ଲେଖା: ଅକ୍ଷୟ ଓଝା

ଗାଁ ଖେଳପଡ଼ିଆ । ସ୍କୁଲରୁ ଫେରିବା ମାତ୍ରେ ହିଁ କ’ଣ ଦିଟା ଖାଇଦେଇ ସିଧା ପଡ଼ିଆରେ । ବେଶ କୋଳାହଳ ହେଇଯାଏ ଖେଳ ପଡିଆ । ବ୍ୟାଟ ବଲ୍ ଷ୍ଟମ୍ପ ସବୁ ପହଞ୍ଚିଯାଏ । ଦୁଇ ଭାଗରେ ବାଣ୍ଟି ଯାଆନ୍ତି ଖେଳାଳି । ଟସ୍ ପଡ଼େ । ବ୍ୟାଟିଂ ବାଲା ଗ୍ରୁପ୍ ଭାରି ଖୁସି ହେଇଯାଆନ୍ତି ବୋଲିଂ ବାଲା ନିଜକୁ ଶ୍ରମିକ ଭଳି ଭାବି ଖେଳନ୍ତି । ବେଳେ ବେଳେ ଖେଳକୁ ନେଇ ଲଢେଇ ଝଗଡ଼ା ହୁଏ । ପାଟି ତୁଣ୍ଡ  ହୁଏ । ସଞ୍ଜ ଆସନ୍ନରେ ଘରକୁ ଫେରିପଡୁ । ଦୁଇ ତିନି ଘଣ୍ଟା କୋଳାହଳ ହେଇଯାଏ । ଯେମିତି ଲାଗେ ପିଲାଦିନ ଟାକୁ ପୁରା ପୁରି ଜିଇଁ ଯାଇଛି । ଦୌଡ଼ିବା ପଡ଼ିବା ଶୋଇବା ବସିବା ଖାଇବା ନାଚିବା ସବୁ ଯେମିତି ଅନୁଭୂତି ସହିତ ଜୀବନ କିଛିଦିନ ବିତି ଯାଇଛି ଏଇଠି । ଏଇ ଖେଳପଡ଼ିଆରେ ।

ପିଲାଦିନର ବହୁତ ଅଭୁଲା ମୁହୂର୍ତ୍ତ ଏଠି ବିତିଛି । କେତେ ଆପଣାର ଏ ପଡ଼ିଆଟି ।
         
ଆଜି କେଇ ବର୍ଷ ବିତିଗଲା ପରେ ଫେରିଛି ଏ ପଡ଼ିଆକୁ । ତା’ ଛାତିରେ ଛିଡ଼ା ହେଇ ଦୋହରାଉଚି ଜୀବନକୁ । ପିଲାଦିନକୁ । ସମୟ ସୁଅରେ ଭାସି ଯାଇଥିବା ନିଷ୍ପାପ ବାଲ୍ୟ ଓ  କିଶୋର  ଅବସ୍ଥାକୁ ।
      
ଆଜି ପଡ଼ିଆଟା ଖାଲି ଖାଁ ଖାଁ ଲାଗୁଥିଲା । ପିଲାଙ୍କର ଆଗଭଳି କୋଳାହଳ ନଥିଲା । ଶୁନଶାନ୍ ଲାଗୁଥିଲା ପୁରା ଗାଁ ଖେଳପଡ଼ିଆ । ଆଜି କାଲି ପିଲେ ଆଗ ଭଳି ଏକାଠି ହେଇ ଖେଳିବାକୁ ପସନ୍ଦ କରୁନାହାଁନ୍ତି। ଆମ ପିଲାବେଳେ ଏତେ ଏକାନ୍ତ କେବିବି ଦେଖିନି ଏ ପଡ଼ିଆକୁ ।

ଆମର ଏଇ ପଡ଼ିଆର ଆରମ୍ଭରେ ଲକ୍ଷ୍ମୀନାରାୟଣ ମନ୍ଦିର । ଅକ୍ଷି ତୃତୀୟାରେ ବଡ଼ ମେଳା ଲାଗେ । ପାଲଟଣା ଉଠା ଦୋକାନ ଲାଗେ । ମାଟିମୂର୍ତ୍ତିରେ ଲକ୍ଷ୍ମୀନାରାୟଣ ଚାଳିଆ ଘରେ ପୂଜା ପାଆନ୍ତି । ପାଞ୍ଚଦିନ ଯାତ୍ରା ପାର୍ଟି ନାଟକ କରନ୍ତି । ମିଠେଇ, ପେଁ କାଳି, ବେଲୁନ, ଲଡ଼ୁ କେତେ କଣ କିଣିଛି ବୋଉଠୁ ଅଝଟ କରି ପଇସା ନେଇ ।
               
ଆଜି ଯେମିତି ସବୁ ଯେମିତି ଉଭାନ ହେଇଯାଇଛି । ସବୁ ଶିରୀ ହଜି ଯାଇଛି ଏଇ ଦାଣ୍ଡି ପଡ଼ିଆରୁ । ପିଲାଙ୍କ କୋଳାହଳ ନାହିଁ । ବାଲ୍ୟକାଳ ଯେମିତି ବନ୍ଧକ ପଡି ଯାଇଛି ଆଧୁନିକ ଯୁଗରେ ।
       
ଆଜି ବିଦେଶରୁ ଫେରି ପୁଣି ଥରେ ପିଲାଟିଏ ହେଇ ଯିବାକୁ ବହୁତ ଚେଷ୍ଟା କଲି । ଝାଳନାଳ ହେଇ ଦୌଡ଼ାଦୋୖଡ଼ି ଖୁବ ମନେ ପକେଇଲି । ଅମୂଲ୍ୟ, ନିର, ନରିଆ, ମଙ୍ଗୁଳି, ପଣ୍ଡା, ନଣ୍ଡା, ପ୍ରେମା, ଯୁଝିଆ, ନୀରା, ଧୁକୁଡ଼ା ଭାଇ , ନୋଇନ, ବନା ସମସ୍ତଙ୍କୁ ଗୋଟି ଗୋଟି କରି ମନେ ପକେଇ ଖୁବ ଆହ୍ଲାଦିତ ହେଲି କିନ୍ତୁ ସେମାନଙ୍କ ମଧ୍ୟରୁ କେହି ଜଣେ ବି ମାେ ପାଖରେ ନଥିଲେ । ପେଟପାଟଣାରେ ସବୁ ସେମିତି ବିକ୍ଷିପ୍ତ କୋଳି ମଞ୍ଜି ଭଳି ଭିନ୍ନ ଭିନ୍ନ ଜାଗାରେ ଗଛଟିଏ ହେଇ ସଂସାର ମେଲେଇ ଥିଲେ । 

Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago