All Rights ReservedView Non-AMP Version
  • Homepage
  • ଓଡ଼ିଶାର ବରପୁତ୍ର
  • ମହାମନିଷୀଗଣ
ମହାମନିଷୀଗଣ

ତୁଳସୀ ଅପା

ଲେଖା: ଶିବାଶିଷ ମହାପାତ୍ର

ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଅତିପ୍ରିୟ ତୁଳସୀ । ଆଜିର ଦିନରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ନିକଟସ୍ଥ ବଣଜଙ୍ଗଲ ଘେରା ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମ କାଇଁଶିରେ ଭାରତ ସ୍ବାଧୀନ ହେବାର ଗୋଟିଏ ମାସ ପୁର୍ବରୁ ଜନ୍ମ ଗ୍ରହଣ କରିଥିଲେ ସେହି ତୁଳସୀ, ଯାହାଙ୍କୁ ସମସ୍ତେ ଜାଣନ୍ତି ପଦ୍ମଶ୍ରୀ ତୁଳସୀ ମୁଣ୍ଡା ବା ତୁଳସୀ ଅପା ନାମରେ ।

ବାପା ଶ୍ରୀ ଚରଣ ମୁଣ୍ଡା ଥିଲେ ଗ୍ରାମର ଚଉକିଆ ଏବଂ ମା’ ଘାସ ମୁଣ୍ଡା ଥିଲେ ଗୃହିଣୀ । ଛୋଟ ବେଳୁ ବାପା ଚାଲିଯାଇଥିଲେ ଆର ପାରିକୁ । ଖଣି ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର ଖଣି ମାନଙ୍କରେ ସାତ ଭାଇ ଭଉଣୀ ମିଶି କାମକରି ପେଟ ପୋଷୁଥିଲେ । ଭାଇ ଭଉଣୀ ଭିତରେ ସବୁଠାରୁ ସାନ ଥିଲେ ଆମର ତୁଳସୀ ଅପା । ଯେତେବେଳେ ତାଙ୍କ ସାଙ୍ଗପିଲା ଗାଁରେ ଛେଳି ଚରାଉଥିଲେ ସେତେବେଳେ ତାଙ୍କ ଅଦମ୍ୟ ଅଭିଳାଷ, ପାଠ ପଢ଼ିବାର ଆଗ୍ରହ କାଟି ଦେଇଥିଲା ସବୁ ପ୍ରତିବନ୍ଧକ କିନ୍ତୁ ସମୟ ସ୍ରୋତରେ ସେ କାମ କରୁଥିଲେ ଖଣିରେ । ସେତେବେଳେ ନିଜ ଗ୍ରାମରେ ନଥିଲା ବିଦ୍ୟାଳୟ କିନ୍ତୁ ସାହାଯ୍ୟ କରିଥିଲେ ଖଣିର ମ୍ୟାନେଜର ଇଂରାଜୀ ଭାଷା ଶିଖାଇବାରେ ।

ସନ୍ଥ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନରେ ତୁଳସୀ ଅପା ନିଜକୁ ସାମିଲ କରିଥିଲେ ୧୪ ବର୍ଷ ବୟସରେ ୧୯୬୧ ମସିହାରେ । ୧୯୬୪ ମସିହାରେ ସନ୍ଥ ଭାବେ ଓଡ଼ିଶା ଆସିଥିଲେ । ତାଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ତୁଳସୀ ଅପା ମଧ୍ୟପ୍ରଦେଶ ଯାଇଥିଲେ ଭୂଦାନ ଆନ୍ଦୋଳନର ତାଲିମ ନେବା ପାଇଁ ଶାନ୍ତିସୈନିକ ଭାବରେ । ସେଠାରେ ଥିଲେ ଓଡ଼ିଶାର ଅନ୍ନପୂର୍ଣ୍ଣା ଦାସ ତଥା ନିର୍ମଳା ଦେଶପାଣ୍ଡେ । ସେମାନଙ୍କ ସହ ମିଶି ସେଠାରେ ଆରମ୍ଭ କଲେ ସମାଜସେବା ।

ତାଲିମ ସାରି ତୁଳସୀ ଅପା ଫେରିଆସିଥିଲେ ନିଜ ଗାଁକୁ । ସେଠାରେ ଖଣିରେ କାମ କରୁଥିବା ପିଲାଙ୍କ ପାଇଁ ବିଦ୍ୟାଳୟ ନଥିବା ତଥା ଅର୍ଥାଭାବ ତାଙ୍କୁ ବ୍ୟଥିତ କରିଥିଲା । ଅନ୍ୟ ସମାଜସେବୀ ମାଳତୀ ଚୌଧୁରୀ, ରମା ଦେବୀ ତଥା ନିର୍ମଳା ଦେଶପାଣ୍ଡେଙ୍କ ସହ ମିଶି ଆରମ୍ଭ କଲେ ନିଃସୁଳ୍କ ବିଦ୍ୟାଳୟ କେନ୍ଦୁଝରର ବଡ଼ବିଲ ଅଞ୍ଚଳରେ । ଦିନବେଳା ପିଲାମାନେ ବିଭିନ୍ନ ଖଣିରେ କାମ କରୁଥିବା ବେଳେ ସନ୍ଧ୍ୟାରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ସେମାନଙ୍କୁ ଏକ ମହୁଲ ଗଛ ତଳେ ପଢ଼ାଉଥିଲେ । ପ୍ରଥମେ ୨୨ ଜଣ ପାଠପଢ଼ୁଥିଲେ । ଏକ ବିଦ୍ୟାଳୟ ତିଆରି କରିବା ପାଇଁ ଦିନକୁ ୨ ଟଙ୍କା ମଜୁରିରେ ସେ ଏକ ଖଣିରେ କାମ କରୁଥିଲେ । ଗ୍ରାମବାସୀଙ୍କ ସହାୟତା ତଥା ନିଜ ପ୍ରଚେଷ୍ଟାରେ ଖୋଲିଥିଲେ “ଆଦିବାସୀ ବିକାଶ ମଞ୍ଚ” ଏବଂ ଏଠାରେ ପ୍ରଥମରୁ ଦଶମ ଶ୍ରେଣୀର ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରାଯାଏ । ଆଜି ଏହି ବିଦ୍ୟାଳୟରେ ପ୍ରାୟ ପାଞ୍ଚ ହଜାର ଆଦିବାସୀ ପିଲା ପାଠ ପଢୁଛନ୍ତି ।

ତୁଳସୀ ଅପା ଉତ୍କଳ ନବଜୀବନ ମଣ୍ଡଳ, ଉତ୍କଳ ସର୍ବୋଦୟ ମଣ୍ଡଳ, ବନବାସୀ ସେବା ସମିତି, ଗାନ୍ଧୀ ସ୍ମାରକୀ ନିଧି, ରମା ଦେବୀ ଗ୍ରାମ ସଙ୍ଗଠନ, ରେଡକ୍ରସ, ଆମେରିକା-ଇଣ୍ଡିଆ ଲିଟରାସି ପ୍ରୋଜେକ୍ଟ,ତଥା ସ୍ଵିଡେନ ଆଲବମ ସଂସ୍ଥା ସହ କାମ କରିଛନ୍ତି । ଶିକ୍ଷା ପାଇଁ କରିଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ତଥା ଭଲପାଇବା ତାଙ୍କୁ ଆଣିଦେଇଛି ଅନେକ ଯଶକୀର୍ତ୍ତି ।

ଏହି ଆଦିବାସୀ ପିଲାଙ୍କ ପାଇଁ ଭଲପାଇବା, ଶିକ୍ଷାଦାନ, ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ସମାଜସେବା ପାଇଁ ବରପାଲି ମ୍ୟୁନିସିପାଲଟି ଦ୍ବାରା ୧୯୮୧ ମସିହାରେ,  ୧୯୯୭ରେ ସାହିତ୍ୟ ସଂସ୍କୃତି ଯୋଡ଼ା, ୧୯୯୮ରେ ଆଦିବାସୀ ଆଦିମ ଜାତି ସେବା ସଂଘ, ୨୦୦୦ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସାହସି ମହିଳା ସମ୍ମାନ, ୨୦୦୧ ମସିହାରେ ରାଷ୍ଟ୍ରପତି ଙ୍କ ଦ୍ଵାରା ପଦ୍ମଶ୍ରୀ ଉପାଧି, ୨୦୦୮ ମସିହାରେ କାଦମ୍ବିନୀ ସମ୍ମାନ, ୨୦୦୯ ମସିହାରେ ନୂଆଦିଲ୍ଲୀରେ ଲକ୍ଷ୍ମୀ ପାଟ ସିଂଘାନିଆ ଜାତୀୟ ଲିଡରସିପ ଆଦି ବିଭିନ୍ନ ସ୍ଥାନରେ ସମ୍ମାନିତ ହୋଇଛନ୍ତି ତୁଳସୀ ଅପା। ଶ୍ରୀଯୁକ୍ତ ଅମିୟ ପଟ୍ଟନାୟକ ‘ତୁଳସୀ ଅପା’ ନାମରେ ଓଡ଼ିଆରେ ଜୀବନୀ ଚଳଚ୍ଚିତ୍ର କରିଥିଲେ ।

ଆଜି ଏହି ବଣତୁଳସୀ ଯିଏ ନିଜର ଅଦମ୍ୟ ଅଭିଳାଷ, ଇଚ୍ଛା ତଥା ସାହସ ପାଇଁ କରିପାରିଛନ୍ତି ଯାତ୍ରା ମହୁଲ ଗଛ ମୂଳରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ । ଅନେକ ଆଦିବାସୀ ଶିଶୁଙ୍କୁ ବଞ୍ଚିବାର ରାହା ଦେଖାଇଛନ୍ତି ମହିୟସୀ ତୁଳସୀ ଅପା । ଆଜି ତାଙ୍କ ଜନ୍ମ ଦିବସ ଉପଲକ୍ଷେ ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ଏବଂ ମା’ ସମଲେଶ୍ଵରୀଙ୍କ ନିକଟରେ ପ୍ରାର୍ଥନା ତାଙ୍କୁ କୋଟି ପରମାୟୁ ଦିଅନ୍ତୁ ।

 

Spread the love
admin

Next ଆଠମଲ୍ଲିକ »
Previous « ଚେପଟା ଢ଼ୋଲ୍
Leave a Comment
Share
Published by
admin
Tags: ତୁଳସୀ ଅପାମାଳତୀ ଚୌଧୁରୀରମା ଦେବୀ
6 years ago

    Related Post

  • ଓଡ଼ିଆ ସାହିତ୍ୟର ଇତିହାସ
  • ଔପନ୍ୟାସିକ କାହ୍ନୁଚରଣ ମହାନ୍ତି
  • ନବକୃଷ୍ଣ ଚୌଧୁରୀ

Recent Posts

  • ପର୍ଯ୍ୟଟନ କ୍ଷେତ୍ର

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago
  • ଇତିହାସ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago
  • ଇତିହାସ

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago
  • ଇତିହାସ

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago
  • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago
  • ଇତିହାସ

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago
All Rights ReservedView Non-AMP Version
  • L