ଲେଖା: ଅକ୍ଷୟ ଓଝା
ଗାଁ ଖେଳପଡ଼ିଆ । ସ୍କୁଲରୁ ଫେରିବା ମାତ୍ରେ ହିଁ କ’ଣ ଦିଟା ଖାଇଦେଇ ସିଧା ପଡ଼ିଆରେ । ବେଶ କୋଳାହଳ ହେଇଯାଏ ଖେଳ ପଡିଆ । ବ୍ୟାଟ ବଲ୍ ଷ୍ଟମ୍ପ ସବୁ ପହଞ୍ଚିଯାଏ । ଦୁଇ ଭାଗରେ ବାଣ୍ଟି ଯାଆନ୍ତି ଖେଳାଳି । ଟସ୍ ପଡ଼େ । ବ୍ୟାଟିଂ ବାଲା ଗ୍ରୁପ୍ ଭାରି ଖୁସି ହେଇଯାଆନ୍ତି ବୋଲିଂ ବାଲା ନିଜକୁ ଶ୍ରମିକ ଭଳି ଭାବି ଖେଳନ୍ତି । ବେଳେ ବେଳେ ଖେଳକୁ ନେଇ ଲଢେଇ ଝଗଡ଼ା ହୁଏ । ପାଟି ତୁଣ୍ଡ ହୁଏ । ସଞ୍ଜ ଆସନ୍ନରେ ଘରକୁ ଫେରିପଡୁ । ଦୁଇ ତିନି ଘଣ୍ଟା କୋଳାହଳ ହେଇଯାଏ । ଯେମିତି ଲାଗେ ପିଲାଦିନ ଟାକୁ ପୁରା ପୁରି ଜିଇଁ ଯାଇଛି । ଦୌଡ଼ିବା ପଡ଼ିବା ଶୋଇବା ବସିବା ଖାଇବା ନାଚିବା ସବୁ ଯେମିତି ଅନୁଭୂତି ସହିତ ଜୀବନ କିଛିଦିନ ବିତି ଯାଇଛି ଏଇଠି । ଏଇ ଖେଳପଡ଼ିଆରେ ।
ପିଲାଦିନର ବହୁତ ଅଭୁଲା ମୁହୂର୍ତ୍ତ ଏଠି ବିତିଛି । କେତେ ଆପଣାର ଏ ପଡ଼ିଆଟି ।
ଆଜି କେଇ ବର୍ଷ ବିତିଗଲା ପରେ ଫେରିଛି ଏ ପଡ଼ିଆକୁ । ତା’ ଛାତିରେ ଛିଡ଼ା ହେଇ ଦୋହରାଉଚି ଜୀବନକୁ । ପିଲାଦିନକୁ । ସମୟ ସୁଅରେ ଭାସି ଯାଇଥିବା ନିଷ୍ପାପ ବାଲ୍ୟ ଓ କିଶୋର ଅବସ୍ଥାକୁ ।
ଆଜି ପଡ଼ିଆଟା ଖାଲି ଖାଁ ଖାଁ ଲାଗୁଥିଲା । ପିଲାଙ୍କର ଆଗଭଳି କୋଳାହଳ ନଥିଲା । ଶୁନଶାନ୍ ଲାଗୁଥିଲା ପୁରା ଗାଁ ଖେଳପଡ଼ିଆ । ଆଜି କାଲି ପିଲେ ଆଗ ଭଳି ଏକାଠି ହେଇ ଖେଳିବାକୁ ପସନ୍ଦ କରୁନାହାଁନ୍ତି। ଆମ ପିଲାବେଳେ ଏତେ ଏକାନ୍ତ କେବିବି ଦେଖିନି ଏ ପଡ଼ିଆକୁ ।
ଆମର ଏଇ ପଡ଼ିଆର ଆରମ୍ଭରେ ଲକ୍ଷ୍ମୀନାରାୟଣ ମନ୍ଦିର । ଅକ୍ଷି ତୃତୀୟାରେ ବଡ଼ ମେଳା ଲାଗେ । ପାଲଟଣା ଉଠା ଦୋକାନ ଲାଗେ । ମାଟିମୂର୍ତ୍ତିରେ ଲକ୍ଷ୍ମୀନାରାୟଣ ଚାଳିଆ ଘରେ ପୂଜା ପାଆନ୍ତି । ପାଞ୍ଚଦିନ ଯାତ୍ରା ପାର୍ଟି ନାଟକ କରନ୍ତି । ମିଠେଇ, ପେଁ କାଳି, ବେଲୁନ, ଲଡ଼ୁ କେତେ କଣ କିଣିଛି ବୋଉଠୁ ଅଝଟ କରି ପଇସା ନେଇ ।
ଆଜି ଯେମିତି ସବୁ ଯେମିତି ଉଭାନ ହେଇଯାଇଛି । ସବୁ ଶିରୀ ହଜି ଯାଇଛି ଏଇ ଦାଣ୍ଡି ପଡ଼ିଆରୁ । ପିଲାଙ୍କ କୋଳାହଳ ନାହିଁ । ବାଲ୍ୟକାଳ ଯେମିତି ବନ୍ଧକ ପଡି ଯାଇଛି ଆଧୁନିକ ଯୁଗରେ ।
ଆଜି ବିଦେଶରୁ ଫେରି ପୁଣି ଥରେ ପିଲାଟିଏ ହେଇ ଯିବାକୁ ବହୁତ ଚେଷ୍ଟା କଲି । ଝାଳନାଳ ହେଇ ଦୌଡ଼ାଦୋୖଡ଼ି ଖୁବ ମନେ ପକେଇଲି । ଅମୂଲ୍ୟ, ନିର, ନରିଆ, ମଙ୍ଗୁଳି, ପଣ୍ଡା, ନଣ୍ଡା, ପ୍ରେମା, ଯୁଝିଆ, ନୀରା, ଧୁକୁଡ଼ା ଭାଇ , ନୋଇନ, ବନା ସମସ୍ତଙ୍କୁ ଗୋଟି ଗୋଟି କରି ମନେ ପକେଇ ଖୁବ ଆହ୍ଲାଦିତ ହେଲି କିନ୍ତୁ ସେମାନଙ୍କ ମଧ୍ୟରୁ କେହି ଜଣେ ବି ମାେ ପାଖରେ ନଥିଲେ । ପେଟପାଟଣାରେ ସବୁ ସେମିତି ବିକ୍ଷିପ୍ତ କୋଳି ମଞ୍ଜି ଭଳି ଭିନ୍ନ ଭିନ୍ନ ଜାଗାରେ ଗଛଟିଏ ହେଇ ସଂସାର ମେଲେଇ ଥିଲେ ।
~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…
~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…
~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…
~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…
~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…
~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ କମ୍ପି ଉଠୁଛି କଟକ ନଗର ଶୁଭୁଅଛି…