ଲେଖା: ଦେବ ତ୍ରିପାଠୀ ନୀଳକନ୍ଦର ବାସୀ ଜଗତର ନାଥଙ୍କୁ ଦର୍ଶନ କରିବା ଅଭିଳାଷରେ ଶ୍ରୀକ୍ଷେତ୍ରକୁ ଛୁଟି ଆସନ୍ତି ଅସୁମାରୀ ଭକ୍ତ, ଦୁନିଆର କୋଣ ଅନୁକୋଣରୁ । ମାତ୍ର ବଡ଼ଦେଉଳର ଗର୍ଭଗୃହରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନର ସୌଭାଗ୍ୟ ସମସ୍ତଙ୍କୁ ମିଳେନା । ଯେଉଁ ଭାବାବେଗୀ ଭକ୍ତମାନେ ନିୟମତଃ ଶ୍ରୀମନ୍ଦିରକୁ ପ୍ରବେଶ କରି ପାରନ୍ତି ନାହିଁ, ସେମାନେ ଅରୁଣସ୍ତମ୍ଭ ନିକଟରେ ଥାଇ ସିଂହଦ୍ଵାର ଗୁମୁଟ ଭିତରେ ଦକ୍ଷିଣ ପାର୍ଶ୍ଵରେ ପତିତପାବନ ଭାବରେ ବିଦ୍ୟମାନ ଥିବା ଜଗନ୍ନାଥ ପ୍ରତିମାଙ୍କୁ ଦର୍ଶନ କରିଥାନ୍ତି । ପତିତମାନଙ୍କୁ ଭବସାଗରରୁ ଉଦ୍ଧାର କରୁଥିବାରୁ ଜଗନ୍ନାଥଙ୍କ ଅନ୍ୟ ନାମ ପତିତପାବନ । କଥିତ ଅଛି, ଭୋଇବଂଶ ରାଜା ରାମଚନ୍ଦ୍ର ଦେବ (ଖ୍ରୀ:୧୭୩୨-୧୭୪୩) ଯେତବେଳେ ରାଜତ୍ଵରେ ଥିଲେ ଏବଂ ଯୁଦ୍ଧରେ ମୁସଲମାନଙ୍କ ଠାରୁ ପରାସ୍ତ ହେଲେ। ମୁସଲମାନ ସେନାପତି ମୁର୍ଶିଦକୁଲୀ ଖାଁଙ୍କ ଏକ ଝିଅକୁ ବାଧ୍ୟରେ ବିବାହ କରିବାକୁ ପଡିଥିଲା। ରାଜା ଏଥିରେ ମ୍ଳେଛ ଏବଂ ପତିତ ଓ ତାଙ୍କ ଜାତିଭ୍ରଷ୍ଟ ହେଲା ସେ ମନ୍ଦିରକୁ ପ୍ରବେଶ କରିପାରିଲେ ନାହିଁ। ରାଜା କିପରି ଦର୍ଶନରୁ ବଞ୍ଚିତ ନହେବେ ଏହି ସକାଶେ ପତିପାବନଙ୍କୁ ସିଂହଦ୍ଵାର ଗୁମୁଟରେ ସ୍ଥାପିତ କରାଗଲା।ପରମ୍ପରା ଅନୁଯାୟୀ ଶ୍ରୀପତିତପାବନଙ୍କର ଅଣସର ବିଧି, ଦୁଆରଫିଟା, ମଙ୍ଗଳଆଳତି, ବିଭିନ୍ନ ବେଶ ଇତ୍ୟାଦି ଅନୁଷ୍ଠିତ ହୋଇଥାଏ । ପତିତପାବନଙ୍କୁ ଦର୍ଶନ କରି ଭକ୍ତ ଭାବାବେଗରେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଦର୍ଶନର ପୁଣ୍ୟ ଅର୍ଜନ କରିଥାଏ । ସେଥିପାଇଁ କୁହାଯାଇଛି:“ପତିତାନାଂ ପତିତୋଽହଂ ତ୍ୱମେବ ପାପହାରକଃ ପାବନ ପୁରୁଷଃ ଦେହି ନିଶ୍ଚଳାଂ ଭକ୍ତି ମେ ବିଭୋ II” ~ ଫତେ ହନୁମାନ ~ | | |