All Rights ReservedView Non-AMP Version
  • Homepage
  • ଓଡ଼ିଶାର ବରପୁତ୍ର
  • ମହାମନିଷୀଗଣ
ମହାମନିଷୀଗଣ

ଜାତୀୟକବି

ଲେଖା: ଶିବାଶିଷ ମହାପାତ୍ର

“ତୁମେ କେତେଜଣ ଜୀବନକୁ ପାଣି ଛଡାଇ ନଦେଲେ ଚଳିବ କି ?
ଦଧିଚିର ହାଡ଼ ଉଜାଡ଼ି ନ ଦେଲେ ଏ ଜାତିର ଭାଗ୍ୟ ଫେରିବ କି ?”

ଆଜ୍ଞା ହଁ, ଏଇଟା ଏକ ପ୍ରଶ୍ନ ନୁହଁ ବରଂ ଏକ ଜାତୀୟତାବାଦୀ କବିତାର ଅଂଶ ବିଶେଷ । ଏହି କବିତା ଲେଖିଥିବା କବିଙ୍କୁ ସମସ୍ତେ ଜାଣନ୍ତି ଜାତୀୟକବି ବୀରକିଶୋର ଦାସ ଭାବରେ । ଏକାଧାରରେ ଜଣେ କବି, ଶିକ୍ଷକ, ସ୍ବାଧୀନତା ସଂଗ୍ରାମୀ ତଥା ରାଜନେତା ଭାବରେ ଚିର ନମସ୍ୟ ।

୨୩ ନଭେମ୍ବର ୧୮୯୮ ମସିହାରେ ଅବିଭକ୍ତ କଟକ ଜିଲ୍ଲା ତଥା ଏବର ଜଗତସିଂହପୁର ଜିଲ୍ଲାର ପୁନଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଏହି ଅସାଧାରଣ ବ୍ୟକ୍ତିତ୍ବ । ଗ୍ରାମ ଚାଟଶାଳୀରେ ନିଜ ପ୍ରାଥମିକ ଶିକ୍ଷା ସମାପ୍ତ କଲା ପରେ କଟକର ଭିକ୍ଟୋରିଆ ଉଚ୍ଚ ବିଦ୍ୟାଳୟ (ଏବର ଭକ୍ତମଧୁ ବିଦ୍ୟାପୀଠ)ରେ ଅଧ୍ୟୟନ କରିଥିଲେ । ୧୯୧୧ ମସିହାରେ ମ୍ୟାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ କଟକରେ ଉଚ୍ଚଶିକ୍ଷା ପାଠ ଅଧାରେ ଛାଡିଥିଲେ । ୧୯୨୩ ମସିହାରେ ବାହାଘର ହୋଇଥିଲା ସ୍ବାଧୀନତା ସଂଗ୍ରାମୀ ଧରମାନନ୍ଦ ପଟ୍ଟନାୟକଙ୍କ କନ୍ୟା ଶାରଦାଙ୍କ ସହିତ । କଟକର ପ୍ୟାରୀମୋହନ ଏକାଡେମୀରେ ଅସ୍ଥାୟୀ ଶିକ୍ଷକତା ପରେ କିରାଣୀ ଚାକିରି ଆରମ୍ଭ କରିଥିଲେ ଏବଂ ପରେ ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି ନିଜର ସରକାରୀ ଚାକିରୀ ହରାଇଥିଲେ ଜାତୀୟକବି ବୀରକିଶୋର । ୧୯୩୦ ମସିହାରେ ଲବଣ ସତ୍ୟାଗ୍ରହରେ ଯୋଗଦାନ କରିଥିଲେ ଏବଂ ନିଜର ସଂଗ୍ରାମୀ ଜୀବନରେ ସାତ ଥର ଜେଲଦଣ୍ଡ ଭୋଗିଥିଲେ ।

୧୯୨୨ ମସିହାରେ ନିଜର ପ୍ରଥମ କବିତା ପୁସ୍ତକ “ମୋହନ ବଂଶୀ” ରଚନା କରିଥିଲେ ଜାତୀୟକବି । ଏଥିରେ ବାପୁଜୀଙ୍କ କଥା ସ୍ଥାନିତ କରିଥିଲେ । ରଣ ଦୁନ୍ଦୁଭି, ରଣ ଭେରୀ, ବିଦ୍ରୋହୀ ବୀଣା, ମୋହନ ବେଣୁ ଇତ୍ୟାଦି କବିତା ପୁସ୍ତକ ରଚନା କରିଥିଲେ ସେ । ୧୯୪୬ ମସିହାରେ “ମୋ ଛବି ବହି ନୂଆ ଛବି ବହି”ର ସେ ଥିଲେ ରଚୟିତା । ମାସିକ ଶିଶୁ ସାହିତ୍ୟ ପତ୍ରିକା “ମୋ ଦେଶ” ଆରମ୍ଭ କରିଥିଲେ । ସ୍ବାଧୀନତା ପରେ କଟକ ସଦର ଲୋକାଲ୍ ବୋର୍ଡ ପଦ ଅଧିଗ୍ରହଣ କରିଥିଲେ ଜାତୀୟ କବି ।

ଏହି ମହାନ୍ କବିଙ୍କ ସ˚ପର୍କରେ ଏକ ଉଲ୍ଲେଖନୀୟ କଥା ହେଉଛି, ମୁଖ୍ୟତଃ ଶାସନ-ବିରୋଧୀ କବିତା ପାଇଁ ସେ ସାତ ସାତ ଥର କାରାବରଣ କରିଥିଲେ। ପୁଲିସ୍ ସତର ଥର ତାଙ୍କ ଘର ତଲାସ କରିଥିଲା। କବିତା ମାଧ୍ୟମରେ ସେଇ ଜାତୀୟ କବି ଉଦ୍‌ଗାରୁଥିଲେ ବିପ୍ଳବର ଅଗ୍ନି। ତେଣୁ, ପୁଲିସ୍‌ ତାଙ୍କ କାର୍ଯ୍ୟକଳାପ ଉପରେ ସର୍ବଦା ସତର୍କ ଦୃଷ୍ଟି ରଖୁଥିଲା। ‘ମୋହନ ବ˚ଶୀ’ ଲେଖି ୧୯୨୨ରେ ଜେଲ୍‌ ଯାଇଥିଲେ। ‘ରଣଭେରୀ’ ଓ ‘ରଣଦୁନ୍ଦୁଭି’ ପାଇଁ ୧୯୩୦ରେ ଦୁଇ ବର୍ଷ କାରାବରଣ କରିଥିଲେ। ଖଲାସ ହେବାର ଏକ ବର୍ଷ ନ ପୂରୁଣୁ ପୁଣି ଥରେ ବନ୍ଦୀ କରାଯାଇଥିଲା ହଜାରୀବାଗ ଜେଲ୍‌ରେ। ୧୯୪୨ରେ ବ୍ରହ୍ମପୁର ଜେଲ୍‌ରେ ତିନି ବର୍ଷ। ଏହା ସତ୍ତ୍ବେ ସେ ସରକାରଙ୍କ ସହ ସାଲିସ କରି ନ ଥିଲେ।

ଏକଦା ନିଜକୁ ପୁଲିସ୍‌ ହାତରେ ଧରାଇ ଅଦ୍ଭୁତ ସାହସିକତାର ପରିଚୟ ଛାଡ଼ିଯାଇଛନ୍ତି ଜାତୀୟକବି ବୀରକିଶୋର। ଘଟଣାଟି ଥିଲା ଏହି ପରି। ଏକଦା ଜଣେ ତଳିଆ ପୁଲିସ୍‌ ଅଫିସର‌୍‌ କିଛି କର୍ମଚାରୀଙ୍କୁ ଧରି ତାଙ୍କ ଘର ଖାନତଲାସି କରୁଥାଆନ୍ତି। ହେଲେ, କିଛି ମିଳୁ ନ ଥାଏ। ବିଫଳତାରୁ ଦଣ୍ତର ଆଶଙ୍କା କରି ବିଚରା ଅଫିସର‌୍‌ଙ୍କ ମୁହଁ ଘର୍ମାକ୍ତ ହୋଇଉଠିଲା। ଲୋକଟାର ଚାକିରି ଚାଲିଯିବ; ତା’ ପିଲା-ଛୁଆ ସମସ୍ୟା ଭୋଗିବେ- ଏ ଭଳି ଚିନ୍ତା ଉଦ୍ରେକ ହେଲା ବୀରକିଶୋରଙ୍କ ମଧ୍ୟରେ। ସେ ସରକାର-ବିରୋଧୀ ଲେଖାତକ ନିଜେ ଟେକିଦେଲେ, ଉକ୍ତ ଅଫିସର‌୍‌ଙ୍କ ହାତରେ। ଆଶ୍ବସ୍ତ ହେଲେ ଅଫିସର‌୍‌। କିନ୍ତୁ, ପ୍ରତି ବଦଳରେ କାରାଦଣ୍ତ ହିଁ ମିଳିଥିଲା ସାହସୀ କବିଙ୍କୁ।

୧୯୭୩ ଏପ୍ରିଲ୍‌ ୨୮ରେ କଟକସ୍ଥିତ ସ୍ବରାଜ ଆଶ୍ରମରେ ଜାତୀୟକବି ବୀରକିଶୋରଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ସ୍ମୃତି ବହନ କରୁଛି କଟକର ‘ଜାତୀୟ କବି ବୀରକିଶୋର ମହାବିଦ୍ୟାଳୟ’ ।

Spread the love
admin

Next ବାଉତି ଛତର୍ ଯାତ୍ରା »
Previous « ଉପେନ୍ଦ୍ର ଭଞ୍ଜ
Leave a Comment
Share
Published by
admin
Tags: ଜାତୀୟକବି
5 years ago

    Related Post

  • ପଣ୍ଡିତ ଗୋଦାବରୀଶ ମିଶ୍ର
  • ଅଖିଳ ମୋହନ ପଟ୍ଟନାୟକ
  • ଶ୍ରୀଧର ସ୍ୱାମୀ

Recent Posts

  • ଇତିହାସ

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago
  • ମହାମନିଷୀଗଣ

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago
  • ମହାମନିଷୀଗଣ

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago
  • ପର୍ଯ୍ୟଟନ କ୍ଷେତ୍ର

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago
  • ଶ୍ରୀଜଗନ୍ନାଥ

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago
  • ଶ୍ରୀଜଗନ୍ନାଥ

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago
All Rights ReservedView Non-AMP Version
  • L