ଲେଖା: ମିହିର ପଟ୍ଟନାୟକ

ଶାସ୍ତ୍ରୀୟମତେ ଶ୍ରୀ ଜଗନ୍ନାଥଙ୍କ ପ୍ରଥମ ନାମ ହେଉଛି ପୁରୁଷୋତ୍ତମ, ହେଲେ ସାଧାରଣ ଭାବେ ଯଦି ମହାପ୍ରଭୁଙ୍କ ପ୍ରଥମ ନାମ ସମ୍ପର୍କରେ କାହାକୁ ପଚରାଯାଏ ତେବେ ସେ ନିଶ୍ଚିତ କହିବ ନୀଳମାଧବ, ନ ହେଲେ  ମାଧବ ।

ଏହି ନାଁଟି ହିଁ ଶାବରୀୟ ସଭ୍ୟତା ଓ ଆର୍ଯ୍ୟ ସନାତନୀ ସଭ୍ୟତାର ସମନ୍ୱୟ ସେତୁ। ତେବେ ଆସନ୍ତୁ ଜାଣିବା ଶ୍ରୀ ଜଗନ୍ନାଥ ସଂସ୍କୃତିରେ କିଭଳି ଗାରୀମା ବହନ କରେ ଏହି ମାଧବ ଶବ୍ଦ ଓ ମାଧବ ଉପାସନା।

ନୀଳମାଧବ ଓ ମାଧବ
୧. ନୀଳମାଧବ ହେଉଛି ତିନୋଟି ଶବ୍ଦର ସମନ୍ୱୟ ଯଥା: ନୀଳ +ମା + ଧଵ = ନୀଳମାଧବ।

୨. ସେହିପରି ମାଧବ ହେଉଛନ୍ତି ଦୁଇଟି ଶବ୍ଦର : ମା+ ଧଵ= ମାଧବ

Adaptation ପଦ୍ଧତିକୁ ଯଦି ଅନୁଶୀଳନ କରାଯାଏ, ତେବେ ଜଗନ୍ନାଥ ସଂସ୍କୃତି ହିଁ ହେବ ଏହାର ପରମ ଉଦାହରଣ। ଉପରୋକ୍ତ ତିନି ଶବ୍ଦର ଏହିକରଣ ମଧ୍ୟ ସେହି ସମନ୍ୱୟର କଥା କୁହନ୍ତି। ନୀଳ ରଙ୍ଗ ବିଷ୍ଣୁଙ୍କ ପ୍ରତୀକ, ମା’ ଶବ୍ଦ ହେଉଛି ମାତୃଶକ୍ତି ଓ ଧଵ ବା ଧବଳ ବର୍ଣ୍ଣ ଶିବଙ୍କ ପ୍ରତୀକ। ଏଣୁ ଏହି ଏକୀଭୁତ ନାମଟି ହେଉଛି ନୀଳମାଧବ

ଶ୍ରୀଜଗନ୍ନାଥ ଚତୁର୍ଦ୍ଧା ବିଗ୍ରହ ହୋଇ ପୂଜାହେବା ପୂର୍ବରୁ ଏହି ନାମରେ ପୂଜିତ ହେଉଥିଲେ, ଯାହା ଶାସ୍ତ୍ରଜ୍ଞମାନେ କହିଛନ୍ତି।

ସମ୍ପ୍ରତି ନୟାଗଡ଼ ଜିଲ୍ଲାରେ ପୂଜିତ ଶ୍ରୀ ନୀଳମାଧବ ପୀଠ ହେଉଛି ଶ୍ରୀ ଜଗନ୍ନାଥ ସଂସ୍କୃତିର ଆଦିପୀଠ। ଏକକ ବିଷ୍ଣୁ ବିଗ୍ରହ ଏଠାରେ ପୂଜିତ ହେଉଥିଲେ ବି ନାମ ବିଶେଷରେ ସେ ସମନ୍ୱୟର କଥା ହିଁ କୁହନ୍ତି।

ନୀଳ ଜଗନ୍ନାଥ, ମା ସୁଭଦ୍ରା ଓ ଧଵ ବଳଭଦ୍ର ଉପସନାକୁ ଇଙ୍ଗିତ କରନ୍ତି ଶ୍ରୀ ନୀଳମାଧବ। (ସୁଦର୍ଶନ ଏ ସମସ୍ତଙ୍କ ଶକ୍ତିକାରକ, ତେଣୁ ତାଙ୍କ ନାମ ନିଆଯାଇନାହିଁ।)

ଏଥର ଜାଣିବା ମାଧବ ଶବ୍ଦ ସମ୍ପର୍କରେ। ଏହି ନାମରେ ମଧ୍ୟ ବିଷ୍ଣୁ ଉପାସନା ଉତ୍କଳରେ ପରିବ୍ୟାପ୍ତ ହୋଇଛି। ଶ୍ରୀମନ୍ଦିର ରତ୍ନସିଂହାସନରେ ସପ୍ତାଭରଣ (ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ, ଭୂଦେବୀ, ଶ୍ରୀଦେବୀ ଓ ମାଧବ) ବିଗ୍ରହ ଉପାସନାରେ ରହିଛନ୍ତି ମାଧବ।  କ୍ଷୁଦ୍ରାକୃତି ଜଗନ୍ନାଥଙ୍କ ବିଗ୍ରହ। ଏହି ବିଗ୍ରହ ସର୍ବଦା ରତ୍ନସିଂହାସନରେ ପୂଜିତ ହେଉଥିଲେ ମଧ୍ୟ ଏକକ ଲୀଳା ସମୟରେ ମାତୃଶକ୍ତିଙ୍କ ସହ ଉପାସିତ ହୋଇ ମାଧବ ନାମକୁ ସାର୍ଥକ କରନ୍ତି।


ଏହି ବିଗ୍ରହ ଶ୍ରୀମନ୍ଦିରର ତିନୋଟି ଉତ୍ସବରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି।  ଆଶ୍ୱିନ ମାସରେ ଦୁର୍ଗାଙ୍କ ସହ, କୁମାରପୂର୍ଣିମା ଠାରୁ ସାତ ଦିନ ଲକ୍ଷ୍ମୀଙ୍କ ମନ୍ଦିରରେ ପୂଜା ହୁଅନ୍ତି। ସେହିପରି ରଥଯାତ୍ରା ସମୟରେ ଚତୁର୍ଦ୍ଧା ମୂର୍ତ୍ତି ଗୁଣ୍ଡିଚା ମନ୍ଦିରରେ ଥିବା ବେଳେ ଏହି ମାଧବ ହିଁ ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଭିତରକାଠ ପାଖେ ପୂଜିତ ହୁଅନ୍ତି।କେବଳ ମନ୍ଦିର ଭିତରେ ନୁହେଁ ରାଜ୍ୟର ଅନ୍ୟ ପ୍ରାନ୍ତରେ ମଧ୍ୟ ମାଧବ ଉପାସନା ବିକଶିତ ହୋଇଛି। କଟକ ଜିଲ୍ଲାର ନିଆଳି ଠାରେ ପ୍ରାଚୀନଦୀ କୂଳରେ ପୂଜିତ ହେଉଛନ୍ତି ମାଧବ ବା ମାଧବାନନ୍ଦ ଜିଉ। ଲୋକମତରେ ଏ ହେଉଛନ୍ତି ଶ୍ରୀଜଗନ୍ନାଥଙ୍କ ମାମୁଁ, ଏହି ଅଞ୍ଚଳ ହେଉଛି ବଡଠାକୁରଙ୍କ ମାମୁଁଘର।  ତେଣୁ ପ୍ରତିବର୍ଷ ପ୍ରଥମାଷ୍ଟମୀରେ ଏହିଠାରୁ ନୂଆବସ୍ତ୍ର ଶ୍ରୀଜୀଉ ପାଇଁ ଶ୍ରୀକ୍ଷେତ୍ର ଯାଇଥାଏ।ଏହି ମନ୍ଦିରରେ ଥିବା ଦୁର୍ଗମାଧଵ ବିଗ୍ରହ ହେଉଛନ୍ତି ସମଗ୍ର ବିଶ୍ୱରେ ବିରଳ। ଏହି ମାଧବ ବିଷ୍ଣୁ ମନ୍ଦିରରେ ଥିବା ଅର୍ଚ୍ଚା ପ୍ରତିମାଙ୍କ ଅଧା ଭାଗ ଦୁର୍ଗା ଓ ଅଧାଭାଗ ବିଷ୍ଣୁ। ଯାହାକି ସମଗ୍ର ବିଶ୍ୱରେ ବିରଳ। ଶାକ୍ତ ଓ ବୈଷ୍ଣବୀୟ ଚିନ୍ତନର ଏକକ ବିଗ୍ରହ।ଜାଣିଲେ ତ, ଆମ ଉତ୍କଳ କିପରି ମାତୃଶକ୍ତିକୁ ନିଜ ଇଷ୍ଟଙ୍କ ସହ ଏକୀଭୁତ କରି ନିଜ ଗରୀମାକୁ ମହିମାନ୍ବିତ କରିଛି।
ଫଟୋ: Biswobandita Swain
ଫଟୋରେ – ନିଆଳି ମାଧବ ମନ୍ଦିର, ନିଆଳି, କଟକ
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago