All Rights ReservedView Non-AMP Version
  • Homepage
  • ଶ୍ରୀଜଗନ୍ନାଥ
  • ଶ୍ରୀଜଗନ୍ନାଥ
ଶ୍ରୀଜଗନ୍ନାଥ

ପତିତପାବନ

ଲେଖା: ଦେବ ତ୍ରିପାଠୀ

ନୀଳକନ୍ଦର ବାସୀ ଜଗତର ନାଥଙ୍କୁ ଦର୍ଶନ କରିବା ଅଭିଳାଷରେ ଶ୍ରୀକ୍ଷେତ୍ରକୁ ଛୁଟି ଆସନ୍ତି ଅସୁମାରୀ ଭକ୍ତ, ଦୁନିଆର କୋଣ ଅନୁକୋଣରୁ । ମାତ୍ର ବଡ଼ଦେଉଳର ଗର୍ଭଗୃହରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନର ସୌଭାଗ୍ୟ ସମସ୍ତଙ୍କୁ ମିଳେନା ।

ଯେଉଁ ଭାବାବେଗୀ ଭକ୍ତମାନେ ନିୟମତଃ ଶ୍ରୀମନ୍ଦିରକୁ ପ୍ରବେଶ କରି ପାରନ୍ତି ନାହିଁ, ସେମାନେ ଅରୁଣସ୍ତମ୍ଭ ନିକଟରେ ଥାଇ ସିଂହଦ୍ଵାର ଗୁମୁଟ ଭିତରେ ଦକ୍ଷିଣ ପାର୍ଶ୍ଵରେ ପତିତପାବନ ଭାବରେ ବିଦ୍ୟମାନ ଥିବା ଜଗନ୍ନାଥ ପ୍ରତିମାଙ୍କୁ ଦର୍ଶନ କରିଥାନ୍ତି । ପତିତମାନଙ୍କୁ ଭବସାଗରରୁ ଉଦ୍ଧାର କରୁଥିବାରୁ ଜଗନ୍ନାଥଙ୍କ ଅନ୍ୟ ନାମ ପତିତପାବନ ।


କଥିତ ଅଛି, ଭୋଇବଂଶ ରାଜା ରାମଚନ୍ଦ୍ର ଦେବ (ଖ୍ରୀ:୧୭୩୨-୧୭୪୩) ଯେତବେଳେ ରାଜତ୍ଵରେ ଥିଲେ ଏବଂ ଯୁଦ୍ଧରେ ମୁସଲମାନଙ୍କ ଠାରୁ ପରାସ୍ତ ହେଲେ। ମୁସଲମାନ ସେନାପତି ମୁର୍ଶିଦକୁଲୀ ଖାଁଙ୍କ ଏକ ଝିଅକୁ ବାଧ୍ୟରେ ବିବାହ କରିବାକୁ ପଡିଥିଲା। ରାଜା ଏଥିରେ ମ୍ଳେଛ ଏବଂ ପତିତ ଓ ତାଙ୍କ ଜାତିଭ୍ରଷ୍ଟ ହେଲା ସେ ମନ୍ଦିରକୁ ପ୍ରବେଶ କରିପାରିଲେ ନାହିଁ। ରାଜା କିପରି ଦର୍ଶନରୁ ବଞ୍ଚିତ ନହେବେ ଏହି ସକାଶେ ପତିପାବନଙ୍କୁ ସିଂହଦ୍ଵାର ଗୁମୁଟରେ ସ୍ଥାପିତ କରାଗଲା।ପରମ୍ପରା ଅନୁଯାୟୀ ଶ୍ରୀପତିତପାବନଙ୍କର ଅଣସର ବିଧି, ଦୁଆରଫିଟା, ମଙ୍ଗଳଆଳତି, ବିଭିନ୍ନ ବେଶ ଇତ୍ୟାଦି ଅନୁଷ୍ଠିତ ହୋଇଥାଏ । ପତିତପାବନଙ୍କୁ ଦର୍ଶନ କରି ଭକ୍ତ ଭାବାବେଗରେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଦର୍ଶନର ପୁଣ୍ୟ ଅର୍ଜନ କରିଥାଏ । ସେଥିପାଇଁ କୁହାଯାଇଛି:“ପତିତାନାଂ ପତିତୋଽହଂ ତ୍ୱମେବ ପାପହାରକଃ
ପାବନ ପୁରୁଷଃ ଦେହି ନିଶ୍ଚଳାଂ ଭକ୍ତି ମେ ବିଭୋ II”

~ ଫତେ ହନୁମାନ ~
ସିଂହଦ୍ଵାର ଗୁମୁଟର ପ୍ରବେଶ ପଥ ବାମ ପାର୍ଶ୍ୱରେ ରାଧାକୃଷ୍ଣ, ଗଣେଶ, ଦୁର୍ଗାଙ୍କ ସହିତ ଫତେ ହନୁମାନଙ୍କ ଚିତ୍ର ପ୍ରତିମା ବିଦ୍ୟମାନ । ପରମ ଭକ୍ତ ଫତେ ହନୁମାନ ଗୁମୁଟ କାନ୍ଥରେ ଏକ ଠଣା ସଦୃଶ କ୍ଷୁଦ୍ର ମନ୍ଦିରରେ ବିରାଜିତ । ପୂର୍ବ ଦିଗରୁ ଶ୍ରୀମନ୍ଦିରର ସୁରକ୍ଷା ଦାୟିତ୍ବରେ ଅଛନ୍ତି ହନୁମାନ । ପୂର୍ବଦ୍ଵାରର ରକ୍ଷକ ଏବଂ ପଞ୍ଚ ରାମାନନ୍ଦୀଙ୍କ ଆରାଧ୍ୟ ହେଉଛନ୍ତି ହନୁମାନ ।

Spread the love
admin

Next ବାଇଶି ପାହାଚ »
Previous « ସିଂହଦ୍ଵାର
Leave a Comment
Share
Published by
admin
Tags: ଅରୁଣସ୍ତମ୍ଭପତିତପାବନଶ୍ରୀମନ୍ଦିରସିଂହଦ୍ଵାର
6 years ago

    Related Post

  • ମହାଲକ୍ଷ୍ମୀ
  • ଅଟ୍ଟାଳି ଜଗନ୍ନାଥ
  • ପହିଲିଭୋଗ

Recent Posts

  • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago
  • ଆମ ଖାଦ୍ୟ

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 weeks ago
  • ଅନ୍ୟାନ୍ୟ

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago
  • ମହାମନିଷୀଗଣ

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago
  • ମହାମନିଷୀଗଣ

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago
  • ମହାମନିଷୀଗଣ

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago
All Rights ReservedView Non-AMP Version
  • L