| ଲେଖା: ଶିଶିର ସାହୁ ମନୋଜ ବନିଶୀ ସୂତାରେ ଲାଗିଥିବା କାଠି ବା ସୋଲଖଣ୍ଡ, ଯାହା ପାଣି ଉପରେ ଭାସେ ଓ ବନିଶୀ କଣ୍ଟାକୁ ମାଛ ଟାଣିଲେ ଏହା ପାଣି ଭିତରକୁ ବୁଡିଯାଏ ତାକୁ ତେରେଣ୍ଡା କୁହାଯାଏ । ଏହାକୁ ତରଣ୍ଡା, ତରଣ୍ଡୀ ମଧ୍ୟ କୁହନ୍ତି । ଆଗେ ଭାରତରେ ସାଧାରଣତଃ ମୟୂର ପକ୍ଷର ଅଂଶ ଓ ସୋଲ୍ଲର ଵ୍ଯଵହାର ତେରେଣ୍ଡା ଭାଵେ ହେଉଥିଲା । ତେଵେ ଆଜିକାଲି ଵିପଣୀକେନ୍ଦ୍ର ମାନଙ୍କରେ ନାନାପ୍ରକାରର ଆଧୁନିକ ତେରେଣ୍ଡା ମିଳୁଅଛି । ଯେଉଁ ଜଳାଶୟରେ ବନିଶୀ ପକାଇବାକୁ ହୁଏ ସେ ଜଳାଶୟର ଗଭୀରତାକୁ ଚାହିଁ ବନିଶୀ ଡୋରିରେ ଅଗରୁ କିଛି ଦୂର ଛଡ଼ା କରି ତେରଣ୍ଡା ବନ୍ଧାଯାଏ, ମାଛ ବନିଶୀ ଥୋପ ଗିଳିଲେ ଏହା ବୁଡ଼ିଯାଏ। ତେଣୁ ମାଛ ଥୋପ ଧରି ଅଛି ବୋଲି ଜାଣି ଲୋକେ ବନିଶୀକୁ ଉପରକୁ ଟାଣି ଆଣନ୍ତି। ମାଛ ଥୋପ ଧରିଵାର ସୂଚନା ପାଇଵା ପାଇଁ ହିଁ ତେରେଣ୍ଡା ଵ୍ଯଵହାର ହୋଇଥାଏ । କେଉଁଠି କେଉଁଠି ଡଙ୍ଗା ଚଳାଇବା ସମୟରେ ବ୍ୟବହୃତ କାତକୁ ମଧ୍ୟ ତେରେଣ୍ଡା କୁହାଯାଏ । ଏ ଶବ୍ଦର ସଂସ୍କୃତ ସମଦ୍ଧୃତ ରୂପ ତରଣ୍ଡ ଓ ତରଣ୍ଡକ ଅଟେ । ତରଣ୍ଡ ଶବ୍ଦକୁ ତୃ ଧାତୁରୁ କରଣାର୍ଥେ ଅଣ୍ଡ ଯୁକ୍ତ କରିଣ ନିଷ୍ପନ୍ନ କରାଯାଇଛି । ଏ ଶବ୍ଦର କେତେକ ମୁଖ୍ୟ ଅର୍ଥ ଯଥା: ତରଣ୍ଡ ଶବ୍ଦ ସହିତ ସମଦ୍ଧୃତ ଆଉ ଏକ ଦେଶଜ ଶବ୍ଦ ରହିଛି, ‘ତରିଣ୍ଡା’ । ସମୁଦ୍ର ବା ନଦୀର ଗଭୀର ତଳ ଦେଶରେ ଲଙ୍ଗର ଵା ହୁକଦ୍ବାରା କଟା ଯାଇଥିବା ଭାସମାନ ପିମ୍ପା; ବୟା(Buoy)କୁ ତରିଣ୍ଡା କୁହାଯାଏ । © ଶବ୍ଦଭେଦ | |
~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…
ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…
~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ କାହିଁ କେଉଁ ଆଦି ଅନାଦି କାଳରୁ ଏହି…
~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…
ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…