ଲେଖା: ଶିବାଶିଷ ମହାପାତ୍ର

ନୂଆପଡ଼ା ଜିଲ୍ଲାର ଐତିହାସିକ ବିଜୟଗଡ଼ର ଛତର ଯାତ୍ରା

ପଶ୍ଚିମ ଓଡ଼ିଶାର ମନ୍ଦିର, ମାଳଭୂମି, ଜଙ୍ଗଲର ରହିଛି ଏକ ବିଶେଷ ଆକର୍ଷଣ । ଦୈବୀ ସଂସ୍କୃତି ପରମ୍ପରା ଏହି ଅଞ୍ଚଳର ମୁଖ୍ୟ ଉପାସନା । ଏହି ଦୈବୀ ଉପାସନା ତଥା ଆଦିବାସୀ ପରମ୍ପରା ତଥା ଚଳଣୀ କାହିଁ କେଉଁ ଆବାହମାନ କାଳରୁ ଏଠାରେ ପ୍ରଚଳିତ । ସମଲେଶ୍ଵରୀ, ସୁରେଶ୍ଵରୀ, ମାଣିକେଶ୍ବରୀ, ପାଟଣେଶ୍ବରୀ ଦେବୀ ହେଉଛନ୍ତି ଏହି ଅଞ୍ଚଳର ପ୍ରମୁଖ ଇଷ୍ଟଦେବୀ ଏବଂ ଏହାଙ୍କ ଛଡ଼ା ଆହୁରି ଅନେକ ଦେବୀ ଏଠାରେ ପୂଜିତ ।

ନୂଆପଡ଼ା ଜିଲ୍ଲାର ବିଜୟଗଡ଼ ବା ରାଜ କୋମନା ଐତିହାସିକ ତଥା ପୌରାଣିକ ଦୃଷ୍ଟିକୋଣରୁ ଅତୀବ ମହତ୍ୱପୂର୍ଣ୍ଣ । ଏହି ସବୁ ଅଞ୍ଚଳରେ ଯାକଯମକରେ ପାଳନ କରାଯାଏ ବଏଲ୍ ଯାତ୍ରା । ଇତିହାସ ତଥା କିମ୍ବଦନ୍ତୀ ଅନୁସାରେ ୧୫୯୦ ମସିହା ସମୟରେ ପାଟଣାର ଗୋପାଳ ସାଏ ଦେଓ ଆସି ଏହି ସ୍ଥାନରେ ସମଲେଇ ପୂଜା ତଥା ବଳି ବା ବଏଲ୍ ଯାତ୍ରା ଆରମ୍ଭ କରିଥିଲେ । ଏହି ବଳି ଯାତ୍ରା ସାଧାରଣତଃ ଭାଦ୍ରବ ମାସରେ ଆରମ୍ଭ ହୋଇ ଦଶହରାରେ ସମାପ୍ତ ହୋଇଥାଏ । ବିଜୟଗଡ଼ ଦେଇ ବହି ଯାଇଥିବା ସୁନ୍ଦରୀ ନଦୀର କୂଳରେ ବେଲପୂଜା କରି ତାହାକୁ ଖଣ୍ଡା ଘରେ ରଖି ପୂଜା କରାଯାଏ । ସେହି ବେଲରୁ ବାହାରୁଥିବା ଗଜା ମୁଗକୁ ପୁଅ ଜିଉଁତିଆ ଦିନ ଭୋଗ ଲଗାଇ ମାଁଙ୍କ ନିକଟକୁ ପଠାଯାଏ ।

ମହାଳୟା ଦିନରୁ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଆରମ୍ଭ ହୁଏ । ଏହି ରାତିରେ ପାଣେଲ୍ ବେହେଲିକୁ ଯାଆନ୍ତି ଦେବୀଙ୍କୁ ବନ୍ଦାଇ ଆଣିବା ପାଇଁ । ପଞ୍ଚ ବାଦ୍ୟର ତାଳେ ତାଳେ ଝୁମି ଉଠେ ଗାଁ ଦାଣ୍ଡ ।  ଦେବୀଙ୍କୁ ବରଣ କରି ଆଣି ସାରିଲା ପରେ ମହାଷ୍ଟମୀ ଦିନ ଖଣ୍ଡାଧୁଆ ପର୍ବ ଅନୁଷ୍ଠିତ ହୋଇଥାଏ । ପାରମ୍ପରିକ ବାଦ୍ୟର ତାଳେତାଳେ ଦେଉଳ ବନ୍ଧରେ ଅନୁଷ୍ଠିତ ହୋଇଥାଏ ଏହି ପରମ୍ପରା । ଏହି ଦିନ ଭଉଣୀମାନେ ଭାଇମାନଙ୍କ ଶୁଭ ମନାସି କରିଥାନ୍ତି ଭାଇଜିଉଁତିଆ ପର୍ବ । ଏହି ଅଷ୍ଟମୀ ଦିନ ରାତିରେ ହୋଇଥାଏ ନିଶି ପୂଜା ଓ ଘନଚକ୍କର ପୂଜା । ନିଶିପୂଜାରେ କଖାରୁ ଓ ଘନଚକ୍କର ପୂଜାରେ ସରସତିଆ, ଆରିସା, କାକରା ଆଦି ଭୋଗ ଲାଗିହୁଏ ।

ପରେ ନବମୀ ଦିନ ସର୍ବ ସାଧାରଣଙ୍କୁ ଦର୍ଶନ ଦେଇଥାନ୍ତି ମାଁ ମନ୍ଦିରରୁ । ଦଶମୀ ତିଥିରେ ବରୁଆ ଦେହରେ ଦେବୀ ଆବିର୍ଭାବ ହୋଇ ପୂଜାରୀ, ସେବାକାରୀ ଓ ବାଦ୍ୟ ଧରି ଘରକୁ ଘର ବୁଲି ଦର୍ଶନ ଦିଅନ୍ତି । ଏହା ପରେ ସଦଳବଳେ ଫେରି ଆସନ୍ତି ମୁଖ୍ୟ ମନ୍ଦିରକୁ ଏବଂ ସମାପ୍ତ ହୋଇଥାଏ ନୂଆପଡ଼ା ବିଜୟଗଡ଼ର ପ୍ରସିଦ୍ଧ ବଳିଯାତ୍ରା । ପୂଝାରୀ, ବଡ଼ ମଲ୍ଲିକ, ଝାଙ୍କର, ଛତ୍ରିଆ, ପାଟମୁହୁରୀଆ, ପାଟଢୁଲିଆ, ପାଟନିଖନିଆ ଆଦିଙ୍କ ସହିତ ଚେରଘରିଆ ମାଁର ଅଙ୍ଗରକ୍ଷୀ ଭାବରେ କାମ କରିଥାନ୍ତି । ପିଢ଼ି ପରେ ପିଢ଼ି ଏମାନେ କରିଆସୁଛନ୍ତି ମା’ଙ୍କ ସେବା ଏହି ଛତର ଯାତ୍ରା ।

ତଥ୍ୟ: ରଜତ ରାଜ ପାଣିଗ୍ରାହୀ
©️Odisha Stories

Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

5 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 week ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago