ଲେଖା: ରବୀନ୍ଦ୍ର କୁମାର ରଣା

ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ତଥା ସାରସ୍ବତ ସାଧକ ହେଉଛନ୍ତି ଦାଶରଥୀ ପଟ୍ଟନାୟକ ବା ଦାସିଆ ଅଜା। ସେ ଥିଲେ ‘ଦଶ ପଇସାର ରଜା’ ବା ‘ଖୁଣ୍ଟାତଡ଼ା ରଜା’ କିନ୍ତୁ ‘ଦାସିଆ ଅଜା’ ନାମରେ ସମଗ୍ର ଓଡ଼ିଶାର ଜନମାନସରେ ସେ ପରିଚିତ ଥିଲେ ।

ମାତ୍ର ଷଷ୍ଠ ଶ୍ରେଣୀ ଯାଏଁ ପାଠ ପଢିଥିବା ଏହି ସାଧାରଣ ଗାଉଁଲି ମଣିଷ ଜଣକ ଅସାଧାରଣ ବ୍ୟକ୍ତିତ୍ଵର ଛାପ ଛାଡ଼ି ଦେଇ ଯାଇଛନ୍ତି ତାଙ୍କ କାର୍ଯ୍ୟ ମାଧ୍ୟମରେ। ମୁଠାଏ ମୁଢ଼ି ଓ କପେ ନାଲି ଚା ଥିଲା ତାଙ୍କର ଜୀବନ। ଜୀବନ ପ୍ରଣାଳୀ ଥିଲା ସରଳ ଓ ଅତି ସାଧାରଣ। ଖଣ୍ତିଏ ଗାମୁଛା ପିନ୍ଧି ଓ ଖଣ୍ତିଏ ଗାମୁଛାକୁ ମୁଣ୍ତରେ ଠେକା ବାନ୍ଧି, କାନ୍ଧରେ ଏକ ଝୁଲାମୁଣି ଓହଳାଇ, ବାଉଁଶ ଠେଙ୍ଗାଟିଏ ଧରି ପାଦରେ ଚାଲି ଚାଲି ସମଗ୍ର ଓଡ଼ିଶାର ଗାଁଗଣ୍ତା, ସହରବଜାର, ଘରଦ୍ବାର ବୁଲି ବୁଲି ସାଧକ ଦାସିଆ ଅଜା ହାତ ପାତି ମାଗୁଥିଲେ ସମସ୍ତଙ୍କୁ ପୁସ୍ତକ, ପତ୍ରପତ୍ରିକା, ତାଳପତ୍ର ପୋଥି, ବିଭିନ୍ନ ପୁରାତନ ସଂସ୍କୃତିର ସନ୍ତକ ଏବଂ ୧୦ ପଇସାର ଭିକ୍ଷା, ତା’ ସହିତ ପ୍ରତିଦିନ  ଏକ ଶହରୁ ଊର୍ଦ୍ଧ୍ବ ପୋଷ୍ଟକାର୍ଡ ଲେଖୁଥିଲେ ଓଡ଼ିଶାର ବିଭିନ୍ନ କବି ଲେଖକ ଓ ସାହିତ୍ୟିକମାନଙ୍କୁ ।

ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ପାଠାଗାର ସୁବିଧା ଯୋଗାଇ ଦେବା ସହିତ ଦେଶବିଦେଶର ଗବେଷକମାନଙ୍କୁ ଓଡ଼ିଶାର ପ୍ରାଚୀନ ଐତିହ୍ୟ, ସଂସ୍କୃତି, ପରମ୍ପରା ଓ ସାହିତ୍ୟର ପ୍ରଚାର ପ୍ରସାର ଏବଂ ସଂରକ୍ଷଣ କରିବା ଥିଲା ତାଙ୍କର ଉଦ୍ଦେଶ୍ୟ। ଏଥିପାଇଁ ସେ ଆରମ୍ଭ କରିଥିଲେ ପାଠାଗାର ଆନ୍ଦୋଳନ ଓ ନିଜ ଗାଁ ଉଦୟପୁର ଠାରେ ତିଆରି କରିଥିଲେ ପ୍ରସିଦ୍ଧ ଦାସିଆ ଅଜା ସଂଗ୍ରହାଳୟ ।


ମାତ୍ର ୫ ଖଣ୍ଡ ବହି ଓ ଗୋଟେ ଟିଣ ବାକ୍‍ସରୁ ଆରମ୍ଭ ହୋଇଥିବା ତାଙ୍କର ପାଠାଗାର ଅଭିଯାନ ତାଙ୍କୁ ପରବର୍ତ୍ତୀ ସମୟରେ ନେଇ ପହଞ୍ଚାଇଥିଲା ହଜାର ହଜାର ବହି, ପତ୍ରିକା ଓ ସମ୍ବାଦପତ୍ରର ବିଶାଳ ଗ୍ରନ୍ଥାଳୟ ପାଖରେ । କେବଳ ସେତିକି ନୁହେଁ ୫୦୦୦ରୁ ଅଧିକ ପୋଥି, ଅତ୍ୟନ୍ତ ବିରଳ ପତ୍ରିକା, ବିଭିନ୍ନ ଦେଶର ଅସଂଖ୍ୟ ଧାତବ ମୁଦ୍ରା, ମୂର୍ତ୍ତି, ବିରଳ ବ୍ୟବହାର୍ଯ୍ୟ ପଦାର୍ଥ, ଖେଳଣା, କଣ୍ଢେଇ, ମୃତଜୀବଙ୍କ ଜୀବାଶ୍ମ, ଜହ୍ନର ପଥର, ଶ୍ରୀରାମଙ୍କ ଭାସମାନ ପଥର, ପୁରାତନ କଳାକୃତି ଆଦି ଅସଂଖ୍ୟ ପଦାର୍ଥ ତାଙ୍କ ପାଠାଗାରରେ ରହିଛି। ଏତେ ବିରଳ ଜିନିଷ ସେ ପାଠାଗାରରେ ରହିଛି ଯେ ସବୁର ତାଲିକା କରିବା ଏଠାରେ ସମ୍ଭବ ନୁହେଁ।



ଦେଖିଲା  ଭଳି ବହୁତ ସୁନ୍ଦର ଏଇ ଦାସିଆ ଅଜା ସଂଗ୍ରହାଳୟ । ଏଠାକୁ ପର୍ଯ୍ୟଟକ ଯେତିକି ଆସୁଛନ୍ତି ତା ଠାରୁ ବେଶୀ ଗବେଷକ ଦେଶ ବିଦେଶରୁ ଆସୁଛନ୍ତି। ଏବେ ଓଡିଶା ପର୍ଯ୍ୟଟନ ବିଭାଗ ଅଧୀନରେ ଏହି ସ୍ଥାନଟି ରହିଛି । ନୟାଗଡ଼ରୁ ଦଶପଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥର ନୂଆଗାଁ ବଜାର ଠାରୁ ୫ କିମି ଦୂର ଉଦୟପୁର ଗାଁରେ ଏହି ଦାସିଆ ଅଜା ସଂଗ୍ରହାଳୟ ଅବସ୍ଥିତ।

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago