ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ
ଅଵିଭକ୍ତ କୋରାପୁଟରେ ନଦୀକୁ ଗାଡ଼ କୁହାଯାଏ ସେହିପରି ଯେଉଁଠାରେ ଗଭୀର ଜଳ ଥାଏ ଵା ଗଭୀର ଜଳ ଧାରଣ କରୁଥିଵା ଗର୍ତ୍ତକୁ ମଧ୍ୟ ଏଠାକାର ଲୋକେ ଗାଡ଼ କହିଥାନ୍ତି । ନାରାୟଣପାଟଣା ଅଞ୍ଚଳରେ ଝଞ୍ଜାଵତୀଚମ୍ପାଵତୀ ନାମକ ଦୁଇଟି ନଦୀର ମିଳନ ସ୍ଥଳର ନାମକୁ ‘ଗୋରିଆ ଗାଡ଼’ କୁହାଯାଏ ।
କିମ୍ବଦନ୍ତୀ ଅନୁସାରେ ଜୟପୁର ରାଜ୍ୟର ମହାରାଜା ଵିଶ୍ବମ୍ବର ଦେଵ(ଦ୍ୱିତୀୟ)ଙ୍କ ପ୍ରଥମ ରାଣୀ ଝଞ୍ଜାବତୀ ଦେଵୀ ଏହି ଗୋରିଆ ଗାଡ଼ରେ ବା ନଦୀରେ ସ୍ନାନ କରୁଥିଵାଵେଳେ ଉପର ମୁଣ୍ଡରେ ହଠାତ୍ ପ୍ରଵଳ ଵର୍ଷା ହୋଇ ଵନ୍ୟା ଆସିଵାରୁ ସେ ଏଠାରେ ସଲିଳ ସମାଧି ନେଇଥିଲେ ଓ ତାଙ୍କ ନାମ ଅନୁସାରେ ଏହି ନଦୀଟିର ନାମ ରଖାଯାଇଥିଲା ଝଞ୍ଜାଵତୀ ।
ସେହିପରି ପଟାଙ୍ଗି ଅଞ୍ଚଳରେ ଅନ୍ୟ ଏକ ନଦୀର ନାମ ମେରୁଗାଡ଼ ରହିଥିଵା ବେଳେ କୁନ୍ଦ୍ରା ଅଞ୍ଚଳର ଏକ ନଦୀ ଵେଷ୍ଟିତ ଗ୍ରାମର ନାମ ରହିଛି ‘ଗାଡ଼ଗୁଣ୍ଡାଳ’ । ଏହି ଗ୍ରାମଟିକୁ ଚାରିଆଡୁ ନାଳ ଓ ନଦୀ ଗୁଡ଼େଇ ରଖିଥିଵାରୁ ଏହାକୁ ଗାଡ଼ଗୁଣ୍ଡାଳ ନାମରେ ନାମିତ କରାଯାଇଛି ।
କିନ୍ତୁ ଗାଡ଼ ଶବ୍ଦଟି ତ ପ୍ରଚଳିତ କଥିତ ଭାଷାରେ ଗର୍ତ୍ତ ଅର୍ଥରେ ବହୁଳ ଭାବେ ଵ୍ୟଵହୃତ ତାହେଲେ ଗାଡ଼ ଶବ୍ଦକୁ ନଦୀ ଅର୍ଥରେ କାହିଁକି ଵ୍ୟଵହାର କରାଗଲା ?
କାରଣ ଏହି ଅଞ୍ଚଳରେ ଲୋକମାନେ ପୂର୍ଵେ ଵିଶ୍ଵାସ କରୁଥିଲେ ଯେ ପ୍ରତିଟି ନଦୀ ଏକ ଗର୍ତ୍ତରୁ ଜନ୍ମ ନେଇଥାଏ । ପୁଣି ପ୍ରତିଟି ନଦୀର ଉତ୍ପତ୍ତିସ୍ଥଳ କୌଣସି ପାହାଡ଼ ଖୋଲରୁ ବାହାରିଥିଵା ନାଳ ଵା ଝରଣା ଏବଂ ଏହା ଉଚ୍ଚଭୂମିରୁ ନିମ୍ନଭୂମିକୁ ଗଡ଼ିଗଲା ବେଳେ ଗଭୀରଗାଡ଼ ସୃଷ୍ଟି କରି ଆଗକୁ ବହିଯାଇଥାଏ । ତେଣୁ ସ୍ଥାନୀୟ ଲୋକେ ଏହାକୁ ଆଧାରକରି ନଈକୁ ଗାଡ଼ ବୋଲି କହିଥାନ୍ତି । ସେହିପରି ଢେଙ୍କାନାଳରେ ନଦୀକୁ କେହି କେହି ଧାର କହିଥାନ୍ତି । ଓଡ଼ିଶାରେ ନଈ ଵା ନଦୀ ଶବ୍ଦର ଏହିପରି ଅନେକ ଦେଶଜ ପ୍ରତିଶବ୍ଦ ଚଳୁଥାଇପାରେ ।
(ତଥ୍ୟ ଉତ୍ସ: ଦେଶିଆ ଜ୍ଞାନକୋଷ, ଚିତ୍ର ଉତ୍ସ: ଅନ୍ତର୍ଜାଲ)
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

13 hours ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

1 month ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago