ଲେଖା: ପ୍ରଭାସ ରଞ୍ଜନ ଖଟୁଆ

ପୁରାଣପ୍ରସିଦ୍ଧ ପଵିତ୍ର ଜଳୌକା ପାହାଡ଼ କଟକରୁ ପ୍ରାୟ ୩୦ କି.ମି. ଦୂର ଛତିଆର ଦକ୍ଷିଣ-ପୂର୍ବ ଓ ଟାଙ୍ଗିର ଉତ୍ତର-ପୂର୍ଵ କୋଣରେ ବିରୂପା ନଦୀକୂଳରେ ଦଣ୍ଡାୟମାନ । ମାଣ୍ଡୁକା ପାହାଡ଼ ଓ ଜଳୌକା ପାହାଡ଼ ସମାନ୍ତରାଳ ଭାବେ ରହିଛି । ଏହି ଦୁଇ ପାହାଡ଼ର ମଧ୍ୟବର୍ତ୍ତୀ ପ୍ରଶସ୍ଥ ସ୍ଥାନ ଅତ୍ୟନ୍ତ ମନୋରମ । ଚତୁପାର୍ଶ୍ଵରେ ଆଉ ଛଅ ଗୋଟି ପାହାଡ଼ ଅଛନ୍ତି । ଏମାନଙ୍କୁ ଅଷ୍ଟଗିରି କୁହାଯାଏ। 

ତିନି କି.ମି ଦୀର୍ଘ ଓ ଅର୍ଦ୍ଧ କି.ମି ପ୍ରସ୍ଥ ବିଶିଷ୍ଟ ଏହି ପଵିତ୍ର ଜଳୌକା ପାହାଡ଼ କୋଳରେ ପ୍ରସିଦ୍ଧ ମଣିନାଗ ଗୁମ୍ଫା ସମେତ ରାଧାମୋହନ ମଠ, ଫୁଲମାଳିଆ ମଠ, ରାସ ସ୍ଥଳୀ, ଭାଗବତ ସ୍ଥଳୀ, ଅନାଦି ମଣ୍ଡଳ, ପଞ୍ଚୁପାଣ୍ଡବ ମନ୍ଦିର, ମାତା ମଠ, ଅମ୍ବିକା ମନ୍ଦିର, ବିଚାର ବଟ, ନଳୀ ଗୁମ୍ଫା, ସାତବଖୁରିଆ ଗୁମ୍ଫା, ଶନି ମନ୍ଦିର, ବଂଶୀଦାସ ମଠ ଶୋଭା ପାଉଛନ୍ତି।

ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ହନୁମାନ ଗନ୍ଧମାର୍ଦ୍ଦନ ପର୍ବତ ନେଇ ଆକାଶ ମାର୍ଗରେ ଉଡ଼ି ଯାଉଥିବା ବେଳେ ଯେଉଁ କିଛି ଅଂଶ ଏହି ଭୂମିରେ ପତିତ ହୋଇଥିଲା, ସେ ସବୁ ଏବେ ଅଷ୍ଟଗିରି ନାମରେ ପରିଚିତ।

ପାଣ୍ଡଵମାନେ ବନବାସ ସମୟରେ ଏହି ସ୍ଥାନରେ ରହୁଥିଲେ ବୋଲି ଶୁଣିବାକୁ ମିଳେ। ଏହାର ସାକ୍ଷୀସ୍ୱରୂପ ଏଠାରେ ପଞ୍ଚୁପାଣ୍ଡବ ମନ୍ଦିର ଦେଖିବାକୁ ମିଳେ । ମନ୍ଦିରଟି ଭଗ୍ନ ଅବସ୍ଥାରେ ଅଛି କିନ୍ତୁ ବହୁତ ସୁନ୍ଦର ।

ମାଳିକାର ଅନେକ ଗ୍ରନ୍ଥରେ ବହୁତ ଥର ଏହି ସ୍ଥାନକୁ ଭିନ୍ନ ଭିନ୍ନ ନାମରେ ଇଙ୍ଗିତ କରାଯାଇଛି। ଏଠାରେ ଅନେକ ସାଧୁ ଓ ଯୋଗୀ ମାନେ ଗୁପ୍ତରେ ରହିଛନ୍ତି ବୋଲି ମାଳିକାରେ ଉଲ୍ଲେଖ କରାଯାଇଛି ଓ ଜନମୁଖରେ ମଧ୍ୟ ଶୁଣାଯାଇଛି। ପରମ ପୂଜନୀୟ ‘ବାବା ବୈକୁଣ୍ଠନାଥ’ଙ୍କ ଆଶ୍ରମ ମଧ୍ୟ ଏଠାରେ ରହିଛି, ଯାହାଙ୍କ ସମ୍ବନ୍ଧରେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ମାଳିକାରେ ଅନେକ ସ୍ଥାନରେ ଉଲ୍ଲେଖ କରିଛନ୍ତି ।

ଜଳୌକା ପାହାଡ଼କୁ କଟକ ଚଣ୍ଡିଖୋଲ ଜାତୀୟ ରାଜପଥରେ ଆସି ଗୋବିନ୍ଦପୁର ଛକରୁ ଭିତରକୁ ପଶି ଯାଇପାରିବେ। କଟକ-ସାଲେପୁର- କେନ୍ଦ୍ରାପଡ଼ା ରାସ୍ତାରୁ ମଧ୍ୟ ଯାଇପାରିବେ। ସାଲେପୁର କୁଆଁପାଳ ରାସ୍ତାରୁ ମଧ୍ୟ ଯାଇପାରିବେ।

ସ୍ଥାନଟି ଅତ୍ୟନ୍ତ ଶାନ୍ତ ବାତାବରଣରେ ଭରପୂର ଓ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ବହୁତ ମନୋରମ। ସେଠାରେ ବିଶେଷ ଅଧିକ ଦୋକାନ ବଜାର ନଥିବାରୁ ଶୁଖିଲା ଖାଦ୍ୟ ଓ ଜଳ ସାଥିରେ ନେଇ ଯାତ୍ରା କରିବା ଉଚିତ।

ଆଧାର: “ଯୁଗପୁରୁଷ ବୈକୁଣ୍ଠନାଥ”, ଶ୍ରୀ ଶ୍ରୀବତ୍ସ ଚରଣ ଜେନା

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago