ଲେଖା: ଶ୍ରୀକାନ୍ତ ସିଂହ

କଟକ ଜିଲ୍ଲାର ଐତିହ୍ୟମୟୀ ଗଡ଼ଜାତ ଆଠଗଡ଼ ସହରର ରଥଗଡ଼ା ଛକରେ ଅତ୍ୟନ୍ତ ସୁନ୍ଦର ପତିତପାବନ ମନ୍ଦିର ଅବସ୍ଥିତ । ଏହି ମନ୍ଦିରଟି ବହୁ ପୁରାତନ ନ ହେଲେ ବି ସୁଉଚ୍ଚ ଓ ସୁନ୍ଦର ପରିପାଟିସମ୍ପନ୍ନ l ପ୍ରାୟ ୯୦ ଫୁଟ ଉଚ୍ଚତାର ଏଇ ମନ୍ଦିର ଆଜି ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଆଜି ମଳିନ ଓ ନିଷ୍ପ୍ରଭ l

ଗ୍ରାମବାସୀମାନେ ଯଦି ନିଜସ୍ବ ଉଦ୍ୟମରେ ମନ୍ଦିରରେ ରଙ୍ଗ ଦିଆଇ ପାରନ୍ତେ, ତେବେ ଏହାର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହେବା ସହ ଆଠଗଡ଼ ସହର ମଧ୍ୟ ଏହି ମନ୍ଦିର ପାଇଁ ନିଶ୍ଚିତ ରୂପେ ଗୌରବମଣ୍ଡିତ ହୋଇ ପାରନ୍ତା l

ମନ୍ଦିରରେ ଜଗନ୍ନାଥଙ୍କ ଏକକମୂର୍ତ୍ତି ପତିତପାବନ ରୂପରେ ପୂଜା ପାଉଛନ୍ତି l ପ୍ରାଙ୍ଗଣରେ ଏକ ଛୋଟିଆ ଶିବ ମନ୍ଦିର ଓ ପାର୍ଶ୍ବରେ ହନୁମାନଙ୍କ ମନ୍ଦିର ବି ରହିଛି l ମୂଖ୍ୟ ମନ୍ଦିରର କାନ୍ଥରେ ବରାହ, ନୃସିଂହ ଓ ବାମନଙ୍କ ମୂର୍ତ୍ତି ସ୍ଥାପିତ ହୋଇଛନ୍ତି l

କଟକ ସହରର ଅନତି ଦୂରରେ ଥିବା ଏହି ପତିତପାବନ ମନ୍ଦିର ଦର୍ଶନରେ ଥରେ ଆସିଲେ ମନରେ ନିହାତି ଆନନ୍ଦ ଆସିବ; ଏଥିରେ ଦ୍ବିମତ ନାହିଁ l 

Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago