ଲେଖା: ଅମ୍ବିକା ପଟ୍ଟନାୟକ
~ ଜଣେ ଅନିଛୁକ ରାଜନୀତିଜ୍ଞ : ଡ. ମନ୍ମଥ ନାଥ ଦାସ ~
“ଇତିହାସର ଶିଳାନ୍ୟାସ ଉପରେ ଉପନ୍ୟାସର ମାଧୁର୍ଯ୍ୟ ଭରି ଦେଇ ଇତିହାସକୁ ଜୀବନ୍ୟାସ ଦେବାରେ ସିଦ୍ଧହସ୍ତ, ଇତିହାସକୁ ଜୀବନ୍ତ, ମୂର୍ତ୍ତିମନ୍ତ ଓ ସୌନ୍ଦର୍ଯ୍ୟରେ ରୁଦ୍ଧିମନ୍ତ କରିବାର କୁଶଳୀ ଶିଳ୍ପୀ, ଐତିହାସିକ ଡ. ମନ୍ମଥ ନାଥ ଦାସଙ୍କୁ ପ୍ରଜ୍ଞା ଓ ପ୍ରତିଭାର ଏକ ପ୍ରଜ୍ବଳିତ ପ୍ରଦୀପ, ଜ୍ଞାନର ଗନ୍ତାଘର, ବାଗ୍ମୀତାର ଯାଦୁକର, ସାଧୁତାର ସୌଧ, ନିଷ୍ଠାର ପରାକାଷ୍ଠା, ସତ୍ୟବାଦିତାର ସପ୍ତର୍ଷି ମଣ୍ଡଳ ଓ ନିର୍ଭୀକତାର ପତାକା ସହିତ ତୁଳନା କରାଯାଇପାରେ l”
ଖ୍ୟାତନାମା ପିତା ଐତିହାସିକ, ପ୍ରଶାସକ, ସାହିତ୍ୟିକ ଓ ଅନିଛୁକ ରାଜନୀତିଜ୍ଞ ଡ. ମନ୍ମଥ ନାଥ ଦାସଙ୍କ ସମ୍ପର୍କରେ ପୁତ୍ର ଶ୍ରୀ ସିଦ୍ଧାର୍ଥ ଦାସଙ୍କ ଏ ନମ୍ର ପ୍ରତିବେଦନ ଆଦୌ ଅତିଶୟୋକ୍ତି ନୁହେଁ l
5 ଜାନୁଆରୀ 1922 ବାଲେଶ୍ୱରର ଶଙ୍ଖାରିରେ ପିତା ଶ୍ରୀ ମଧୁସୂଦନ ଦାସ ଓ ମାତା ଶ୍ରୀମତୀ କାଦମ୍ବିନୀ ଦାସଙ୍କ ଜ୍ୟେଷ୍ଠ ପୁତ୍ର ଭାବେ ଡ. ମନ୍ମଥ ନାଥ ଦାସଙ୍କ ଜନ୍ମ l
କୃତବିଦ୍ୟ ଅଧ୍ୟାପକ, ଓଡ଼ିଶାର କନିଷ୍ଠତମ ପ୍ରଫେସର ଡ. ମନ୍ମଥ ନାଥ ଦାସ ଜଣେ ସୁଲେଖକ ମଧ୍ୟ ଥିଲେ l ତାଙ୍କ କୃତିସମୂହ ମଧ୍ୟରେ ଅନ୍ତର୍ଭୁକ୍ତ:
1. Mountbatten and Partition of India
2. Keep the story secret
3. Behind the mask
4. ଅସ୍ତରାଗ
5. ଅସ୍ପଷ୍ଟ ଆଖ୍ୟାନ
6. ସମୟ ସାଗର ତୀରେ
7. ଜୀବନର ପଥପ୍ରାନ୍ତେ ଦିଗନ୍ତର ଦୃଶ୍ୟ (ଆତ୍ମଜୀବନୀ)
ରାଜନୀତି ବିମୁଖ ଏଇ ଶିକ୍ଷକ/ସାହିତ୍ୟିକ/ପ୍ରଶାସକ କିନ୍ତୁ 1991ରେ ଭୁବନେଶ୍ୱର ଲୋକସଭା ଆସନରୁ କଂଗ୍ରେସ ପ୍ରତ୍ୟାଶୀ ଥିଲେ, କାରଣ ଥିଲା ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଶ୍ରୀ ରାଜୀବ ଗାନ୍ଧୀଙ୍କ ପ୍ରତ୍ୟକ୍ଷ ସଶ୍ରଦ୍ଧ ଅନୁରୋଧ l କିନ୍ତୁ ଘଟଣା ଚକ୍ରରେ ଶ୍ରୀଯୁକ୍ତ ଗାନ୍ଧୀ ନିହତ ହେବାପରେ ସେ ଆଗ୍ରହ ହରାଇ ବସିଥିଲେ ଓ ପରାଜିତ ହୋଇଥିଲେ l
ପରବର୍ତ୍ତୀ ସମୟରେ 1998ରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ l କିନ୍ତୁ ରାଜ୍ୟସଭାରେ ଆଲୋଚନା ସମୟରେ ବୈଦେଶିକ ନୀତି ବା କାଶ୍ମୀର ନୀତି ବା ଅର୍ଥନୀତି ସେ ଦଳୀୟ ବନ୍ଧନରୁ ଉଠି ନିଜର ସ୍ପଷ୍ଟ ଓ ନିର୍ଭୀକ ମତ ପ୍ରକାଶ କରୁଥିଲେ l ଦରକାର ବେଳେ ଦଳୀୟ ହୁଇପକୁ ଅବମାନନା କରିବାରେ ମଧ୍ୟ ସଫଳ ହୋଇଥିଲେ l ଏଥିପାଇଁ କଥା ପ୍ରସଙ୍ଗରେ ଶ୍ରୀମତୀ ସୁଷମା ସ୍ୱରାଜ ଥରେ କହିଥିଲେ “ଡ. ଦାସ ଯେତେବେଳେ କହନ୍ତି, ଦଳ ମତ ନିର୍ବିଶେଷରେ ଆମେ ଆଗ୍ରହରେ ଶୁଣୁ l କାରଣ ସେ ଦେଶ ପାଇଁ କହନ୍ତି l”
ସାଂସଦମାନଙ୍କ ବେତନ ବୃଦ୍ଧି ପାଇଁ ଯେତେବେଳେ ବିଲ ଆଗତ ହୋଇଥିଲା ଖୁଵ କମ ସାଂସଦ ଏହାର ବିରୋଧ କରିଥିଲେ l ସେମାନଙ୍କ ମଧ୍ୟରୁ ଡ. ମନ୍ମଥ ନାଥ ଦାସ ଅନ୍ୟତମ l ଏ ଅବସରରେ ସେ ଯାହା କହିଥିଲେ ତାହା ବିଶେଷ ପ୍ରଣିଧାନଯୋଗ୍ୟ l ସେ କହିଥିଲେ “ଆମେ ସାଂସଦମାନେ ଆଇନ ତିଆରି କରିଥାଉ ଯଦି ଆଇନ ନିର୍ମାତାମାନେ ନିଜର ବେତନ ବୃଦ୍ଧି ନିମନ୍ତେ ଆଇନ କରିବେ ତେବେ ଏହା ଆମ ଗଣତନ୍ତ୍ର ପ୍ରତି ଅପରାଧ ତଥା ଦରିଦ୍ର ଭାରତବାସୀଙ୍କ ପାଇଁ ଏକ ମହାପାପ ହେବ l ତେଣୁ ମୁଁ ବେତନ ବୃଦ୍ଧିକୁ ବିରୋଧ କରୁଛି l”
ବିଶେଷ କୃତଜ୍ଞତା: ଶ୍ରୀ ସିଦ୍ଧାର୍ଥ ଦାସ
##ପୂଜ୍ୟ ପୂଜା
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago