ଆମ କଥା

ଗ୍ରାମଦେବତୀ ମାଜଣା

ଲେଖା: ଅରବିନ୍ଦ ମହାନ୍ତି
ଶାରଳା ଦାସ ଚଣ୍ଡୀପୁରାଣ କହେ ଗ୍ରାମଦେବତୀଙ୍କ ଉତ୍ପତ୍ତି କଥା। ମହିଷାସୁର ବିନାଶ କାରଣେ ମହାମାୟୀଙ୍କ ଶରୀରରୁ ସୃଷ୍ଟି ହୁଅନ୍ତି ଅସଂଖ୍ୟ ଦେବୀ। ସଭିଏଁ ଏକାବେଳେ ମାଡ଼ି ବସନ୍ତି ମହିଷାସୁରକୁ। କିନ୍ତୁ ମହିଷାସୁର ଛିଞ୍ଚାଡି ଦିଅନ୍ତେ ଦେବୀମାନେ ନାନା ସ୍ଥାନରେ ଭୂପତିତ ହୁଅନ୍ତି ଓ ତାଙ୍କର ହସ୍ତ, ପଦ ଆଦି ଭଗ୍ନ ହୋଇଯାଏ। ସେ ଆଉ ସେ ସ୍ଥାନରୁ ଉତ୍ଥିତ ହୋଇ ପାରନ୍ତି ନାହିଁ। ଅସୁରର ଅନ୍ତ ହୁଅନ୍ତେ ମହାମାୟୀ ସେ ଦେବୀମାନଙ୍କୁ ସିଦ୍ଧ ହେବା ପାଈଁ ଆଶ୍ରୀବାଦ ଦିଅନ୍ତି ଓ ଭକ୍ତଙ୍କ ମନସ୍କାମନା ପୂର୍ଣ ପାଈଁ ଶକ୍ତି ମଧ୍ୟ ଦିଅନ୍ତି। ପ୍ରତେକ ଦେବୀ ହୁଅନ୍ତି କୌଣସି ନା କୌଣସି ଗ୍ରାମ ବା ଅଞ୍ଚଳର ଇଷ୍ଟଦେବୀ, ଗ୍ରାମଦେବତୀ ଏବଂ ସେ ହୁଅନ୍ତି ଗ୍ରାମର ସର୍ବମୟ କର୍ତ୍ତ୍ରୀ ଓ ସୁରକ୍ଷାକର୍ତ୍ତ୍ରୀ ମଧ୍ୟ।
ଗାଁ ମୁଣ୍ଡରେ ତାର ଦେଉଳ। କେତେ ଯୁଗରୁ ସେ ରହିଆସିଛି ତାହା ଅଜଣା। କେତେ ପିଢ଼ି ପରେ ପିଢ଼ି ତା ଆଗରୁ ଗଲେଣି ତଥାପି ପ୍ରତ୍ୟେକ ଗ୍ରାମବାସୀଙ୍କ ସୁଖର ଦୁଃଖର ସାଥୀ ହୋଇ ସେ ରହିଛି। ଘରେ ପୁଅ ଝିଅ ଜନ୍ମ ହେଲେ କିଏ ଗ୍ରାମଦେବତୀ ମାଜଣା କରେ ତ କିଏ ଘର ପ୍ରତିଷ୍ଠା ସମୟରେ ପ୍ରଥମେ ତାଙ୍କୁ ନିମନ୍ତ୍ରଣ କରେ। ବିବାହ ସମୟରେ ଠାକୁରାଣୀ ମାଜଣା ଜଳରେ ପୁଅ ଝିଅ ଗାଧେଇ ବେଦୀକୁ ଯାଇଥାନ୍ତି। ତାଙ୍କ ବିନା ଅନୁମତିରେ କୌଣସି ଶୁଭକାର୍ଯ୍ୟ ମଧ୍ୟ ହୁଏନାହିଁ।
ଏ ତ ଗଲା ସୁଖ ସମୟର କଥା। କୌଣସି ବିପଦ ସମୟରେ ମଧ୍ୟ ତାର ଭୂମିକା କିଛି କମ୍ ନୁହେଁ। ଅଖଣ୍ଡ ବିଶ୍ୱାସର ପ୍ରତୀକ ସେ। ମହାମାରୀ, ମିଳିମିଳା, ହାଡଫୁଟି ସମୟରେ ତାକୁ ମାଜଣା କରିଦେଇ ସେଇ ପାଣିରେ ରୋଗୀକୁ ଗାଧେଇ ଦିଆ ଯାଏ କିମ୍ବା ତା ଗାଧୁଆ ପାଣିକୁ ସମସ୍ତ ଘରେ କିମ୍ବା ଅଞ୍ଚଳରେ ଛିଞ୍ଚି ଦିଆଯାଏ। ନା ତାର ମନ୍ତ୍ର ଯନ୍ତ୍ର ଲୋଡ଼ା ନା ତାର ହୋମ ଯଜ୍ଞ। ଅଜ୍ଞାନୀ ବାରିକାଣି ହାତରେ ଭକ୍ତିର ସହ ଚୁଆ ହଳଦୀ ମାଜଣାରେ ଗ୍ରାମଦେବତୀ ସନ୍ତୁଷ୍ଟ। କଳାଶାଢ଼ୀ, ଦିପଟ ନାଲି ଶଙ୍ଖା, ସିନ୍ଦୂରରେ ସେ ସନ୍ତୁଷ୍ଟ। ପୁଣି ତାର ପ୍ରିୟ ପଣାପାଣି। ହୋଇପାରେ ଏ କଥା କାହାକୁ ଅନ୍ଧବିଶ୍ୱାସ ଲାଗିପାରେ, ହେଲେ ତାର ମାଜଣା ଚୁଆ ହଳଦୀରେ ଯେଉଁ ଶକ୍ତି ଅଛି ତାହା ଅଙ୍ଗେ ଅନୁଭବି କଥା। ଅନୁଭବ କଲେ ତାକୁ ବୁଝି ହୁଏ ତାର ମହିମା ବୁଝିହୁଏ।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago