ଲେଖା: ଜଗନ୍ନାଥ ଦୋରା

ଅବହେଳିତ ଜଉଗଡ଼ (Jaugada), କଳିଙ୍ଗ ଇତିହାସର ଶିଳାଲେଖ । କଳିଙ୍ଗ ଇତିହାସର ସର୍ବପୁରାତନ ମୁକସାକ୍ଷୀ ହେଉଛି ଜଉଗଡ଼, ଯାହାକି ଗାରିମାମୟ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ପାଣ୍ଡିଆ ପଞ୍ଚାୟତରେ ଅବସ୍ଥିତ । ଏଠାକାର ଶିଳାଲେଖଗୁଡିକ ୨୦୬୦ ବର୍ଷ ପୁରୁଣା, ଯାହାକି ଖ୍ରୀଷ୍ଟପୂର୍ଵ ୨୬୧ରେ ଅଶୋକଙ୍କ ସମୟରେ ଲେଖା ଯାଇଥିଲା ବୋଲି ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ ଇଣ୍ଡିଆ (ASI) ରୁ ଜଣାପଡେ଼ !

ଐତିହାସିକ କଳିଙ୍ଗ ବିଜୟ ପରେ ସମ୍ରାଟ ଅଶୋକ ରକ୍ତାକ୍ତ ହୋଇଥିବା ଦୟାନଦୀକୁ ଦେଖି ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ । ସେ ରାଜ୍ୟଜୟ କ୍ଷମତା ଲୋଭକୁ ପରିତ୍ୟାଗ କରି ବୌଦ୍ଧଧର୍ମ ଗ୍ରହଣ କରିଥିଲେ ଏବଂ ତାର ପ୍ରଚାର ପ୍ରସାର କରିଥିଲେ ।


ସେହି ସମୟରେ ସମ୍ରାଟ ଅଶୋକ ୧୪ଟି ଶିଳାନୁଶାସନ ଲେଖିଥିଲେ, ସେଥି ମଧ୍ୟରୁ ୧୧ଟି ଶିଳାନୁଶାସନ ଜଉଗଡ଼ ପଥର ଦେହରେ ଖୋଦିତ ହେଇଥିବା ବେଳେ ଅନ୍ୟ ୩ଟି ଧଉଳି ପାହାଡ଼ରେ ଖୋଦିତ ହେଇଛି । ଏହି ଲେଖାଗୁଡିକ ପାଲି ଭାଷାରେ ଲେଖାଯାଇଥିବା ବେଳେ, ଏହା ତତ୍କାଳୀନ କଳିଙ୍ଗର ଧର୍ମସଂସ୍କୃତି  ଓ ରାଜ୍ୟ ଶାସନର ସୁବିସ୍ତୃତ ବିବରଣୀ ପ୍ରଦାନ କରେ! କିନ୍ତୁ ଦୁଃଖର ବିଷୟ ଏହା ଯେ କଳିଙ୍ଗର ଐତିହାସ ଗାନ କରୁଥିବା ଏ ଶିଳାଲେଖ ଗୁଡିକ ଆଜି ଜରାଜୀର୍ଣ୍ଣ  ଅବସ୍ଥାରେ ପଡ଼ିରହିଛି । ସ୍ୱାଧୀନତା ପୂର୍ବରୁ ଜଉଗଡ଼ ଜାତୀୟ ପର୍ଯ୍ୟଟନସ୍ଥଳୀ ଭାବେ ମାନ୍ୟତା ପାଇଥିଲେ ମଧ୍ୟ ଏଠାରେ କିଛି ବିକାଶର କାମ ହୋଇପାରିନାହିଁ । ଐତିହାସିକ ଜଉଗଡ଼ର ଇତିହାସ ଯେତିକି ପୁରୁଣା ତାର କିମ୍ବଦନ୍ତୀ ମଧ୍ୟ ସେତିକି ନିଆରା ।


ଲୋକକଥା ବା  କିମ୍ବଦନ୍ତୀ ଅନୁଯାୟୀ, ଜଉଗଡ଼ ରାଜା ନିଜ ଗଡ଼ର ସୁରକ୍ଷା ପାଇଁ ଜଉ ଦ୍ୱାରା ନିର୍ମିତ ପାଚେରୀ ତିଆରି କରିଥିଲେ, ଯାହା ଦ୍ୱାରା ଗଡ଼ ମଧ୍ୟ୍ୟକୁ ଶତ୍ରୁମାନଙ୍କ ପ୍ରବେଶକୁ ରୋକା ଯାଇପାରିବ ଏବଂ ଏ ବିଷୟରେ ଅପରପକ୍ଷର ଶତ୍ରୁମାନଙ୍କୁ ଅଜଣା ଥିଲା ।

ଯେତେବେଳେ ଶତ୍ରୁପକ୍ଷର ସୈନ୍ୟମାନେ ରାଜଉଆସକୁ ପ୍ରତିଦିନ କ୍ଷୀର, ଦହି ଦେବାକୁ ଯାଉଥିବା ଗଉଡ଼ୁଣୀଠାରୁ ପାଚେରୀର ରହସ୍ୟ ପଚାରି ବୁଝିଥିଲେ । ଗଉଡ଼ୁଣୀ ଠାରୁ ଜଉରେ ତିଆରି ହୋଇଥିବା ରହସ୍ୟ ଜାଣିପାରି ଶତ୍ରୁପକ୍ଷ ସୈନ୍ୟମାନେ ସେଥିରେ ନିଆଁ ଲଗେଇଦେଇଥିଲେ, ଯାହା ଫଳରେ ପାଚେରୀ ସହ ସମ୍ପୂର୍ଣ ଜଉଗଡ଼ ଜଳିଯାଇଥିଲା ଏବଂ ପରେ ରାଜା ଏକଥା ଜାଣିସାରି ଗଉଡ଼ୁଣୀକୁ ଅଭିଶାପ ଦେଇଥିଲେ, ଫଳସ୍ୱରୂପ ପରେ ଗଉଡ଼ୁଣୀ ପଥର ପାଲଟି ଯାଇଥିଲା ! ଏବେ ବି ସେଇ ପଥରକୁ ଗଉଡ଼ୁଣୀ ପଥର କୁହାଯାଏ ।

ଏବେ କିନ୍ତୁ ଏ ଐତିହାସିକ ଜଉଗଡ଼ ସମ୍ପୂର୍ଣ୍ଣ ଅବହେଳିତ ଅବସ୍ଥାରେ ରହିଅଛି । ଇତିହାସର କଥା କହୁଥିବା ଏ ଜଉଗଡ଼କୁ ଦେଖିଲେ ମନରେ ପ୍ରଶ୍ନ ଉଠେ ଯେଉଁ ରାଜ୍ୟରେ ଇତିହାସ ସୁରକ୍ଷା ବ୍ୟବସ୍ଥା ନାହିଁ ସେ ରାଜ୍ୟ କେତେ ବା ସୁରକ୍ଷିତ? କଳିଙ୍ଗର ଇତିହାସ କହୁଥିବା ଅକ୍ଷରଗୁଡିକ ଏବେ ଅଦୃଶ୍ୟ ହେବାରେ ଲାଗିଛି । 

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago