ଲେଖା: ଦେବ ତ୍ରିପାଠୀ

“ଜୀବନ ପାତ୍ର ମୋ ଭରିଛ କେତେ ମୋତେ,
ନ ଦେଲ କିଛି ବୋଲି କହିବି କି ହେ ଆଉ ?”

ଏକଦା ଏପରି ଅନ୍ତରଭେଦୀ ତଥା ଦୁର୍ମୂଲ୍ୟ ସଙ୍ଗୀତ ଗାନ କରି ସେ ଓଡ଼ିଶାର ସଙ୍ଗୀତପ୍ରେମୀମାନଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲେ । ପରବର୍ତ୍ତୀ ସମୟରେ ଆନ୍ତର୍ଜାତିକ ସ୍ତରରେ ଅସୁମାରୀ ଯଶଖ୍ୟାତି ଅର୍ଜନ କରିଥିବା ସେଇ ମହାନ ପ୍ରତିଭାବାନ “ଗୁରୁମା” ଜଣକ ଓଡ଼ିଶାରେ ଜନ୍ମିତ ଗୋଆଲିୟର ଘରାନାର ଜଣେ ଭାରତୀୟ ଶାସ୍ତ୍ରୀୟ କଣ୍ଠଶିଳ୍ପୀ, ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ପ୍ରଖ୍ୟାତ ଗାୟିକା; “ନୀଳମାଧବ”, “ସୂବର୍ଣ୍ଣମୂଖୀ” ଭଳି ନ’ଟି ନୂତନ ରାଗ ସୃଷ୍ଟି କରି ସେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ସୃଷ୍ଟି କରିପାରିଛନ୍ତି ସ୍ବତନ୍ତ୍ର ପରିଚୟ ।

ଓଡ଼ିଶା ବାହାରେ ଓଡ଼ିଶାର ସ୍ବର ବନିଯାଇଥିବା ସେଇ ମହାନ ସଙ୍ଗୀତ ସାଧକ ଡ଼ଃ ସୁନନ୍ଦା ପଟ୍ଟନାୟକ । ଉପରୋକ୍ତ ମହାର୍ଘ ଗୀତଟିର ରଚୟିତା ମହାନ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କର ସୁପୁତ୍ରୀ ।


ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ (ଟାଗୋର ଏକାଡେମୀ) ପୁରସ୍କାର, ଇଣ୍ଡିଆନ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର, ଉତ୍କଳରତ୍ନ ସମ୍ମାନ, ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ତଥା ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ ମଣ୍ଡଳରୁ ସଙ୍ଗୀତରେ ଡକ୍ଟରେଟ ହାସଲ କରି ଭାରତୀୟ ସଙ୍ଗୀତ ଜଗତରେ ଏକ ଜାଜ୍ଜ୍ୱଲ୍ୟମାନ ସ୍ଥାନ ଅଧିକାର କରିପାରିଛନ୍ତି ।

ଏହି ମହାନ କଣ୍ଠଶିଳ୍ପୀଙ୍କ ଜୀବନର ସଙ୍ଗୀତମୟ ଯାତ୍ରାକୁ ଭିତ୍ତିକରି ନିର୍ମିତ ହୋଇଥିବା ନୀଳମାଧବ ଚଳଚ୍ଚିତ୍ରଟି ୫୮ତମ ରାଷ୍ଟୀୟ ଚଳଚ୍ଚିତ୍ର ପୁରସ୍କାର ପାଇପାରିଛି ।


ଓଡ଼ିଶାମାଟି ଓ ଓଡ଼ିଆଙ୍କୁ ଧନ୍ୟ ଓ ଗୌରବାନ୍ଵିତ କରାଇଥିବା ଏଇ ମହିୟସୀ ପ୍ରତିଭାଙ୍କୁ ଶେଷଯାଏ କ’ଣ ଦେଲା ଓଡ଼ିଶା ! ତୀବ୍ର ଅଭିମାନରେ, କ୍ଷୋଭରେ ସେ ଚାଲିଗଲେ ! ପରଦେଶରେ ହିଁ ଶବଦାହ କରିଦିଆଗଲା ତାଙ୍କର ! ମୁଠାଏ ପାଉଁଶ ବି ପାଇଲାନି ଓଡ଼ିଶା !

କେବେ ଅନେକ ସ୍ବପ୍ନ ଥିଲା ସୁନନ୍ଦା ପଟ୍ଟନାୟକଙ୍କ ମନରେ। ବିଶେଷ କରି ପୁରୀକୁ ନେଇ ଥିଲା ସେ ସବୁ ସ୍ବପ୍ନ। ପୁରୀରେ ସେ ଗୋଟିଏ ସଂଗୀତ ବିଦ୍ୟାଳୟ ସଦ୍ୟ ଖୋଲିଥିଲେ। ଇଚ୍ଛା ଥିଲା, ନୂଆ ପିଢି ଭିତରେ ତାଙ୍କ ଶୁଦ୍ଧ ସଂଗୀତର ବୀଜ ବୁଣିଯିବା ପାଇଁ। କିନ୍ତୁ ତାଙ୍କ ଅନୁପସ୍ଥିତିରେ ପୁରୀ ବଳିଆପଣ୍ଡାସ୍ଥିତ ତାଙ୍କ ଅନୁଷ୍ଠାନର କବାଟ ଝରକା ବି କ୍ରମେ ଦୁର୍ବୃତ୍ତମାନେ ତାଡ଼ି ନେଲେ। ଶେଷରେ ବିଦ୍ୟାଳୟଟିକୁ ଚଳାଇ ରଖିବାକୁ ତାଙ୍କର ଶକ୍ତି କି ଆଗ୍ରହ ବି ରହିଲା ନାହିଁ।


ଆଉ ଗୋଟିଏ କଥା ବି ସେ ଅତି ଅନ୍ତରଙ୍ଗ ଭାବରେ ଚାହୁଁଥିଲେ ସୁନନ୍ଦା ! ଇଚ୍ଛା ଥିଲା, ତାଙ୍କର କଣ୍ଠସ୍ୱର ଯେହେତୁ ଭାଙ୍ଗି ଭାଙ୍ଗି ଆସୁଛି, ତା’ର ଆଗରୁ ତାଙ୍କର ଗୀତସବୁକୁ ପରପିଢି ପାଇଁ ରେକର୍ଡ଼ କରି ସାଇତିଯିବାକୁ। ସେଥିପାଇଁ ବହୁବାର ଓଡ଼ିଶା ଆସି ସରକାରଙ୍କ ସାଂସ୍କୃତିକ ବ୍ୟାପାର ବିଭାଗର ପଦାଧିକାରୀଙ୍କୁ ଭେଟିଥିଲେ ମଧ୍ୟ କୌଣସି ସଫଳତା ମିଳିପାରି ନ ଥିଲା। ଅସାଂସ୍କୃତିକ ଅଧିକାରୀଙ୍କ ଅନାଗ୍ରହ ଯୋଗୁଁ ଶେଷସୁଦ୍ଧା ସମ୍ଭବ ହୋଇପାରି ନଥିଲା ସେ ଇଛା ।

admin

Recent Posts

କପାଳୀ ମଠ

ଲେଖା: ଅମ୍ବିକା ପଟ୍ଟନାୟକ   ∼ କପାଳୀ ମଠ : ଓଡ଼ିଆ ସାମରିକ ଶକ୍ତିର ଅଭ୍ୟୁତ୍ଥାନ ପୀଠ ∼ ଭୁବନେଶ୍ୱରର…

1 week ago

ଶ୍ରୀଧର ସ୍ୱାମୀ

ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…

1 week ago

ଜାତି ଐରାବତ

ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…

1 week ago

ଉତ୍ତରେଶ୍ଵର ମହାଦେବ ମନ୍ଦିର

ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…

3 weeks ago

କୁମ୍ଭେଶ୍ୱର ମହାଦେବ ମନ୍ଦିର

କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ  ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…

3 weeks ago

ମାଣବସା ଗୁରୁବାର

ମାଣବସା ଗୁରୁବାର  ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…

3 weeks ago