ଲେଖା: ଶ୍ରୀକାନ୍ତ ସିଂହ

 

~ ତ୍ରିବେଣୀଶ୍ୱର ମହାଦେବ ମନ୍ଦିର ~
ସମୟର ଆବର୍ତ୍ତରେ ଅନେକ ଇତିହାସ ଅଜଣା, ଅଶୁଣା ଓ ଅଚିହ୍ନା ହୋଇ ରହିଯାଇଥାଏ; ସାଧାରଣ ଲୋକଙ୍କ ଅଗୋଚରରେ ଏକାନ୍ତ ଭାବେ ଅପରିଚିତ ହୋଇ ପଡ଼ିରହିଥାଏ l ସେହିପରି ଏକ ଅଜଣା, ଅପରିଚିତ ଅବା ସ୍ୱଳ୍ପ ପରିଚିତ ପ୍ରାଚୀନ ଇତିହାସ ହେଉଛି ତ୍ରିବେଣୀଶ୍ୱର ମହାଦେବ ମନ୍ଦିର l ଯାହାକି କୋଣାର୍କର ବିଶ୍ଵପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ନିକଟରେ ଥିବା ମାଧିପୁର ଗ୍ରାମରେ ଅବସ୍ଥିତ l
ମନ୍ଦିରର ପାର୍ଶ୍ଵଦେବତା ରୂପେ ଶ୍ରୀଗଣେଶ ଓ କାର୍ତ୍ତିକେୟ ବିରାଜିତ l ପ୍ରତିମାଦ୍ବୟ ବହୁ ପ୍ରାଚୀନ ହେଲେ ମଧ୍ୟ ଖୁବ୍ ସୁନ୍ଦର ଓ କମନୀୟ l ପ୍ରାଚୀନ ମନ୍ଦିରଟି ଅନେକାଂଶରେ ଭାଙ୍ଗିରୁଜି ଯାଇଥିବାରୁ, ଦେଉଳର ଅନେକ ସ୍ଥାନରେ ନୂତନ ନିର୍ମାଣ ଦେଖିବାକୁ ମିଳେ l
କୁହାଯାଏ ମନ୍ଦିରଟି ଲାଙ୍ଗୁଳା ନରସିଂହ ଦେବଙ୍କ ସମୟରେ ନିର୍ମାଣ ହୋଇଥିଲା ଆଉ କୋଣାର୍କର ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିବା ଶିଳ୍ପୀ ଓ କାରିଗରମାନେ ଏହି ମନ୍ଦିରକୁ ମଧ୍ୟ ନିର୍ମାଣ କରିଥିଲେ l ମାତ୍ର ମୋର ଯାହା ମନେହୁଏ, ହୁଏତ ଲଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା ସେ ସମୟରେ ପୁରାତନ ମନ୍ଦିରଟିର ଜୀର୍ଣ୍ଣ ଉଦ୍ଧାର ହୋଇ ଥାଇପାରେ l ଗର୍ଭଗୃହରେ ଥିବା ଶିବଲିଙ୍ଗଟି ହୁଏତ କୋଣାର୍କର ସୂର୍ଯ୍ୟମନ୍ଦିର ଠାରୁ ପ୍ରାଚୀନ ଓ ପୁରାତନ l ମନ୍ଦିରର ଯେଉଁ କେତେକ ପ୍ରାଚୀନ ଅଂଶବିଶେଷ ରହିଛି ତାହା ଖୁବ୍ ସୁନ୍ଦର ଓ କାରୁକାର୍ଯ୍ୟପୂର୍ଣ୍ଣ ଏଥିରେ ଦ୍ବିମତ ନାହିଁ l
Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

6 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago