ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ
ଅଵିଭକ୍ତ କୋରାପୁଟରେ ନଦୀକୁ ଗାଡ଼ କୁହାଯାଏ ସେହିପରି ଯେଉଁଠାରେ ଗଭୀର ଜଳ ଥାଏ ଵା ଗଭୀର ଜଳ ଧାରଣ କରୁଥିଵା ଗର୍ତ୍ତକୁ ମଧ୍ୟ ଏଠାକାର ଲୋକେ ଗାଡ଼ କହିଥାନ୍ତି । ନାରାୟଣପାଟଣା ଅଞ୍ଚଳରେ ଝଞ୍ଜାଵତୀଚମ୍ପାଵତୀ ନାମକ ଦୁଇଟି ନଦୀର ମିଳନ ସ୍ଥଳର ନାମକୁ ‘ଗୋରିଆ ଗାଡ଼’ କୁହାଯାଏ ।
କିମ୍ବଦନ୍ତୀ ଅନୁସାରେ ଜୟପୁର ରାଜ୍ୟର ମହାରାଜା ଵିଶ୍ବମ୍ବର ଦେଵ(ଦ୍ୱିତୀୟ)ଙ୍କ ପ୍ରଥମ ରାଣୀ ଝଞ୍ଜାବତୀ ଦେଵୀ ଏହି ଗୋରିଆ ଗାଡ଼ରେ ବା ନଦୀରେ ସ୍ନାନ କରୁଥିଵାଵେଳେ ଉପର ମୁଣ୍ଡରେ ହଠାତ୍ ପ୍ରଵଳ ଵର୍ଷା ହୋଇ ଵନ୍ୟା ଆସିଵାରୁ ସେ ଏଠାରେ ସଲିଳ ସମାଧି ନେଇଥିଲେ ଓ ତାଙ୍କ ନାମ ଅନୁସାରେ ଏହି ନଦୀଟିର ନାମ ରଖାଯାଇଥିଲା ଝଞ୍ଜାଵତୀ ।
ସେହିପରି ପଟାଙ୍ଗି ଅଞ୍ଚଳରେ ଅନ୍ୟ ଏକ ନଦୀର ନାମ ମେରୁଗାଡ଼ ରହିଥିଵା ବେଳେ କୁନ୍ଦ୍ରା ଅଞ୍ଚଳର ଏକ ନଦୀ ଵେଷ୍ଟିତ ଗ୍ରାମର ନାମ ରହିଛି ‘ଗାଡ଼ଗୁଣ୍ଡାଳ’ । ଏହି ଗ୍ରାମଟିକୁ ଚାରିଆଡୁ ନାଳ ଓ ନଦୀ ଗୁଡ଼େଇ ରଖିଥିଵାରୁ ଏହାକୁ ଗାଡ଼ଗୁଣ୍ଡାଳ ନାମରେ ନାମିତ କରାଯାଇଛି ।
କିନ୍ତୁ ଗାଡ଼ ଶବ୍ଦଟି ତ ପ୍ରଚଳିତ କଥିତ ଭାଷାରେ ଗର୍ତ୍ତ ଅର୍ଥରେ ବହୁଳ ଭାବେ ଵ୍ୟଵହୃତ ତାହେଲେ ଗାଡ଼ ଶବ୍ଦକୁ ନଦୀ ଅର୍ଥରେ କାହିଁକି ଵ୍ୟଵହାର କରାଗଲା ?
କାରଣ ଏହି ଅଞ୍ଚଳରେ ଲୋକମାନେ ପୂର୍ଵେ ଵିଶ୍ଵାସ କରୁଥିଲେ ଯେ ପ୍ରତିଟି ନଦୀ ଏକ ଗର୍ତ୍ତରୁ ଜନ୍ମ ନେଇଥାଏ । ପୁଣି ପ୍ରତିଟି ନଦୀର ଉତ୍ପତ୍ତିସ୍ଥଳ କୌଣସି ପାହାଡ଼ ଖୋଲରୁ ବାହାରିଥିଵା ନାଳ ଵା ଝରଣା ଏବଂ ଏହା ଉଚ୍ଚଭୂମିରୁ ନିମ୍ନଭୂମିକୁ ଗଡ଼ିଗଲା ବେଳେ ଗଭୀରଗାଡ଼ ସୃଷ୍ଟି କରି ଆଗକୁ ବହିଯାଇଥାଏ । ତେଣୁ ସ୍ଥାନୀୟ ଲୋକେ ଏହାକୁ ଆଧାରକରି ନଈକୁ ଗାଡ଼ ବୋଲି କହିଥାନ୍ତି । ସେହିପରି ଢେଙ୍କାନାଳରେ ନଦୀକୁ କେହି କେହି ଧାର କହିଥାନ୍ତି । ଓଡ଼ିଶାରେ ନଈ ଵା ନଦୀ ଶବ୍ଦର ଏହିପରି ଅନେକ ଦେଶଜ ପ୍ରତିଶବ୍ଦ ଚଳୁଥାଇପାରେ ।
(ତଥ୍ୟ ଉତ୍ସ: ଦେଶିଆ ଜ୍ଞାନକୋଷ, ଚିତ୍ର ଉତ୍ସ: ଅନ୍ତର୍ଜାଲ)
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago