକୁ ବ୍ରିଟିଶ ଓ ଅନ୍ୟ ୟୁରୋପୀୟମାନଙ୍କ ଆଗମନର ବହୁ ପୂର୍ବରୁ (ପ୍ରାୟତଃ ୧୫୧୪ ଖ୍ରୀଷ୍ଟାବ୍ଦ) ପର୍ତ୍ତୁଗୀଜମାନେ ପ୍ରବେଶ କରି ସାରିଥିଲେ । ତେବେ ତତ୍କାଳୀନ ନବାବ ମୁତାକଦ ଖାଁଙ୍କ ଠାରୁ ଅନୁମତି ପାଇ ବିଧିବଦ୍ଧ ଭାବରେ ୧୬୩୬ ସାଲରେ ଓଡ଼ିଶା ମାଟିରେ ସ୍ଥାୟୀ ଭାବରେ ଉପନିବେଶ ସ୍ଥାପନା କଲେ । ପରେ ପରେ ଡଚ୍, ଫ୍ରେଞ୍ଚ୍ ଓ ବ୍ରିଟିଶମାନେ ପ୍ରବେଶ କରିଥିଲେ ଏବଂ ପରିଶେଷରେ‌ ୧୬୭୬ ସାଲରେ ପର୍ତ୍ତୁଗୀଜମାନଙ୍କ ବସତିକୁ ବ୍ରିଟିଶମାନେ ଲିଜ ସୂତ୍ରରେ ହାତକୁ ନେଲେ ।
ସ୍ଵଳ୍ପକାଳ ମଧ୍ୟରେ ପର୍ତ୍ତୁଗୀଜମାନେ ଓଡ଼ିଶା ମାଟିରେ କରିଥିଲେ ଉଲ୍ଲେଖନୀୟ ବ୍ୟବସାୟିକ ଅଗ୍ରଗତି, ଓଡ଼ିଶାରୁ ସୋଡା, ହଳଦୀ, ଚିନି, ଚାଉଳ, ଲୁଣ, ଅଦା, ଚନ୍ଦନକାଠ, କପା, ସୂତା, ରେଶମ, ଲୁହା, ପଥର ବାସନ, ତମ୍ବା ପାଇପ ଇତ୍ୟାଦି ରପ୍ତାନୀ କରିବା ସହିତ ବିଭିନ୍ନ ଦେଶରୁ ଦସ୍ତା, ଟିଣ, ରୂପା, ଫିଟିକିରୀ, କର୍ପୂର, ଜାଇଫଳ, ମରିଚ, ଜାବିତ୍ରୀ, ସିନ୍ଦୁର, କଉଡି, ସିନ୍ଦୁକ, ପ୍ରବାଳ, ମୁକ୍ତା ଇତ୍ୟାଦି ଆମଦାନୀ କରି ଓଡ଼ିଶାବାସୀଙ୍କୁ ଯୋଗାଇ ଦେଉଥିଲେ ।
ତେବେ ଏ ସବୁ ବ୍ୟବସାୟିକ କାରବାର ଓ ସେବାବଦ ଲାଭ ହାସଲ ବଦଳରେ ସେମାନେ ଓଡ଼ିଶା ମାଟି ଓ ଓଡ଼ିଆଙ୍କୁ ଦେଇଥିଲେ ଅଯାଚିତ ସମ୍ମାନ, ସେମାନଙ୍କ କାଗଜମୁଦ୍ରାରେ ଓଡ଼ିଆଙ୍କ ଗର୍ବ ଓ ଗାରିମାର ପ୍ରତୀକ ଶ୍ରୀଜଗନ୍ନାଥ ମନ୍ଦିରର ଚିତ୍ରକୁ ସ୍ଥାନଦେଇ । ପର୍ତ୍ତୁଗୀଜ ମୁଦ୍ରାରେ ବଡଦେଉଳ ସ୍ଥାନ ପାଇବା ଥିଲା ପ୍ରଥମ !
Banco Nacional Ultramarino ବ୍ୟାଙ୍କର ନାମ ଥାଇ ଏକ ରୁପିଆ ଓ ୨.୫୦ ରୁପିଆ କାଗଜମୁଦ୍ରାରେ #ଶ୍ରୀମନ୍ଦିରର ଚିତ୍ର ରହିଛି । କୋଣାର୍କ ମନ୍ଦିରର ଛବି ପରି ଜଣାପଡୁଥିଲେ ମଧ୍ୟ ଏହା ବାସ୍ତବରେ ପୁରୀ ଦେଉଳର ଛବି, ଯେଉଁଥିରେ ମୁଖ୍ୟ ଦେଉଳ ଏବଂ #ଜଗମୋହନ ସ୍ପଷ୍ଟଭାବେ ଦୃଶ୍ୟମାନ । ଦେଉଳର ବାହାରେ #ଅଭଡା #କୁଡୁଆ ଏବଂ #ମହାପ୍ରସାଦ ବିକ୍ରୟର ଚିତ୍ର ମଧ୍ୟ ରହିଛି ।
ତଥ୍ୟ: Studies in History and Culture, Volume 8, No. 1 & 2, 2003; “Depiction of Jagannath Temple of Puri on the Portuguese Paper Currency”, Author: Sila Tripati, National Institute of Oceanography
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago