ଲେଖା: ତ୍ରିଲୋଚନ ସ୍ୱାଇଁ
~ ତୃତୀୟଦେବ ଜଗନ୍ନାଥ ମନ୍ଦିର ~
ଓଡ଼ିଶାର ଗୌରବୋଜ୍ବଳ ଇତିହାସକୁ ଦୃଷ୍ଟି ଦେଲେ, ତଥା ଐତିହାସିକ ଦୃଷ୍ଟିକୋଣରୁ ବିଚାର କଲେ, ଓଡ଼ିଶାରେ ଗଙ୍ଗବଂଶୀ ଶାସକଙ୍କ ଶାସନ କାଳକୁ “ସୁବର୍ଣ୍ଣଯୁଗ” କହିଲେ ଅତ୍ୟୁକ୍ତି ହେବ ନାହିଁ l ଗଙ୍ଗବଂଶୀ ଶାସକଙ୍କ ରାଜତ୍ୱ ସମୟରେ ହିଁ ଓଡ଼ିଶାରେ ଅନେକ ଗୁଡ଼ିଏ କାରୁକାର୍ଯ୍ୟପୂର୍ଣ୍ଣ ସୁନ୍ଦର ମନ୍ଦିରମାନ ନିର୍ମାଣ ହୋଇଥିଲା l ଆଉ ସେଗୁଡ଼ିକ ମଧ୍ୟରେ କଟକ ଜିଲ୍ଲା ବାଙ୍କୀ ବ୍ଲକ୍ ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମରେ ଥିବା “ତୃତୀୟଦେବ ଜଗନ୍ନାଥ ମନ୍ଦିର” ହେଉଛି ଅନ୍ୟତମ l
ବାଙ୍କୀ ଜାତମୁଣ୍ଡିଆ ଛକରୁ ଅଂଶୁପା ହ୍ରଦ ଦିଗରେ ଗଲାବେଳେ, ଠିକ ମହାନଦୀ ପୋଲ ପାର୍ ହେଲାପରେ ଦକ୍ଷିଣ ପାର୍ଶ୍ୱରେ ପଡ଼ିବ ସୁବର୍ଣ୍ଣପୁର ଗାଁ l ଆଉ ଏହି ଗାଁରେ ରହିଛି କାରୁକାର୍ଯ୍ୟ ବିମଣ୍ଡିତ ତୃତୀୟଦେବ ଜଗନ୍ନାଥ ମନ୍ଦିର l ମନ୍ଦିରଟି ଅତି ପ୍ରାଚୀନ, ଅବିକଳ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ପରି ଦୃଶ୍ୟମାନ l ଗଙ୍ଗବଂଶୀ ଶାସକ ତୃତୀୟ ଅନଙ୍ଗଭୀମ ଦେବଙ୍କ ଦ୍ୱାରା ଏହି ମନ୍ଦିରଟି ତେରଶହ ଖ୍ରୀଷ୍ଟାବ୍ଦର ପ୍ରଥମାର୍ଦ୍ଧରେ ନିର୍ମାଣ ହୋଇଥିବା ଅନୁମାନ କରାଯାଏ l ମାତ୍ର କେହି କେହି ଏହି ମନ୍ଦିରଟି ସରଣ୍ଡାଗଡ଼ର ଗଙ୍ଗବଂଶୀ ଶାସକ ସୁବର୍ଣ୍ଣ କେଶରୀ ଦେବଙ୍କ ଦ୍ୱାରା ଚଉଦଶହ ଖ୍ରୀଷ୍ଟାବ୍ଦରେ ନିର୍ମାଣ ହୋଇଥିବା କୁହନ୍ତି l
କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ ଏହି ମନ୍ଦିରଟି ଅତି ଉଚ୍ଚ ନ ହେଲେବି ଦେଉଳର ବିମାନ ଓ ଜଗମୋହନରେ ଅନେକ ସୁକ୍ଷ୍ମ କାରୁକାର୍ଯ୍ୟମାନ ଦୃଷ୍ଟିଗୋଚର ହୁଏ l ମୁଖ୍ୟ ପ୍ରବେଶଦ୍ୱାର ଗୁମୁଟ ପାର୍ ହେଲାପରେ ସମୁଖରେ ଉନ୍ମୁକ୍ତ ନାଟ ମଣ୍ଡପଟି ଦୃଶ୍ୟମାନ ହୁଏ l ନାଟମଣ୍ଡପରେ ଅନେକ ଗୁଡ଼ିଏ ପଥର ଖମ୍ବ ରହିଛି ତତ୍ ସହିତ ଠାକୁରଙ୍କ ସ୍ନାନବେଦୀ ମଧ୍ୟ ଏହି ମଣ୍ଡପ ଉପରେ ରହିଛି l
ଜଗମୋହନ ପ୍ରବେଶ ପଥର ଉଭୟ ପାର୍ଶ୍ୱରେ ଦୁଇଟି ସିଂହ ମୂର୍ତ୍ତି ରହିଛି l ପ୍ରବେଶ ପଥର ଉଭୟ ପାର୍ଶ୍ୱରେ ଥିବା ଖୁମ୍ବ ଦୁଇଟିରେ ଖୁବ୍ ସୁନ୍ଦର କାରୁକାର୍ଯ୍ୟ ଦୃଷ୍ଟିଗୋଚର ହୁଏ ମାତ୍ର ସମୟର ସ୍ରୋତରେ ଏହି ସୁକ୍ଷ୍ମ କାରୁକାର୍ଯ୍ୟ ଗୁଡ଼ିକ ଅନେକ ସ୍ଥାନରେ ନିଷ୍ପ୍ରଭ ହୋଇ ଆସିଲାଣି l
ମୂଳ ମନ୍ଦିର ବା ବିମାନରେ ମଧ୍ୟ ଅନେକ ସୁକ୍ଷ୍ମ କାରୁକାର୍ଯ୍ୟ ଦୃଷ୍ଟି ଗୋଚର ହୁଏ l ଅନ୍ୟ ବୈଷ୍ଣବ ମନ୍ଦିର ପରି ଏହି ତୃତୀୟଦେବ ଜଗନ୍ନାଥ ମନ୍ଦିର ଗାତ୍ରରେ ମଧ୍ୟ ପାର୍ଶ୍ଵଦେବ ନୃସିଂହ, ବାମାନ ଓ ବରାହଙ୍କ ପ୍ରତିମା ଦେଖିବାକୁ ମିଳେ l ମନ୍ଦିର ଗର୍ଭଗୃହସ୍ଥ ରତ୍ନବେଦୀରେ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ଦାରୁ ବିଗ୍ରହ ସଂସ୍ଥାପିତ ହୋଇଛନ୍ତି l
ମନ୍ଦିର ପ୍ରାଙ୍ଗଣରେ ଭଗବତୀ ବିମଳାଙ୍କ ମନ୍ଦିର ସହିତ ଶ୍ରୀହନୁମାନଙ୍କ ଏକ ଛୋଟିଆ ମନ୍ଦିର ରହିଛି l ମନ୍ଦିର ଚତୁଃପାର୍ଶଟି ପଥର ପ୍ରାଚୀର ଦ୍ୱାରା ପରିବେଷ୍ଠିତ ତଥା ପରିଷ୍କାର ଓ ପାରିଛନ୍ନ l ବର୍ଷର ଯେ କୌଣସି ସମୟରେ ଜଣେ ଇଚ୍ଛା କଲେ ଏହି ତୃତୀୟଦେବ ଜଗନ୍ନାଥ ମନ୍ଦିର ପରିଦର୍ଶନରେ ଯାଇପାରିବ l
Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

7 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago