ଲେଖା: ତ୍ରିଲୋଚନ ସ୍ୱାଇଁ
~ ଜିଗିନୀପୁର ଶ୍ରୀବଳଦେବଜୀଉ ମନ୍ଦିର ~
ଗ୍ରାମ ଜିଗିନୀପୁର, ବ୍ଲକ ନିଶ୍ଚିନ୍ତକୋଇଲି, ଜିଲ୍ଲା କଟକ, ଓଡ଼ିଶା l
ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳାରେ ଭରା ଏଇ ଉତ୍କଳ ପ୍ରଦେଶ l ଗୌରବମୟ ଆମ ଅତୀତ ଓ ଇତିହାସ l
କୋଟି ଓଡ଼ିଆଙ୍କ ମଉଡ଼ମଣି ଶ୍ରୀଜଗନ୍ନାଥ l ଓଡ଼ିଆଙ୍କ ଗର୍ବ ଓ ଗୌରବ, ଆମ ଅହମିକା, ଆମ ଦାମ୍ଭିକତା, ଆମ ସ୍ୱାଭିମାନ, ଆମ ଅଭିମାନର ପ୍ରତୀକ ଆମ ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥ l କେଉଁ ଆବାହମାନ କାଳରୁ, ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସମୟରୁ ଓଡ଼ିଆ ଜାତିର ଅସ୍ମିତା ପ୍ରଭୁ ଜଗନ୍ନାଥ ଓ ଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ l ଶ୍ରୀଜଗନ୍ନାଥ, ଶ୍ରୀମନ୍ଦିର, ଶ୍ରୀକ୍ଷେତ୍ର, ଶ୍ରୀମହାପ୍ରସାଦ, ପ୍ରତିଟି ଓଡ଼ିଆଙ୍କ ଧମନୀରେ ପ୍ରବାହିତ ଉଷ୍ମ ଶୋଣିତ l ଜଗନ୍ନାଥଙ୍କ ବ୍ୟତିରେକ ଓଡ଼ିଆ ଜାତିର ଅସ୍ମିତାକୁ ଖୋଜି ପାଇବା କଷ୍ଟକର ବ୍ୟାପାର l
ସମୟର ସ୍ରୋତରେ ଗଙ୍ଗ ଶାସନ କାଳ ଓ ଗଜପତିଙ୍କ ଶାସନ ସମୟରେ ଶ୍ରୀଜଗନ୍ନାଥ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ସ୍ବର୍ଣ୍ଣିମ ଶିଖରକୁ ସ୍ପର୍ଶ କରିଥିଲା l ଏହି କାଳଖଣ୍ଡରେ ଅନେକ ଘାତପ୍ରତିଘାତ ବି ସହିବାକୁ ପଡ଼ିଛି ଆମ ଆରାଧ୍ୟ ଶ୍ରୀଜଗନ୍ନାଥଙ୍କୁ l ରାଜ୍ୟର କୋଣନୁକୋଣରେ, ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ, ଏପରିକି ବିଶ୍ୱର ଅନେକ ଦେଶରେ ଶ୍ରୀଜଗନ୍ନାଥ ଓ ଜଗନ୍ନାଥ ଚେତନା ପ୍ରଚାରିତ ଓ ପ୍ରସାରିତ l
ଏକ ଶୀତୁଆ ଅପରାହ୍ଣରେ ଆମେ ଯାଇ ପହଞ୍ଚିଥିଲୁ ଜିଗିନୀପୁର ଗାଁରେ l କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଏହି ଗାଁରେ ରହିଛି ପ୍ରାଚୀନ ଏକ ଜଗନ୍ନାଥ ମନ୍ଦିର l ଯାହାର ଇତିହାସ ପ୍ରାୟତଃ ଅଜଣା l ସ୍ଥାନୀୟ ପୂଜକଙ୍କ ଠାରୁ ମଧ୍ୟ ମନ୍ଦିର ସମ୍ପର୍କରେ ବିଶେଷ କିଛି ତଥ୍ୟ ଓ ସୂଚନା ପ୍ରାପ୍ତ ହୋଇନଥିଲା l ପୂଜକଙ୍କ କହିବାନୁସାରେ, କେଉଁ ପ୍ରାଚୀନ ସମୟରେ, କେହି ଜଣେ ଜମିଦାର ବା ସାମନ୍ତ ରାଜାଙ୍କ ସମୟରେ ଏହି ଜଗନ୍ନାଥ ମନ୍ଦିର ନିର୍ମାଣ ହୋଇଥିଲା l
କାଳକ୍ରମେ ମନ୍ଦିରଟି ଜରାଜୀର୍ଣ୍ଣ ହୋଇଯିବାରୁ ସ୍ଥାନୀୟ ଲୋକେ ଓ କିଛି ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ସହଯୋଗରେ, ପୁରାତନ ମନ୍ଦିରର ମୂଳ ନିର୍ମାଣକୁ ଅକ୍ଷୁନ୍ନ ରଖି ତା’ ଉପରେ ଏବର ଏହି ଭବ୍ୟ ଓ ସୁଦୃଶ୍ୟ ମନ୍ଦିରଟି ନିର୍ମାଣ କରାଯାଇଛି l ପୂଜକଙ୍କ କହିବାନୁଯାୟୀ ଜିଗିନୀ ମିଶ୍ର ନାମରେ ଜଣେ ସ୍ଥାନୀୟ ବ୍ରାହ୍ମଣ ଯେ କି ଶ୍ରୀକ୍ଷେତ୍ର ପୁରୀରୁ, ଗର୍ଭଗୃହରେ ଏବେ ପୂଜା ପାଉଥିବା ଚତୁର୍ଦ୍ଧା ମୂର୍ତ୍ତିକୁ ଆଣି ଏଠାରେ ପୂଜା କରୁଥିଲେ l କୌଣସି ଏକ ନବକଳେବର ସମୟରେ ପୁରାତନ ବିଗ୍ରହ ପାତଳୀ ହେବା ପୂର୍ବରୁ ଜିଗିନୀ ମିଶ୍ର ନିଜ ସାଥିରେ ଏହି ମୂର୍ତ୍ତିଙ୍କୁ ଘେନି ଆସିଥିଲେ l
ଜିଗିନୀପୁର ଶ୍ରୀବଳଦେବଜୀଉ ମନ୍ଦିରକୁ ପ୍ରବେଶ କଲାବେଳେ ଉଭୟପାର୍ଶ୍ୱରେ ଥିବା ସିଂହମୂର୍ତ୍ତି ଦୁଇଟି ଖୁବ୍ ସୁନ୍ଦର ଓ ଦେଖିବା ଭଳି ମୂର୍ତ୍ତି l ମନ୍ଦିର ଜଗମୋହନରେ ସେ ସମୟର କେତେକ ପ୍ରାଚୀନ ପ୍ରତିମା ଦେଖିବାକୁ ମିଳେ l ମନ୍ଦିର ଗାତ୍ର ମୂଳ ବିମାନରେ ପାର୍ଶ୍ୱଦେବତା ରୂପେ ଶ୍ରୀନୃସିଂହ, ଶ୍ରୀବରାହ ଓ ଶ୍ରୀବାମନଙ୍କ ପ୍ରତିମା ପୂଜା ପାଉଛନ୍ତି l ସେହିପରି ମନ୍ଦିର ଚତୁଃପାର୍ଶ୍ୱରେ ସୁଉଚ୍ଚ ମେଘନାଦ ପ୍ରାଚୀର ରହିଛି l ଏହା ବ୍ୟତୀତ ମନ୍ଦିର ପରିସରରେ ଲକ୍ଷ୍ମୀ ମନ୍ଦିର ଓ ମହାଦେବଙ୍କ ମନ୍ଦିର ବି ଦେଖିବାକୁ ମିଳେ l ବଳଦେବଜୀଉ ମନ୍ଦିରର ଅନତୀ ଦୂରରେ ଗୁଣ୍ଡିଚା ମନ୍ଦିର ମଧ୍ୟ ରହିଛି l
ଗର୍ଭଗୃହରେ ଥିବା ରତ୍ନବେଦୀ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସୁଉଚ୍ଚ ଦାରୁ ବିଗ୍ରହ ସଂସ୍ଥିପିତ ହୋଇଛନ୍ତି l ପୁରୀ ଶ୍ରୀମନ୍ଦିର ପରି ଏଠାରେ ମଧ୍ୟ ସମସ୍ତ ନୀତିକାନ୍ତି ଓ ପର୍ବପର୍ବାଣୀ ବର୍ଷଯାକ ପାଳନ ହୋଇଥାଏ l ନିଶ୍ଚିନ୍ତକୋଇଲି ଅଞ୍ଚଳର ଏହି ଜଗନ୍ନାଥ ମନ୍ଦିରଟି ଏକ ବହୁ ପରିଚିତ ପ୍ରାଚୀନ ମନ୍ଦିର l ଜିଗିନୀପୁର ଶ୍ରୀବଳଦେବଜୀଉ ମନ୍ଦିର ପରିସରରେ ବେସ୍ କିଛି ସମୟ ଅତିବାହିତ କରି ସନ୍ଧ୍ୟା ଆଗମନରେ ଆମେ ଫେରି ଆସିଥିଲୁ l ସମୟ ଓ ସୁଯୋଗ ପ୍ରାପ୍ତ ହେଲେ ବର୍ଷର ଯେକୌଣସି ସମୟରେ ଏହି ଜଗନ୍ନାଥ ମନ୍ଦିରକୁ ଜଣେ ଦର୍ଶନରେ ଯାଇ ପାରିବେ l ଏହି ପରିପ୍ରେକ୍ଷୀରେ ଶ୍ରୀଜଗନ୍ନାଥଙ୍କ ଏହି ସୁନ୍ଦର ଜଣାଣଟି ମନେ ପଡ଼ିଯାଏ . .
“ଚାଲ ସଖି ଆମ୍ଭେ ଦର୍ଶନ କରିବା,
ନୀଳଗିରି କାଳିଆକୁ
କେଉଁ ସୁରପତି ବେଶ କରିଅଛି,
ଗିରିବର ତୋଳିବାକୁ
ସେ ଯେ ଶ୍ରୀମୁଖ ତୋରା,
ଶିରେ ସୁନା ସୁତା କିରାକିରା,
ସେ ଯେ ଶ୍ରୀମୁଖ ତୋରା . .”
Spread the love
admin

Recent Posts

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 days ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

4 days ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

6 days ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

1 week ago

ବସନ୍ତରାସ

ଉପସ୍ଥାପନା: ନିରଞ୍ଜନ ସାହୁ ଋତୁରାଜ ବସନ୍ତଙ୍କ ଆଗମନରେ ରାଧାଙ୍କର ମାନସିକ ଚଞ୍ଚଳତା ବୃଦ୍ଧି ପାଇଛି। କୃଷ୍ଣଙ୍କର ଘନସାନିଧ୍ୟ ଲାଭ କରିବା…

1 week ago

ନବଘନ କହଁର

ଲେଖା: ନିରଞ୍ଜନ ସାହୁ ଇଂରେଜମାନେ ଧରିନେଇଥିଲେ ଯେ, କନ୍ଧମାନେ ହଳଦୀ କିଆରିରେ ବଳି ଦେଉଛନ୍ତି, କେବଳ ମଣିଷ ରକ୍ତ ପରି…

2 weeks ago