ଲେଖା: ଦେଵ ତ୍ରିପାଠୀ

ଥିଲେ ଜଣେ ବିଚକ୍ଷଣ ଓଡ଼ିଆ ବୈଜ୍ଞାନିକ । ବିଜ୍ଞାନର ନିରବଚ୍ଛିନ୍ନ ଗବେଷଣା ଓ ଅଧ୍ୟାପନାରୁ ସେ ଜୀବନରେ ପାଇଥିଲେ ମହତ୍ତର ଉପଲବ୍ଧି । ମାତ୍ର ବିଜ୍ଞାନର କରାମତି ତଥା ମାନବ ଜୀବନରେ ବିଜ୍ଞାନର ଭୂମିକା ଓ ଉପାଦେୟତା ବାବଦରେ ଓଡିଆଏ ଅବଗତ ନ ଥିବା ସେ ଅନୁଭବ କରିଥିଲେ । କଳାସାହିତ୍ୟ ସଂସ୍କୃତିର ଶୀର୍ଷ ସ୍ଥାନରେ ବସିତ ଏ ଜାତି କ’ଣ ପଛରେ ରହିଯିବ ବିଜ୍ଞାନରେ ? ବିଜ୍ଞାନର ମହତ୍ତ୍ଵଠୁ କ’ଣ ଦୂରେଇ ରହିବ ଏ ଜାତି ?


ବିଜ୍ଞାନକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଓ ଜନପ୍ରିୟ କରିବା ନିମନ୍ତେ ସରଳ ଓ ସାବଲୀଳ ଭାଷାରେ ସେ ରଚନା କରିଚାଲିଲେ ଅନେକ ବିଜ୍ଞାନ-ଭିତ୍ତିକ ଲେଖା । ସେ ହିଁ ରଚିଥିଲେ ଓଡ଼ିଆ ଭାଷାର ବୈଜ୍ଞାନିକ ଜ୍ଞାନକୋଷ । ବିଜ୍ଞାନ ସମ୍ବନ୍ଧୀୟ ବିଷୟକୁ ନେଇ ସେ ପ୍ରଥମେ ଓଡ଼ିଆରେ ଉପନ୍ୟାସ ଲେଖିଥିଲେ । ଓଡ଼ିଆ ଭାଷାରେ ବିଜ୍ଞାନ ପାଠ୍ୟପୁସ୍ତକ ରଚନା କରିବାରେ ସେ ଥିଲେ ଅଗ୍ରଗଣ୍ୟ, ସର୍ବାଧିକ ଲୋକପ୍ରିୟ ବିଜ୍ଞାନଲେଖକ ପ୍ରଫେସର ଡ଼ଃ ଗୋକୁଳାନନ୍ଦ ମହାପାତ୍ର


ଡ଼ଃ ମାୟାଧର ମାନସିଂହ ଓ ସହକାରର ସମ୍ପାଦକ ବାଳକୃଷ୍ଣ କରଙ୍କ ପ୍ରେରଣାରୁ ନିରୁତା ଭ୍ରମଣକାହାଣୀ ରଚନା କରୁ କରୁ ସେ ମନ ଦେଇଥିଲେ ବିଜ୍ଞାନସାହିତ୍ୟ ପ୍ରତି ।

ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ନବେରୁ ଅଧିକ ରସାୟନ ବିଜ୍ଞାନର ପାଠ୍ୟପୁସ୍ତକ ରଚନା କରି ଡ଼ଃ ଗୋକୁଳାନନ୍ଦ ମହାପାତ୍ର ହୋଇ ପାରିଥିଲେ ଓଡ଼ିଶାରେ ଅଧିକ ରୟାଲ୍‌ଟି ପାଉଥିବା ଦ୍ୱିତୀୟ ଲେଖକ । ଓଡ଼ିଶା ମାଟିରେ ମହାବିଦ୍ୟାଳୟ ସ୍ତରୀୟ ପାଠ୍ୟପୁସ୍ତକ ରଚନା କରିବାରେ ପ୍ରଫେସର ଗୋକୁଳାନନ୍ଦ ଥିଲେ ପ୍ରଥମ ଓ ସିଦ୍ଧହସ୍ତ । “ପୃଥିବୀ ବାହାରେ ମଣିଷ”, “କୃତ୍ରିମ ଉପଗ୍ରହ”, “ଚନ୍ଦ୍ରର ମୃତ୍ୟୁ”, “ସୁନାର ଓଡ଼ିଶା”, “ମୃତ୍ୟୁ ଏକ ମାତୃତ୍ୱର”, “ନିଶ୍ଚଳ ପୃଥିବୀ”, “ମୃତ୍ୟୁରଶ୍ମି”, “ନିସ୍ତବ୍ଧ ଗୋଧୂଳି”, “ଉଡ଼ନ୍ତା ଥାଳିଆ”, “ଚତୁର୍ଥ ପରିସର”, “ବିଜ୍ଞାନ ବିଚିତ୍ରା”, “ବିଜ୍ଞାନର ଶ୍ରେଷ୍ଠ ଆବିଷ୍କାର”, “ଏ ଯୁଗର ଶ୍ରେଷ୍ଠ ଆବିଷ୍କାର”, “ଆଇନ୍ ଷ୍ଟାଇନ୍ ଓ ଆପେକ୍ଷିକ ତଥ୍ୟ” ଇତ୍ୟାଦି ଲୋକପ୍ରିୟ ଓ କାଳଜୟୀ ପୁସ୍ତକ ରଚନା କରି ସେ ଓଡ଼ିଆ ପାଠକଙ୍କ ମାନସପଟରେ ଚିରସ୍ମରଣୀୟ ହୋଇପାରିଛନ୍ତି ।


ବିଜ୍ଞାନକୁ ଲୋକପ୍ରିୟ କରିବା ଓ ବିଜ୍ଞାନସାହିତ୍ୟ ସୃଷ୍ଟି ପାଇଁ ଉତ୍ସାହିତ କରିବା ଲାଗି ୧୯୪୯ ମସିହାରେ ସେ ‘ବିଜ୍ଞାନ ପ୍ରଚାର ସମିତି’ ପ୍ରତିଷ୍ଠା କରି ଏହାର ପ୍ରସାର ପାଇଁ ମଧ୍ୟ କାର୍ଯ୍ୟ କରିଥିଲେ । ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାର ସ୍ଥାପନା ପଛରେ ଥିଲା ଗୋକୁଳାନନ୍ଦଙ୍କର ପ୍ରଚ୍ଛନ୍ନ ହାତ । 

୨୦୧୦ ମସିହା ମେ ମାସରେ, ‘ଡଃ ଗୋକୁଳାନନ୍ଦ ନିତ୍ୟାନନ୍ଦ ମହାପାତ୍ର ଫାଉଣ୍ଡେସନ୍’ ନାମରେ ଏକ ସଂସ୍ଥା ଗଠନକରି ସେ ସମାଜର ନବଜାତ ଶିଶୁ, ଅସହାୟ ବୃଦ୍ଧ ଓ ଅନାଥ ଶିଶୁଙ୍କର ଥଇଥାନ ଓ ବିକାଶ ଦିଗରେ କାର୍ଯ୍ୟ କରିଥିଲେ ।


ଗୋକୁଳାନନ୍ଦ ଉଚ୍ଚକୋଟୀର ଗବେଷଣା ପାଇଁ ସର୍ବଭାରତୀୟ ସ୍ତରୀୟ ‘କୁପର୍ ସ୍ୱର୍ଣ୍ଣପଦକ’ ହାସଲ ସହିତ ଓଡ଼ିଶା ସାହିତ୍ୟ ଏକାଡେମୀ, ଶାରଳା ପୁରସ୍କାର, ଉତ୍କଳସାହିତ୍ୟ ସମାଜ, ବିଜ୍ଞାନ ପ୍ରଚାର ସମିତି, ଓଡ଼ିଶା ବିଜ୍ଞାନ ଏକାଡେମୀ, ଭଦ୍ରକ ପୂଜ୍ୟପୂଜା ସଂସଦର ବିଜୟା ସମ୍ମାନ ପ୍ରଭୃତି ସମ୍ମାନ ଓ ସମ୍ବର୍ଦ୍ଧନା ପାଇ ଓଡିଆଙ୍କୁ କରିଛନ୍ତି ଗୌରବାନ୍ଵିତ । ବିଜ୍ଞାନ ପାଇଁ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ୨୦୧୦ ମସିହାରେ ସେ ମଧ୍ୟ ଭୂଷିତ ହୋଇଥିଲେ ସମ୍ମାନାସ୍ପଦ ‌‌’କଳିଙ୍ଗ ପୁରସ୍କାର’ରେ ।

ଭଦ୍ରକ ନଗରୀରେ ୧୯୨୨ ମସିହା ମଇ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ଏଇ ମହାନ ବୈଜ୍ଞାନିକ ତଥା ଲେଖକ ତଥା ଶିକ୍ଷାବିତଙ୍କ ପାଦତଳେ ଅନ୍ତରଙ୍ଗ କଳିଙ୍ଗର ଶତ ଶତ ପ୍ରଣାମ ।

 

Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 week ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

2 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago