ଲେଖା ବିଶ୍ୱରଞ୍ଜନ ମହାପାତ୍ର
ଗନ୍ଧରାଡ଼ି ଯାଆଁଳା ମନ୍ଦିର ଅବା ଚାରିଶମ୍ଭୁ ମନ୍ଦିର ଓଡ଼ିଶାର ବୌଦ୍ଧ ଜିଲ୍ଲାରେ ଅବସ୍ଥିତ ଏକ ପ୍ରସିଦ୍ଧ ଯାଆଁଳା ଶିବ ଓ ବିଷ୍ଣୁ ମନ୍ଦିର । ବଉଦ ସହର ଠାରୁ ୧୬ କି.ମି ଦୂରରେ ଅବସ୍ଥିତ ଜଗତି ଗାଆଁରେ ଏହି ପ୍ରସିଦ୍ଧ ମନ୍ଦିର ଅବସ୍ଥିତ । ସ୍ଥାନୀୟ ଲୋକେ ଯାଆଁଳା ମନ୍ଦିରକୁ ଚାରିଶମ୍ଭୁ ମନ୍ଦିର କହନ୍ତି। ଯାଆଁଳା ମନ୍ଦିର କହିଲେ, ଗୋଟିଏ ଭିତ୍ତଭୂମି ଉପରେ ଲାଗି ଲାଗି ତିଆରି ହୋଇଥିବା ସମାନ ଆକାରର ଦୁଇଟି ମନ୍ଦିରକୁ ବୁଝାଏ। ମନ୍ଦିର ଦୁଇଟି ସବୁ ଦୃଷ୍ଟିରୁ ଦେଖିବାକୁ ଏକାପରି । ଗୋଟିଏ ମନ୍ଦିରରେ ପୂଜା ପାଉଛନ୍ତି ଭଗବାନ ବିଷ୍ଣୁ ଓ ଅନ୍ୟ ମନ୍ଦିରରେ ଭଗବାନ ଶିବ । ବିଷ୍ଣୁ ପୂଜା ପାଉଥିବା ମନ୍ଦିରଟିର ନାମ ନୀଳମାଧବ ଏବଂ ମହେଶ୍ୱର ପୂଜାପାଉଥିବା ମନ୍ଦିରର ନାମ ସିଦ୍ଧେଶ୍ୱର । ନୀଳମାଧବ ମନ୍ଦିରର ଶିଖରରେ ଶୋଭା ପାଉଛି ନୀଳ କ୍ଲୋରାଇଟ ପଥରରେ ତିଆରି ଚକ୍ର । ସେହି ପରି ସିଦ୍ଧେଶ୍ୱର ମନ୍ଦିରର ଚୂଡା଼ରେ ସ୍ଥାପିତ ହୋଇଛି ଗୋଟିଏ ଶିବଲିଙ୍ଗ । କାରୁକାର୍ଯ୍ୟ ଦୃଷ୍ଟିରୁ ଦେଖିଲେ ଭୁବନେଶ୍ୱରର ମୁକ୍ତେଶ୍ୱରପରଶୁରାମେଶ୍ୱର ମନ୍ଦିର ସହ ତୁଳନୀୟ । ଗନ୍ଧରାଡ଼ି ଯାଆଁଳା ମନ୍ଦିର ଖିଞ୍ଜଳିର ଭଞ୍ଜ ରାଜାମାନଙ୍କ ପୃଷ୍ଠପୋଷକତାରେ ଅଷ୍ଟମ ଶତାବ୍ଦୀର ଶେଷ ଭାଗରେ ତିଆରି ହୋଇଥିବା ବିଶ୍ୱାସ କରାଯାଏ ।
ଜଗତିର ଏକ ଅଂଶର ନାମ ଗନ୍ଧରାଡ଼ି। ତେଣୁ ଏହା ମଧ୍ୟ ଗନ୍ଧରାଡ଼ି ଯାଆଁଳା ମନ୍ଦିର ଭାବେ ଓଡ଼ିଶାରେ ପ୍ରସିଦ୍ଧ । ଗନ୍ଧପତି ନାମକ ଏକ ଭଞ୍ଜ ରାଜା ସେଠାରେ ନିଜର ରାଜଧାନୀ ବସାଇଥିବାରୁ ସ୍ଥାନଟିର ନାଆଁ ଗନ୍ଧରାଡ଼ି ।
କାରୁକାର୍ଯ୍ୟ ଦୃଷ୍ଟିରୁ ଦେଖିଲେ ଭୁବନେଶ୍ୱରର ମୁକ୍ତେଶ୍ୱର ଓ ପରଶୁରାମେଶ୍ୱର ମନ୍ଦିର ସହ ତୁଳନୀୟ । ଗନ୍ଧରାଡ଼ି ଯାଆଁଳା ମନ୍ଦିର ଖିଞ୍ଜଳିର ଭଞ୍ଜ ରାଜାମାନଙ୍କ ପୃଷ୍ଠପୋଷକତାରେ ଅଷ୍ଟମ ଶତାବ୍ଦୀର ଶେଷ ଭାଗରେ ତିଆରି ହୋଇଥିବା ବିଶ୍ୱାସ କରାଯାଏ ।  ଚାରି ଶମ୍ଭୁ ମନ୍ଦିର କହିବାର କାରଣ ସେଠାରେ ଚାରୋଟି ଶିବଲିଙ୍ଗ ପୂଜା ପାଉଛନ୍ତି : ସିଦ୍ଧେଶ୍ୱର, ଜୋଗେଶ୍ୱର, କପିଳେଶ୍ୱର ଏବଂ ପଶ୍ଚିମ ସୋମନାଥ । ମୂଖ୍ୟମନ୍ଦିର ଠାରୁ କିଛି ଦୂରରେ ଏକ ବରଗଛ ମୂଳେ ଅଷ୍ଟଭୂଜା ଦୁର୍ଗା ଏବଂ ପଶ୍ଚିମ ସୋମନାଥ ମନ୍ଦିର ନିକଟରେ ଗଣେଶଙ୍କ ପ୍ରତିମା ଦେଖିବାକୁ ମିଳେ । ଗାଆଁ ଲାଗିଥିବା କ୍ଷେତରୁ ଏକଦା ସୁନ୍ଦର ନବଗ୍ରହ ପ୍ରତିମା ଏବଂ ଅନେକ ପ୍ରସ୍ତର କଳାର ଧ୍ୱଂସାବଶେଷ ଆବିଷୃତ ହୋଇଥିଲା । ସ୍ଥାନଟିର ଐତିହାସିକ ଗୁରୁତ୍ୱ ଥିବାରୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ସେଠାକାର ରକ୍ଷଣାବେକ୍ଷଣ କାର୍ଯ୍ୟ ତୁଲାଉଛି।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago