ଲେଖା: ଦେଵ ତ୍ରିପାଠୀ

ଚାନ୍ଦି ତାରକସିର କଳାକାରୀ !

ଷାଠିଏ ଦଶକର କଥା । ମହମ୍ମଦିଆ ବଜାରର ଗଳିରାସ୍ତାରେ ବୁଲୁଥିଲେ କେଇଜଣ ବିଦେଶୀ ପର୍ଯ୍ୟଟକ । ଆଶା, କିଛି ନୂଆ ଜିନିଷ ନେଇ ଦେଶକୁ ଫେରିଯିବେ । ସେମାନେ ଖୋଜୁଥାନ୍ତି ‘ରୋଜ୍’ (Rose) – ପ୍ରେମର ପ୍ରତୀକ ! କିନ୍ତୁ, ୟୁରୋପୀୟମାନଙ୍କ ପାଇଁ ରୋଜ୍ କି ଅପୂର୍ବ ଚିଜ ! ରୋଜ୍’ର ଆମଦାନୀ ତ ସେଇମାନଙ୍କ ମାଟିରୁ !

କିନ୍ତୁ ମହମ୍ମଦିଆ ବଜାରରେ ସେଇ ୟୁରୋପୀୟମାନେ ଯେଉଁ ରୋଜ୍ ଖୋଜୁଥିଲେ, ସେ ରୋଜ୍ ବିଶ୍ୱର କେଉଁଠି ମିଳେନା, କେବଳ ମିଳିପାରେ ଏଇଠି, ଆମ କଟକ ମାଟିରେ ! ସେମାନେ ଖୋଜୁଥିଲେ ମଣିଷର ହାତଗଢା ରୋଜ୍, ଧାତୁ ତିଆରି ରୋଜ୍ ! ଜଳପାତ୍ରରେ ପାଣିରେ ଭାସିପାରୁଥିବା ରୋଜ୍ ! ଆଶ୍ଚର୍ଯ୍ୟ, ଅଦ୍ଭୁତ ନ ଥିଲା ସେମାନଙ୍କ ଚାହିଦା  ! ସେମାନେ ଯେ ଥିଲେ କଳାଭୂମି କଟକରେ !

ହଁ ! ସେଭଳି ରୋଜ୍ ପ୍ରସ୍ତୁତ ହେଉଥିଲା ଚାନ୍ଦି ତାରକସିର ସୂକ୍ଷ୍ମ କାରୁକାର୍ଯ୍ୟରେ ! ଦୀର୍ଘ ଦିନର ପରିଶ୍ରମରେ କଳାର ଛନ୍ଦଣି ବୁଣି ସେମାନେ ତିଆରି କରୁଥିଲେ ଏପରି ସୂକ୍ଷ୍ମ ହାଲୁକା ଗୋଲାପ, ଯାହା ପାଣିରେ ଭାସି ପାରୁଥିଲା ! ବିଦେଶୀ ପର୍ଯ୍ୟଟକମାନେ ହେଉଥିଲେ ଆଶ୍ଚର୍ଯ୍ୟଚକିତ !

ସେ ବେଳରେ ଏତେ ସୂକ୍ଷ୍ମ ଚାନ୍ଦି ତାରକସିରେ ସଜଳ ଗୋଲାପ ଗଢ଼ି ପାରୁଥିବା ଶିଳ୍ପୀଗଣ ଥିଲେ ରାଜକିଶୋର ସାହୁ, ଦଶରଥ ସାହୁ ଓଗେର ! ତେବେ ଏ ସୂକ୍ଷ୍ମ କଳାକାରୀ ସେମାନେ ପ୍ରାପ୍ତ ହୋଇଥିଲେ ଗୁରୁ ଈଶ୍ୱରଚନ୍ଦ୍ର ସାହୁଙ୍କ ଠାରୁ !

ଆଜି ଈଶ୍ୱରଚନ୍ଦ୍ର ନାହାଁନ୍ତି ସତ, କିନ୍ତୁ ଚାନ୍ଦି ତାରକସି କାମରେ ପ୍ରଣିତ ତାଙ୍କର ନବ୍ୟ କାରିଗରୀ ଶତାବ୍ଦୀ ଶତାବ୍ଦୀ ପୁରୁଣା ଏଇ ଚାରୁଶିଳ୍ପକୁ ପହଞ୍ଚାଇଛି ଶିଖରରେ !


ଓଡ଼ିଶା ମାଟିର ଏଇ ଅନନ୍ୟ ସୂକ୍ଷ୍ମ ଚାରୁକଳା ଚାନ୍ଦି ତାରକସି ନିଶ୍ଚିତ ଭାବେ ରାଜ୍ୟର ସୂକ୍ଷ୍ମତମ ତଥା କଠିନତମ ଶିଳ୍ପକଳା ! ଅଥଚ ରାଜନୀତିର ଦାଓପେଞ୍ଚ ଓ ସରକାରୀ ଉଦାସୀନତା କାରଣରୁ ଏ କଳା ଆଜି ଧ୍ୱଂସମୁଖୀ !

କଳାପ୍ରେମୀ ଓଡ଼ିଆଏ ଭୁଲିଯାଆନ୍ତି ଯେ ଏଇ ଚାନ୍ଦି ତାରକସି ଶିଳ୍ପକଳା ମଧ୍ୟ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ନିମନ୍ତେ ଅତ୍ୟନ୍ତ ଆବଶ୍ୟକ ! ଓଡ଼ିଶୀ ନୃତ୍ୟର ଆଭୂଷଣ ଯେପରି କି କମରପଟି, ବାଜୁବନ୍ଧ, ପାନକଣ୍ଟା, ଅଳକା, ଝୁମୁକା, ସିନ୍ଥି, ବାଲା ଆଦି ହୁଏ ଏଇ ଶିଳ୍ପକଳାରୁ । ଏସବୁ ବିନା ଯେ ଓଡ଼ିଶୀ ନୃତ୍ୟ ଅଧୁରା ! ଓଡ଼ିଶୀ ନୃତ୍ୟର ବିବର୍ତ୍ତନ ପାଇଁ କେତେ କେତେ ଗୁରୁ ସାଧନା କରିଛନ୍ତି ସତ, ମାତ୍ର ଓଡ଼ିଶୀର ଆଭୂଷଣ ପାଇଁ ଗୁରୁ ଈଶ୍ୱରଚନ୍ଦ୍ରଙ୍କ ସାଧନା ଓ ତପସ୍ୟାକୁ ଭୁଲି ଯାଇଛି ଏ ଜାତି ! !

Information: The Samaja

Image Coutesy: Deba Prasad Swain, Cuttack

#ହିରଣ୍ୟଗର୍ଭା #କଟକ #ଚାନ୍ଦି #ତାରକସି

#କମରପଟି, #ବାଜୁବନ୍ଧ, #ପାନକଣ୍ଟା, #ଅଳକା, #ଝୁମୁକା, #ସିନ୍ଥି, #ବାଲା

Spread the love
admin

View Comments

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

5 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

6 days ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 week ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 week ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago