ଲେଖା: ମିହିର ପଟ୍ଟନାୟକ

ଶାସ୍ତ୍ରୀୟମତେ ଶ୍ରୀ ଜଗନ୍ନାଥଙ୍କ ପ୍ରଥମ ନାମ ହେଉଛି ପୁରୁଷୋତ୍ତମ, ହେଲେ ସାଧାରଣ ଭାବେ ଯଦି ମହାପ୍ରଭୁଙ୍କ ପ୍ରଥମ ନାମ ସମ୍ପର୍କରେ କାହାକୁ ପଚରାଯାଏ ତେବେ ସେ ନିଶ୍ଚିତ କହିବ ନୀଳମାଧବ, ନ ହେଲେ  ମାଧବ ।

ଏହି ନାଁଟି ହିଁ ଶାବରୀୟ ସଭ୍ୟତା ଓ ଆର୍ଯ୍ୟ ସନାତନୀ ସଭ୍ୟତାର ସମନ୍ୱୟ ସେତୁ। ତେବେ ଆସନ୍ତୁ ଜାଣିବା ଶ୍ରୀ ଜଗନ୍ନାଥ ସଂସ୍କୃତିରେ କିଭଳି ଗାରୀମା ବହନ କରେ ଏହି ମାଧବ ଶବ୍ଦ ଓ ମାଧବ ଉପାସନା।

ନୀଳମାଧବ ଓ ମାଧବ
୧. ନୀଳମାଧବ ହେଉଛି ତିନୋଟି ଶବ୍ଦର ସମନ୍ୱୟ ଯଥା: ନୀଳ +ମା + ଧଵ = ନୀଳମାଧବ।

୨. ସେହିପରି ମାଧବ ହେଉଛନ୍ତି ଦୁଇଟି ଶବ୍ଦର : ମା+ ଧଵ= ମାଧବ

Adaptation ପଦ୍ଧତିକୁ ଯଦି ଅନୁଶୀଳନ କରାଯାଏ, ତେବେ ଜଗନ୍ନାଥ ସଂସ୍କୃତି ହିଁ ହେବ ଏହାର ପରମ ଉଦାହରଣ। ଉପରୋକ୍ତ ତିନି ଶବ୍ଦର ଏହିକରଣ ମଧ୍ୟ ସେହି ସମନ୍ୱୟର କଥା କୁହନ୍ତି। ନୀଳ ରଙ୍ଗ ବିଷ୍ଣୁଙ୍କ ପ୍ରତୀକ, ମା’ ଶବ୍ଦ ହେଉଛି ମାତୃଶକ୍ତି ଓ ଧଵ ବା ଧବଳ ବର୍ଣ୍ଣ ଶିବଙ୍କ ପ୍ରତୀକ। ଏଣୁ ଏହି ଏକୀଭୁତ ନାମଟି ହେଉଛି ନୀଳମାଧବ

ଶ୍ରୀଜଗନ୍ନାଥ ଚତୁର୍ଦ୍ଧା ବିଗ୍ରହ ହୋଇ ପୂଜାହେବା ପୂର୍ବରୁ ଏହି ନାମରେ ପୂଜିତ ହେଉଥିଲେ, ଯାହା ଶାସ୍ତ୍ରଜ୍ଞମାନେ କହିଛନ୍ତି।

ସମ୍ପ୍ରତି ନୟାଗଡ଼ ଜିଲ୍ଲାରେ ପୂଜିତ ଶ୍ରୀ ନୀଳମାଧବ ପୀଠ ହେଉଛି ଶ୍ରୀ ଜଗନ୍ନାଥ ସଂସ୍କୃତିର ଆଦିପୀଠ। ଏକକ ବିଷ୍ଣୁ ବିଗ୍ରହ ଏଠାରେ ପୂଜିତ ହେଉଥିଲେ ବି ନାମ ବିଶେଷରେ ସେ ସମନ୍ୱୟର କଥା ହିଁ କୁହନ୍ତି।

ନୀଳ ଜଗନ୍ନାଥ, ମା ସୁଭଦ୍ରା ଓ ଧଵ ବଳଭଦ୍ର ଉପସନାକୁ ଇଙ୍ଗିତ କରନ୍ତି ଶ୍ରୀ ନୀଳମାଧବ। (ସୁଦର୍ଶନ ଏ ସମସ୍ତଙ୍କ ଶକ୍ତିକାରକ, ତେଣୁ ତାଙ୍କ ନାମ ନିଆଯାଇନାହିଁ।)

ଏଥର ଜାଣିବା ମାଧବ ଶବ୍ଦ ସମ୍ପର୍କରେ। ଏହି ନାମରେ ମଧ୍ୟ ବିଷ୍ଣୁ ଉପାସନା ଉତ୍କଳରେ ପରିବ୍ୟାପ୍ତ ହୋଇଛି। ଶ୍ରୀମନ୍ଦିର ରତ୍ନସିଂହାସନରେ ସପ୍ତାଭରଣ (ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ, ଭୂଦେବୀ, ଶ୍ରୀଦେବୀ ଓ ମାଧବ) ବିଗ୍ରହ ଉପାସନାରେ ରହିଛନ୍ତି ମାଧବ।  କ୍ଷୁଦ୍ରାକୃତି ଜଗନ୍ନାଥଙ୍କ ବିଗ୍ରହ। ଏହି ବିଗ୍ରହ ସର୍ବଦା ରତ୍ନସିଂହାସନରେ ପୂଜିତ ହେଉଥିଲେ ମଧ୍ୟ ଏକକ ଲୀଳା ସମୟରେ ମାତୃଶକ୍ତିଙ୍କ ସହ ଉପାସିତ ହୋଇ ମାଧବ ନାମକୁ ସାର୍ଥକ କରନ୍ତି।


ଏହି ବିଗ୍ରହ ଶ୍ରୀମନ୍ଦିରର ତିନୋଟି ଉତ୍ସବରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି।  ଆଶ୍ୱିନ ମାସରେ ଦୁର୍ଗାଙ୍କ ସହ, କୁମାରପୂର୍ଣିମା ଠାରୁ ସାତ ଦିନ ଲକ୍ଷ୍ମୀଙ୍କ ମନ୍ଦିରରେ ପୂଜା ହୁଅନ୍ତି। ସେହିପରି ରଥଯାତ୍ରା ସମୟରେ ଚତୁର୍ଦ୍ଧା ମୂର୍ତ୍ତି ଗୁଣ୍ଡିଚା ମନ୍ଦିରରେ ଥିବା ବେଳେ ଏହି ମାଧବ ହିଁ ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଭିତରକାଠ ପାଖେ ପୂଜିତ ହୁଅନ୍ତି।କେବଳ ମନ୍ଦିର ଭିତରେ ନୁହେଁ ରାଜ୍ୟର ଅନ୍ୟ ପ୍ରାନ୍ତରେ ମଧ୍ୟ ମାଧବ ଉପାସନା ବିକଶିତ ହୋଇଛି। କଟକ ଜିଲ୍ଲାର ନିଆଳି ଠାରେ ପ୍ରାଚୀନଦୀ କୂଳରେ ପୂଜିତ ହେଉଛନ୍ତି ମାଧବ ବା ମାଧବାନନ୍ଦ ଜିଉ। ଲୋକମତରେ ଏ ହେଉଛନ୍ତି ଶ୍ରୀଜଗନ୍ନାଥଙ୍କ ମାମୁଁ, ଏହି ଅଞ୍ଚଳ ହେଉଛି ବଡଠାକୁରଙ୍କ ମାମୁଁଘର।  ତେଣୁ ପ୍ରତିବର୍ଷ ପ୍ରଥମାଷ୍ଟମୀରେ ଏହିଠାରୁ ନୂଆବସ୍ତ୍ର ଶ୍ରୀଜୀଉ ପାଇଁ ଶ୍ରୀକ୍ଷେତ୍ର ଯାଇଥାଏ।ଏହି ମନ୍ଦିରରେ ଥିବା ଦୁର୍ଗମାଧଵ ବିଗ୍ରହ ହେଉଛନ୍ତି ସମଗ୍ର ବିଶ୍ୱରେ ବିରଳ। ଏହି ମାଧବ ବିଷ୍ଣୁ ମନ୍ଦିରରେ ଥିବା ଅର୍ଚ୍ଚା ପ୍ରତିମାଙ୍କ ଅଧା ଭାଗ ଦୁର୍ଗା ଓ ଅଧାଭାଗ ବିଷ୍ଣୁ। ଯାହାକି ସମଗ୍ର ବିଶ୍ୱରେ ବିରଳ। ଶାକ୍ତ ଓ ବୈଷ୍ଣବୀୟ ଚିନ୍ତନର ଏକକ ବିଗ୍ରହ।ଜାଣିଲେ ତ, ଆମ ଉତ୍କଳ କିପରି ମାତୃଶକ୍ତିକୁ ନିଜ ଇଷ୍ଟଙ୍କ ସହ ଏକୀଭୁତ କରି ନିଜ ଗରୀମାକୁ ମହିମାନ୍ବିତ କରିଛି।
ଫଟୋ: Biswobandita Swain
ଫଟୋରେ – ନିଆଳି ମାଧବ ମନ୍ଦିର, ନିଆଳି, କଟକ
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago