All Rights ReservedView Non-AMP Version
  • Homepage
  • ଓଡ଼ିଶାର ବରପୁତ୍ର
  • ମହାମନିଷୀଗଣ
ମହାମନିଷୀଗଣ

ଜାତୀୟକବି

ଲେଖା: ଶିବାଶିଷ ମହାପାତ୍ର

“ତୁମେ କେତେଜଣ ଜୀବନକୁ ପାଣି ଛଡାଇ ନଦେଲେ ଚଳିବ କି ?
ଦଧିଚିର ହାଡ଼ ଉଜାଡ଼ି ନ ଦେଲେ ଏ ଜାତିର ଭାଗ୍ୟ ଫେରିବ କି ?”

ଆଜ୍ଞା ହଁ, ଏଇଟା ଏକ ପ୍ରଶ୍ନ ନୁହଁ ବରଂ ଏକ ଜାତୀୟତାବାଦୀ କବିତାର ଅଂଶ ବିଶେଷ । ଏହି କବିତା ଲେଖିଥିବା କବିଙ୍କୁ ସମସ୍ତେ ଜାଣନ୍ତି ଜାତୀୟକବି ବୀରକିଶୋର ଦାସ ଭାବରେ । ଏକାଧାରରେ ଜଣେ କବି, ଶିକ୍ଷକ, ସ୍ବାଧୀନତା ସଂଗ୍ରାମୀ ତଥା ରାଜନେତା ଭାବରେ ଚିର ନମସ୍ୟ ।

୨୩ ନଭେମ୍ବର ୧୮୯୮ ମସିହାରେ ଅବିଭକ୍ତ କଟକ ଜିଲ୍ଲା ତଥା ଏବର ଜଗତସିଂହପୁର ଜିଲ୍ଲାର ପୁନଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଏହି ଅସାଧାରଣ ବ୍ୟକ୍ତିତ୍ବ । ଗ୍ରାମ ଚାଟଶାଳୀରେ ନିଜ ପ୍ରାଥମିକ ଶିକ୍ଷା ସମାପ୍ତ କଲା ପରେ କଟକର ଭିକ୍ଟୋରିଆ ଉଚ୍ଚ ବିଦ୍ୟାଳୟ (ଏବର ଭକ୍ତମଧୁ ବିଦ୍ୟାପୀଠ)ରେ ଅଧ୍ୟୟନ କରିଥିଲେ । ୧୯୧୧ ମସିହାରେ ମ୍ୟାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ କଟକରେ ଉଚ୍ଚଶିକ୍ଷା ପାଠ ଅଧାରେ ଛାଡିଥିଲେ । ୧୯୨୩ ମସିହାରେ ବାହାଘର ହୋଇଥିଲା ସ୍ବାଧୀନତା ସଂଗ୍ରାମୀ ଧରମାନନ୍ଦ ପଟ୍ଟନାୟକଙ୍କ କନ୍ୟା ଶାରଦାଙ୍କ ସହିତ । କଟକର ପ୍ୟାରୀମୋହନ ଏକାଡେମୀରେ ଅସ୍ଥାୟୀ ଶିକ୍ଷକତା ପରେ କିରାଣୀ ଚାକିରି ଆରମ୍ଭ କରିଥିଲେ ଏବଂ ପରେ ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି ନିଜର ସରକାରୀ ଚାକିରୀ ହରାଇଥିଲେ ଜାତୀୟକବି ବୀରକିଶୋର । ୧୯୩୦ ମସିହାରେ ଲବଣ ସତ୍ୟାଗ୍ରହରେ ଯୋଗଦାନ କରିଥିଲେ ଏବଂ ନିଜର ସଂଗ୍ରାମୀ ଜୀବନରେ ସାତ ଥର ଜେଲଦଣ୍ଡ ଭୋଗିଥିଲେ ।

୧୯୨୨ ମସିହାରେ ନିଜର ପ୍ରଥମ କବିତା ପୁସ୍ତକ “ମୋହନ ବଂଶୀ” ରଚନା କରିଥିଲେ ଜାତୀୟକବି । ଏଥିରେ ବାପୁଜୀଙ୍କ କଥା ସ୍ଥାନିତ କରିଥିଲେ । ରଣ ଦୁନ୍ଦୁଭି, ରଣ ଭେରୀ, ବିଦ୍ରୋହୀ ବୀଣା, ମୋହନ ବେଣୁ ଇତ୍ୟାଦି କବିତା ପୁସ୍ତକ ରଚନା କରିଥିଲେ ସେ । ୧୯୪୬ ମସିହାରେ “ମୋ ଛବି ବହି ନୂଆ ଛବି ବହି”ର ସେ ଥିଲେ ରଚୟିତା । ମାସିକ ଶିଶୁ ସାହିତ୍ୟ ପତ୍ରିକା “ମୋ ଦେଶ” ଆରମ୍ଭ କରିଥିଲେ । ସ୍ବାଧୀନତା ପରେ କଟକ ସଦର ଲୋକାଲ୍ ବୋର୍ଡ ପଦ ଅଧିଗ୍ରହଣ କରିଥିଲେ ଜାତୀୟ କବି ।

ଏହି ମହାନ୍ କବିଙ୍କ ସ˚ପର୍କରେ ଏକ ଉଲ୍ଲେଖନୀୟ କଥା ହେଉଛି, ମୁଖ୍ୟତଃ ଶାସନ-ବିରୋଧୀ କବିତା ପାଇଁ ସେ ସାତ ସାତ ଥର କାରାବରଣ କରିଥିଲେ। ପୁଲିସ୍ ସତର ଥର ତାଙ୍କ ଘର ତଲାସ କରିଥିଲା। କବିତା ମାଧ୍ୟମରେ ସେଇ ଜାତୀୟ କବି ଉଦ୍‌ଗାରୁଥିଲେ ବିପ୍ଳବର ଅଗ୍ନି। ତେଣୁ, ପୁଲିସ୍‌ ତାଙ୍କ କାର୍ଯ୍ୟକଳାପ ଉପରେ ସର୍ବଦା ସତର୍କ ଦୃଷ୍ଟି ରଖୁଥିଲା। ‘ମୋହନ ବ˚ଶୀ’ ଲେଖି ୧୯୨୨ରେ ଜେଲ୍‌ ଯାଇଥିଲେ। ‘ରଣଭେରୀ’ ଓ ‘ରଣଦୁନ୍ଦୁଭି’ ପାଇଁ ୧୯୩୦ରେ ଦୁଇ ବର୍ଷ କାରାବରଣ କରିଥିଲେ। ଖଲାସ ହେବାର ଏକ ବର୍ଷ ନ ପୂରୁଣୁ ପୁଣି ଥରେ ବନ୍ଦୀ କରାଯାଇଥିଲା ହଜାରୀବାଗ ଜେଲ୍‌ରେ। ୧୯୪୨ରେ ବ୍ରହ୍ମପୁର ଜେଲ୍‌ରେ ତିନି ବର୍ଷ। ଏହା ସତ୍ତ୍ବେ ସେ ସରକାରଙ୍କ ସହ ସାଲିସ କରି ନ ଥିଲେ।

ଏକଦା ନିଜକୁ ପୁଲିସ୍‌ ହାତରେ ଧରାଇ ଅଦ୍ଭୁତ ସାହସିକତାର ପରିଚୟ ଛାଡ଼ିଯାଇଛନ୍ତି ଜାତୀୟକବି ବୀରକିଶୋର। ଘଟଣାଟି ଥିଲା ଏହି ପରି। ଏକଦା ଜଣେ ତଳିଆ ପୁଲିସ୍‌ ଅଫିସର‌୍‌ କିଛି କର୍ମଚାରୀଙ୍କୁ ଧରି ତାଙ୍କ ଘର ଖାନତଲାସି କରୁଥାଆନ୍ତି। ହେଲେ, କିଛି ମିଳୁ ନ ଥାଏ। ବିଫଳତାରୁ ଦଣ୍ତର ଆଶଙ୍କା କରି ବିଚରା ଅଫିସର‌୍‌ଙ୍କ ମୁହଁ ଘର୍ମାକ୍ତ ହୋଇଉଠିଲା। ଲୋକଟାର ଚାକିରି ଚାଲିଯିବ; ତା’ ପିଲା-ଛୁଆ ସମସ୍ୟା ଭୋଗିବେ- ଏ ଭଳି ଚିନ୍ତା ଉଦ୍ରେକ ହେଲା ବୀରକିଶୋରଙ୍କ ମଧ୍ୟରେ। ସେ ସରକାର-ବିରୋଧୀ ଲେଖାତକ ନିଜେ ଟେକିଦେଲେ, ଉକ୍ତ ଅଫିସର‌୍‌ଙ୍କ ହାତରେ। ଆଶ୍ବସ୍ତ ହେଲେ ଅଫିସର‌୍‌। କିନ୍ତୁ, ପ୍ରତି ବଦଳରେ କାରାଦଣ୍ତ ହିଁ ମିଳିଥିଲା ସାହସୀ କବିଙ୍କୁ।

୧୯୭୩ ଏପ୍ରିଲ୍‌ ୨୮ରେ କଟକସ୍ଥିତ ସ୍ବରାଜ ଆଶ୍ରମରେ ଜାତୀୟକବି ବୀରକିଶୋରଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ସ୍ମୃତି ବହନ କରୁଛି କଟକର ‘ଜାତୀୟ କବି ବୀରକିଶୋର ମହାବିଦ୍ୟାଳୟ’ ।

Spread the love
admin

Next ବାଉତି ଛତର୍ ଯାତ୍ରା »
Previous « ଉପେନ୍ଦ୍ର ଭଞ୍ଜ
Leave a Comment
Share
Published by
admin
Tags: ଜାତୀୟକବି
6 years ago

    Related Post

  • ଓଡ଼ିଆ ସାହିତ୍ୟର ଇତିହାସ
  • ଔପନ୍ୟାସିକ କାହ୍ନୁଚରଣ ମହାନ୍ତି
  • ନବକୃଷ୍ଣ ଚୌଧୁରୀ

Recent Posts

  • ପର୍ଯ୍ୟଟନ କ୍ଷେତ୍ର

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago
  • ଇତିହାସ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago
  • ଇତିହାସ

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago
  • ଇତିହାସ

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago
  • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago
  • ଇତିହାସ

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago
All Rights ReservedView Non-AMP Version
  • L