ଲେଖା: ବନ୍ଧନ ଦଳେଇ
ଦୁର୍ଗା ମାଧବଙ୍କ ଉପାସନାର ଅନନ୍ୟ ପରମ୍ପରା ଦେବୀ ଗୁଣ୍ଡିଚା ।
ଶ୍ରୀମନ୍ଦିରରେ ବାରମାସରେ ତେରପର୍ବ ଓ ନାନାପ୍ରକାର ପର୍ବପର୍ବାଣି ମଧ୍ୟରେ ଦୁର୍ଗାପୂଜା ଏକ ବ୍ୟତିକ୍ରମ। ଆଶ୍ୱିନ କୃଷ୍ଣ ଅଷ୍ଟମୀ ଠାରୁ ଶ୍ରୀମନ୍ଦିରରେ ବିମଳାଙ୍କର #ଷୋଳପୂଜା ଆରମ୍ଭ ହୁଏ।
ପୁରାଣ ଆଦିରୁ ପ୍ରମାଣ ମିଳେ ଯେ ମା’ #ବିମଳା ଶ୍ରୀମନ୍ଦିରର #ପ୍ରାଚୀନତମ_ଦେବୀ_ବିଗ୍ରହ । ବିମଳା ମନ୍ଦିରରେ #ଦଶମହାବିଦ୍ୟା, #ଶ୍ରୀଗଣେଶ, କାର୍ତ୍ତିକେୟ, ନାଟଚାମୁଣ୍ଡା, ଛାୟାମାୟା, କାଳୀ ଓ #ଭଗଦର୍ଶିନୀ ମୂର୍ତ୍ତି ବିରାଜିତା।
ବିମଳାଙ୍କ ଉର୍ଦ୍ଧ୍ୱ ବାମହସ୍ତରେ ସୁଧାପାତ୍ର ଏବଂ ନିମ୍ନ ଦକ୍ଷିଣ ହସ୍ତରେ #ଅକ୍ଷମାଳା ସୁଶୋଭିତ। ଏଥିରୁ ସ୍ପଷ୍ଟ ପ୍ରମାଣ ମିଳେ, ବିମଳା #ନାରାୟଣୀ, ପରମ ବୈଷ୍ଣବୀ। ସେଥିପାଇଁ ମା’ ବିମଳାଙ୍କୁ #ବିମଳା_ଭୈରବୀ, #ନିତ୍ୟାନିତ୍ୟ_କୈବଲ୍ୟ_ଭୋଜନୀ ବୋଲି ସ୍ତୁତି କରାଯାଏ।
ଶ୍ରୀ ମନ୍ଦିରରେ ଜଗନ୍ନାଥଙ୍କୁ #ଭୈରବ ଓ ବିମଳାଙ୍କୁ #ଭୈରବୀ କହିବାର ତାତ୍ପର୍ଯ୍ୟ ହେଉଛି, #ପରମେଶ୍ୱର#ପରମେଶ୍ୱରୀ ଏକ ବା ଅଭିନ୍ନ।
“ଉତ୍କଳେ ନାଭି ଦେଶଶ୍ଚ,ବିମଳା ପୁରୁଷୋତ୍ତମେ
ବିମଳା ଭୈରବୀ ସାକ୍ଷାତ୍ ଜଗନ୍ନାଥସ୍ତୁ ଭୈରବଃ”
ଶ୍ରୀ ମନ୍ଦିରରେ ଆଶ୍ୱିନ ମାସକୃଷ୍ଣ ଅଷ୍ଟମୀରୁ ମହାମାୟୀ ଦୁର୍ଗାଙ୍କ ଷୋଡଦିନାତ୍ମକ ପୁଜା ଆରମ୍ଭ ହୁଏ। ଯାହା #ଶାକ୍ତ_ଗୁଣ୍ଡିଚା ବା #ଗୁପ୍ତ_ଗୁଣ୍ଡିଚା ନାମରେ ଖ୍ୟାତ। ସେଦିନ ସୁଭଦ୍ରାଙ୍କଠାରୁ #ଆଜ୍ଞାମାଳ ନେଇ ବିମଳାଙ୍କ ମୂର୍ତ୍ତିକୁ ବିଜେ କରାଯାଏ, ଏବଂ ଜଗନ୍ନାଥଙ୍କ ଆଜ୍ଞାମାଳ ନେଇ ମାଧବଙ୍କୁ ଅଣାଯାଏ।
ଦୁର୍ଗା ଓ ମାଧବଙ୍କୁ ଏକତ୍ର ରଖି ପ୍ରଥମ ଆଠଦିନ ବିମଳା ମନ୍ଦିରରେ ପୂଜା ହୁଏ। ତା’ପରେ ଦୁର୍ଗା ମାଧବଙ୍କୁ #ଭଦ୍ରାସନ ବିମାନରେ ରୁନ୍ଧା ହୋଇ ଦୋଳମଣ୍ଡପ ସାହି ନାରାୟଣୀ ମନ୍ଦିରରେ ରଖାଯାଏ, ଯାହା କି ଦେବୀ ଗୁଣ୍ଡିଚା ନାମରେ ପ୍ରଚଳିତ।
©ବନ୍ଧନ ଦଳେଇ Bandhan Dalai
admin

Recent Posts

ଘୁଡ଼ୁକି

ଗବେଷଣା ଓ ଉପସ୍ଥାପନା: ଡ. ବାୟାମନୁ ଚର୍ଚି ଘୁଡ଼ୁକି ଏକ ବାଦ୍ୟ । ପତର ସଉରା ଓ କେଳା ସମ୍ପ୍ରଦାୟର…

1 year ago

ବାସୁଦେବ ସୁଢ଼ଳଦେବ

ଲେଖା: ନିରଞ୍ଜନ ସାହୁ ~ବାସୁଦେବ ସୁଢ଼ଳଦେବ ~ ଅନେକ ନୃପତି ଅଛନ୍ତି । କିଏ ଉତ୍ତରାଧିକାର ସୂତ୍ରରେ, କିଏ ବାହୁବଳରେ,…

1 year ago

ମହିମା ମେଳା

ଲେଖା: ନିରଞ୍ଜନ ସାହୁ ~ ମହିମା ମେଳା ~ ଯାହା ମନେପଡ଼େ ଏମିତିରେ ପ୍ରାୟ ଅନେକ କିଛି ବର୍ଷ ତଳର…

2 years ago

କଂସା ବାସନ

ଲେଖା: ଡ. ଜୟଶ୍ରୀ ନନ୍ଦ ~ କଂସା ବାସନ ~ ଆମ ରାଜ୍ୟ ପରା ଶ୍ରୀଜଗନ୍ନାଥଙ୍କର ପୁର ବା ଶ୍ରୀଜଗନ୍ନାଥଙ୍କର…

2 years ago

ତୁଳସୀ ପୂଜା

ଲେଖା: ଡ. ଜୟଶ୍ରୀ ନନ୍ଦ   ~ ତୁଳସୀ ପୂଜା ~ ତୁଳସୀ ପୂଜା ପ୍ରତି ଓଡିଆ ଘରର ପରମ୍ପରା…

2 years ago

ମଣ୍ଡା ପିଠା

ଲେଖା: ଡ. ଜୟଶ୍ରୀ ନନ୍ଦ ~ ମଣ୍ଡାପିଠା ~ ମଣ୍ଡା ପିଠା ଗୋଲ୍ ଗୋଲ୍, ଚାଲ ଯିବା ଚଣ୍ଡିଖୋଲ। ଲୋକଗୀତଟି…

2 years ago