ଜଣା ଅଜଣା

ପର୍ତ୍ତୁଗୀଜ ମୁଦ୍ରାରେ ବଡଦେଉଳ

ଲେଖା: ଦେଵ ତ୍ରିପାଠୀ
ପର୍ତ୍ତୁଗୀଜ ମୁଦ୍ରାରେ ବଡଦେଉଳ ! ଗର୍ବ ଓ ଗୌରବର କଥା ! ସ୍ଵର୍ଣ୍ଣପ୍ରସୁ ଓଡ଼ିଶାକୁ ବ୍ରିଟିଶ ଓ ଅନ୍ୟ ୟୁରୋପୀୟମାନଙ୍କ ଆଗମନର ବହୁ ପୂର୍ବରୁ (ପ୍ରାୟତଃ ୧୫୧୪ ଖ୍ରୀଷ୍ଟାବ୍ଦ) ପର୍ତ୍ତୁଗୀଜମାନେ ପ୍ରବେଶ କରି ସାରିଥିଲେ । ତେବେ ତତ୍କାଳୀନ ନବାବ ମୁତାକଦ ଖାଁଙ୍କ ଠାରୁ ଅନୁମତି ପାଇ ବିଧିବଦ୍ଧ ଭାବରେ ୧୬୩୬ ସାଲରେ ଓଡ଼ିଶା ମାଟିରେ ସ୍ଥାୟୀ ଭାବରେ ଉପନିବେଶ ସ୍ଥାପନା କଲେ । ପରେ ପରେ ଡଚ୍, ଫ୍ରେଞ୍ଚ୍ ଓ ବ୍ରିଟିଶମାନେ ପ୍ରବେଶ କରିଥିଲେ ଏବଂ ପରିଶେଷରେ‌ ୧୬୭୬ ସାଲରେ ପର୍ତ୍ତୁଗୀଜମାନଙ୍କ ବସତିକୁ ବ୍ରିଟିଶମାନେ ଲିଜ ସୂତ୍ରରେ ହାତକୁ ନେଲେ ।
ସ୍ଵଳ୍ପକାଳ ମଧ୍ୟରେ ପର୍ତ୍ତୁଗୀଜମାନେ ଓଡ଼ିଶା ମାଟିରେ କରିଥିଲେ ଉଲ୍ଲେଖନୀୟ ବ୍ୟବସାୟିକ ଅଗ୍ରଗତି, ଓଡ଼ିଶାରୁ ସୋଡା, ହଳଦୀ, ଚିନି, ଚାଉଳ, ଲୁଣ, ଅଦା, ଚନ୍ଦନକାଠ, କପା, ସୂତା, ରେଶମ, ଲୁହା, ପଥର ବାସନ, ତମ୍ବା ପାଇପ ଇତ୍ୟାଦି ରପ୍ତାନୀ କରିବା ସହିତ ବିଭିନ୍ନ ଦେଶରୁ ଦସ୍ତା, ଟିଣ, ରୂପା, ଫିଟିକିରୀ, କର୍ପୂର, ଜାଇଫଳ, ମରିଚ, ଜାବିତ୍ରୀ, ସିନ୍ଦୁର, କଉଡି, ସିନ୍ଦୁକ, ପ୍ରବାଳ, ମୁକ୍ତା ଇତ୍ୟାଦି ଆମଦାନୀ କରି ଓଡ଼ିଶାବାସୀଙ୍କୁ ଯୋଗାଇ ଦେଉଥିଲେ ।
ତେବେ ଏ ସବୁ ବ୍ୟବସାୟିକ କାରବାର ଓ ସେବାବଦ ଲାଭ ହାସଲ ବଦଳରେ ସେମାନେ ଓଡ଼ିଶା ମାଟି ଓ ଓଡ଼ିଆଙ୍କୁ ଦେଇଥିଲେ ଅଯାଚିତ ସମ୍ମାନ, ସେମାନଙ୍କ କାଗଜମୁଦ୍ରାରେ ଓଡ଼ିଆଙ୍କ ଗର୍ବ ଓ ଗାରିମାର ପ୍ରତୀକ ଶ୍ରୀଜଗନ୍ନାଥ ମନ୍ଦିରର ଚିତ୍ରକୁ ସ୍ଥାନଦେଇ । ପର୍ତ୍ତୁଗୀଜ ମୁଦ୍ରାରେ ବଡଦେଉଳ ସ୍ଥାନ ପାଇବା ଥିଲା ପ୍ରଥମ !
Banco Nacional Ultramarino ବ୍ୟାଙ୍କର ନାମ ଥାଇ ଏକ ରୁପିଆ ଓ ୨.୫୦ ରୁପିଆ କାଗଜମୁଦ୍ରାରେ #ଶ୍ରୀମନ୍ଦିରର ଚିତ୍ର ରହିଛି । କୋଣାର୍କ ମନ୍ଦିରର ଛବି ପରି ଜଣାପଡୁଥିଲେ ମଧ୍ୟ ଏହା ବାସ୍ତବରେ ପୁରୀ ଦେଉଳର ଛବି, ଯେଉଁଥିରେ ମୁଖ୍ୟ ଦେଉଳ ଏବଂ #ଜଗମୋହନ ସ୍ପଷ୍ଟଭାବେ ଦୃଶ୍ୟମାନ । ଦେଉଳର ବାହାରେ #ଅଭଡା #କୁଡୁଆ ଏବଂ #ମହାପ୍ରସାଦ ବିକ୍ରୟର ଚିତ୍ର ମଧ୍ୟ ରହିଛି ।
ତଥ୍ୟ: Studies in History and Culture, Volume 8, No. 1 & 2, 2003; “Depiction of Jagannath Temple of Puri on the Portuguese Paper Currency”, Author: Sila Tripati, National Institute of Oceanography
Spread the love
admin

Recent Posts

ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର

~ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ~ ଗବେଷଣା ଓ ଉପସ୍ଥାପନା: ସନ୍ତୋଷ କୁମାର ପଟ୍ଟନାୟକ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରର ଇତିହାସ…

2 weeks ago

ଚଢେୟା ନାଟ

~ ଚଢେୟା ନାଟ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ଜନଜୀବନ ନାନାବିଧ ପ୍ରଥା, ପରମ୍ପରା ଓ ଐତିହ୍ୟ-ସମୃଦ୍ଧ ଓ…

3 weeks ago

ଲଙ୍କାପୋଡ଼ି ଯାତ୍ରା

~ ଲଙ୍କାପୋଡ଼ି ଯାତ୍ରା ~ ଉପସ୍ଥାପନା: ଦେଵ ତ୍ରିପାଠୀ ଐତିହାସିକ ସଂଗ୍ରାମୀ ଚରିତ୍ର ଦୋରା ବିଷୋୟୀଙ୍କ ଜନମମାଟି କନ୍ଧମାଳ (ତତ୍କାଳୀନ…

3 weeks ago

ଉତ୍କଳ ସାହିତ୍ୟ ସମାଜ

~ ଉତ୍କଳ ସାହିତ୍ୟ ସମାଜ ~ ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ପ୍ରଥମ ଦୁଇତୃତୀୟାଂଶ କାଳରେ ଓଡ଼ିଶାର ଜାତୀୟ…

3 weeks ago

ହୋଲି

~ ହୋଲି ~ ଲେଖା: ରୁପେଶ୍ୱର କୁମ୍ଭାର ପ୍ରାଚୀନ କାଳରୁ ଭାରତରେ ହୋଲି ପର୍ବ ସବୁବର୍ଗର ଲୋକୋମନେ ପାଳନ କରିଆସୁଛନ୍ତି…

3 weeks ago

କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା

~ ଉତ୍କଳରେ କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା ~ ଉପସ୍ଥାପନା: ନୟାଗଡ଼ ଇତିହାସ ଓଡ଼ିଶା ଇତିହାସ ଲେଖକ ପଣ୍ଡିତ…

3 weeks ago