ଲେଖା: ତ୍ରିଲୋଚନ ସ୍ୱାଇଁ
~ ଦୌଡ଼େଶ୍ୱର ମହାଦେବ ମନ୍ଦିର ~
ଅପରୂପା ପ୍ରକୃତି ସଦା ସ୍ୱୟଂସମ୍ପୂର୍ଣ୍ଣା ଆଉ ବିଚିତ୍ର ତା’ର ରୂପଲାବଣ୍ୟ l ମେଘ ମେଦୁର ଆକାଶ, ବର୍ଷାଭିଜା ମାଟିର ମହକ, ପାହାଡ଼ ବକ୍ଷକୁ ଛୁଇଁ ଛୁଇଁ ଯାଉଥିବା ଭଷା ବଉଦ ପୁଣି ଶୀତୁଆ ଅପରାହ୍ଣରେ ସବୁଜ ଚାଦର ଢାଙ୍କି ଶୋଇଥିବା ଧରଣୀ l ଏହିଭଳି ଏକ ସୁନ୍ଦର ପରିବେଶରେ ଯାଇ ପହଞ୍ଚିଥିଲୁ କରମୂଳ ଗାଁରେ l
ଯୋରନ୍ଦା ବଜାର ଠାରୁ ବାମଦିଗରେ ଆଠ କିଲୋମିଟର ଦୂରରେ ରହିଛି କରମୂଳ ଗାଁ ଆଉ ଏଠାରୁ ପ୍ରାୟ ତିନି କିଲୋମିଟର ପଥ ଅତିକ୍ରମ କଲାପରେ, ଚିରସ୍ରୋତା ବ୍ରାହ୍ମଣୀ ନଦୀକୂଳରେ, କେଉଁ ଆବାହମାନ କାଳରୁ ପୂଜା ପାଇଆସୁଛନ୍ତି ଦୌଡ଼େଶ୍ୱର ମହାଦେବ l ସ୍ୱଳ୍ପ ପରିଚିତ ଏହି ମନ୍ଦିରଟି ଏଗାରରୁ ବାରଶହ ବର୍ଷ ପୁରୁଣା ହେବା ନିଶ୍ଚିତ l ନିର୍ମାଣର କୌଣସି ସଠିକ୍ ସମୟ କାହାରିକୁ ଜଣା ନାହିଁ l ତଥାପି ସ୍ଥାନୀୟ ଲୋକ ଓ ପୂଜକଙ୍କ କହିବାନୁସାରେ କେଶରୀବଂଶୀୟ ଶାସକଙ୍କ ସମୟରେ ଏହି ମନ୍ଦିରଟି ନିର୍ମାଣ ହୋଇଥିବା ଅନୁମାନ l
ଦୌଡ଼େଶ୍ୱର ମହାଦେବ ମନ୍ଦିରର ବିମାନ ରେଖ ଶୈଳୀରେ ନିର୍ମିତ ହୋଇଥିବା ବେଳେ କାରୁକାର୍ଯ୍ୟ ରହିତ l କେବଳ ବିମାନ ବ୍ୟତୀତ ମନ୍ଦିରର ଜଗମୋହନ, ଭୋଗମଣ୍ଡପ ଓ ନାଟମଣ୍ଡପ ଆଦି ନାହିଁ l ପଥର ଉପରେ ପଥର ରଖି ମନ୍ଦିରଟି ତିଆରି ହୋଇଛି ଯାହା l
ବ୍ରାହ୍ମଣୀ ନଦୀର ବନ୍ୟା ଜଳରେ ମନ୍ଦିରଟି ଅନେକ ବାର ଭାଙ୍ଗିଯାଇଥିବା ଜଣାଯାଏ l ସମ୍ପୂର୍ଣ୍ଣ ମନ୍ଦିରଟି ବର୍ତ୍ତମାନ ଲୁହା ଭାରା ମଧ୍ୟରେ ରହିଥିବା ବେଳେ, ଉପରିଭାଗଟି ଏବେବି ଭଗ୍ନ ଅବସ୍ଥାରେ ରହିଛି l ବ୍ରାହ୍ମଣୀ ନଦୀର ବନ୍ୟାଜଳରୁ ମନ୍ଦିରକୁ ସୁରକ୍ଷା ଦେବା ନିମନ୍ତେ ଏହାର ଚତୁଃପାର୍ଶ୍ୱକୁ ସିମେଣ୍ଟ ଓ ପଥରବନ୍ଧ ଦ୍ୱାରା ଆବଦ୍ଧ କରାଯାଇଛି l
ଦୌଡ଼େଶ୍ୱର ମହାଦେବ ମନ୍ଦିର ଗର୍ଭଗୃହରେ ବିରାଟ ଏକ ଶିବଲିଙ୍ଗ ଯାହାକି ବୃତ୍ତାକାର ଯୋନିପୀଠରେ ପ୍ରତିଷ୍ଠିତ l ସମ୍ମୁଖ ଭାଗରେ ଵୃଷଭ ବିଦ୍ୟମାନ l ମନ୍ଦିର ବାମପାର୍ଶ୍ଵ ପରିସରରେ, ଭଗ୍ନ ପାଷାଣର ଆବର୍ତ୍ତ ଭିତରେ ଆଉ ଏକ ଛୋଟିଆ ଶିବଲିଙ୍ଗ ରହିଛନ୍ତି l ଆଉ ସେଇ ପାଷଣରେ କେତେକ କାରୁକାର୍ଯ୍ୟ ବି ଦୃଷ୍ଟିଗୋଚର ହୁଏ l ମନ୍ଦିର ନିକଟରେ ଥିବା ବଟବୃକ୍ଷ ମୂଳରେ କେତେକ ଭଗ୍ନ ପ୍ରତିମା ରହିଛି, ଯେଉଁଥିରେ କିଛିଟା କାରୁକାର୍ଯ୍ୟ ଦେଖିବାକୁ ମିଳେ l
ଚିରସ୍ରୋତା ବ୍ରାହ୍ମଣୀ ନଦୀ କୂଳରେ ଥିବା ଏହି ଦୌଡ଼େଶ୍ୱର ମହାଦେବ ମନ୍ଦିରକୁ ଲୋକଙ୍କ ଆତଯାତ ପ୍ରାୟ ନାହିଁ କହିଲେ ଚଳେ l ଜନଗହଳି ଠାରୁ ବହୁ ଦୂରରେ ଥିବା ଏହି ମନ୍ଦିରର ଶାନ୍ତଶୀତଳ ପରିବେଶ ଭକ୍ତ ଓ ପର୍ଯ୍ୟଟକର ମନକୁ କିଣିନିଏ l ସହସ୍ର ବର୍ଷ ପୂର୍ବେ ଆମ ପୁରୁଷଙ୍କ ଏହି ଅନନ୍ୟ କୀର୍ତ୍ତିରାଜିକୁ ଦେଖି ମନରେ ଗର୍ବ ଆସେ l
ଦୌଡ଼େଶ୍ୱର ମହାଦେବ ମହାପ୍ରଭୁଙ୍କର ଜୟ ହେଉ . .
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago