ଲେଖା: ବନ୍ଧନ ଦଳେଇ
ଦୁର୍ଗା ମାଧବଙ୍କ ଉପାସନାର ଅନନ୍ୟ ପରମ୍ପରା ଦେବୀ ଗୁଣ୍ଡିଚା ।
ଶ୍ରୀମନ୍ଦିରରେ ବାରମାସରେ ତେରପର୍ବ ଓ ନାନାପ୍ରକାର ପର୍ବପର୍ବାଣି ମଧ୍ୟରେ ଦୁର୍ଗାପୂଜା ଏକ ବ୍ୟତିକ୍ରମ। ଆଶ୍ୱିନ କୃଷ୍ଣ ଅଷ୍ଟମୀ ଠାରୁ ଶ୍ରୀମନ୍ଦିରରେ ବିମଳାଙ୍କର #ଷୋଳପୂଜା ଆରମ୍ଭ ହୁଏ।
ପୁରାଣ ଆଦିରୁ ପ୍ରମାଣ ମିଳେ ଯେ ମା’ #ବିମଳା ଶ୍ରୀମନ୍ଦିରର #ପ୍ରାଚୀନତମ_ଦେବୀ_ବିଗ୍ରହ । ବିମଳା ମନ୍ଦିରରେ #ଦଶମହାବିଦ୍ୟା, #ଶ୍ରୀଗଣେଶ, କାର୍ତ୍ତିକେୟ, ନାଟଚାମୁଣ୍ଡା, ଛାୟାମାୟା, କାଳୀ ଓ #ଭଗଦର୍ଶିନୀ ମୂର୍ତ୍ତି ବିରାଜିତା।
ବିମଳାଙ୍କ ଉର୍ଦ୍ଧ୍ୱ ବାମହସ୍ତରେ ସୁଧାପାତ୍ର ଏବଂ ନିମ୍ନ ଦକ୍ଷିଣ ହସ୍ତରେ #ଅକ୍ଷମାଳା ସୁଶୋଭିତ। ଏଥିରୁ ସ୍ପଷ୍ଟ ପ୍ରମାଣ ମିଳେ, ବିମଳା #ନାରାୟଣୀ, ପରମ ବୈଷ୍ଣବୀ। ସେଥିପାଇଁ ମା’ ବିମଳାଙ୍କୁ #ବିମଳା_ଭୈରବୀ, #ନିତ୍ୟାନିତ୍ୟ_କୈବଲ୍ୟ_ଭୋଜନୀ ବୋଲି ସ୍ତୁତି କରାଯାଏ।
ଶ୍ରୀ ମନ୍ଦିରରେ ଜଗନ୍ନାଥଙ୍କୁ #ଭୈରବ ଓ ବିମଳାଙ୍କୁ #ଭୈରବୀ କହିବାର ତାତ୍ପର୍ଯ୍ୟ ହେଉଛି, #ପରମେଶ୍ୱର#ପରମେଶ୍ୱରୀ ଏକ ବା ଅଭିନ୍ନ।
“ଉତ୍କଳେ ନାଭି ଦେଶଶ୍ଚ,ବିମଳା ପୁରୁଷୋତ୍ତମେ
ବିମଳା ଭୈରବୀ ସାକ୍ଷାତ୍ ଜଗନ୍ନାଥସ୍ତୁ ଭୈରବଃ”
ଶ୍ରୀ ମନ୍ଦିରରେ ଆଶ୍ୱିନ ମାସକୃଷ୍ଣ ଅଷ୍ଟମୀରୁ ମହାମାୟୀ ଦୁର୍ଗାଙ୍କ ଷୋଡଦିନାତ୍ମକ ପୁଜା ଆରମ୍ଭ ହୁଏ। ଯାହା #ଶାକ୍ତ_ଗୁଣ୍ଡିଚା ବା #ଗୁପ୍ତ_ଗୁଣ୍ଡିଚା ନାମରେ ଖ୍ୟାତ। ସେଦିନ ସୁଭଦ୍ରାଙ୍କଠାରୁ #ଆଜ୍ଞାମାଳ ନେଇ ବିମଳାଙ୍କ ମୂର୍ତ୍ତିକୁ ବିଜେ କରାଯାଏ, ଏବଂ ଜଗନ୍ନାଥଙ୍କ ଆଜ୍ଞାମାଳ ନେଇ ମାଧବଙ୍କୁ ଅଣାଯାଏ।
ଦୁର୍ଗା ଓ ମାଧବଙ୍କୁ ଏକତ୍ର ରଖି ପ୍ରଥମ ଆଠଦିନ ବିମଳା ମନ୍ଦିରରେ ପୂଜା ହୁଏ। ତା’ପରେ ଦୁର୍ଗା ମାଧବଙ୍କୁ #ଭଦ୍ରାସନ ବିମାନରେ ରୁନ୍ଧା ହୋଇ ଦୋଳମଣ୍ଡପ ସାହି ନାରାୟଣୀ ମନ୍ଦିରରେ ରଖାଯାଏ, ଯାହା କି ଦେବୀ ଗୁଣ୍ଡିଚା ନାମରେ ପ୍ରଚଳିତ।
©ବନ୍ଧନ ଦଳେଇ Bandhan Dalai
Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

5 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 week ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago