ଲେଖା ବିଶ୍ୱରଞ୍ଜନ ମହାପାତ୍ର
ଗନ୍ଧରାଡ଼ି ଯାଆଁଳା ମନ୍ଦିର ଅବା ଚାରିଶମ୍ଭୁ ମନ୍ଦିର ଓଡ଼ିଶାର ବୌଦ୍ଧ ଜିଲ୍ଲାରେ ଅବସ୍ଥିତ ଏକ ପ୍ରସିଦ୍ଧ ଯାଆଁଳା ଶିବ ଓ ବିଷ୍ଣୁ ମନ୍ଦିର । ବଉଦ ସହର ଠାରୁ ୧୬ କି.ମି ଦୂରରେ ଅବସ୍ଥିତ ଜଗତି ଗାଆଁରେ ଏହି ପ୍ରସିଦ୍ଧ ମନ୍ଦିର ଅବସ୍ଥିତ । ସ୍ଥାନୀୟ ଲୋକେ ଯାଆଁଳା ମନ୍ଦିରକୁ ଚାରିଶମ୍ଭୁ ମନ୍ଦିର କହନ୍ତି। ଯାଆଁଳା ମନ୍ଦିର କହିଲେ, ଗୋଟିଏ ଭିତ୍ତଭୂମି ଉପରେ ଲାଗି ଲାଗି ତିଆରି ହୋଇଥିବା ସମାନ ଆକାରର ଦୁଇଟି ମନ୍ଦିରକୁ ବୁଝାଏ। ମନ୍ଦିର ଦୁଇଟି ସବୁ ଦୃଷ୍ଟିରୁ ଦେଖିବାକୁ ଏକାପରି । ଗୋଟିଏ ମନ୍ଦିରରେ ପୂଜା ପାଉଛନ୍ତି ଭଗବାନ ବିଷ୍ଣୁ ଓ ଅନ୍ୟ ମନ୍ଦିରରେ ଭଗବାନ ଶିବ । ବିଷ୍ଣୁ ପୂଜା ପାଉଥିବା ମନ୍ଦିରଟିର ନାମ ନୀଳମାଧବ ଏବଂ ମହେଶ୍ୱର ପୂଜାପାଉଥିବା ମନ୍ଦିରର ନାମ ସିଦ୍ଧେଶ୍ୱର । ନୀଳମାଧବ ମନ୍ଦିରର ଶିଖରରେ ଶୋଭା ପାଉଛି ନୀଳ କ୍ଲୋରାଇଟ ପଥରରେ ତିଆରି ଚକ୍ର । ସେହି ପରି ସିଦ୍ଧେଶ୍ୱର ମନ୍ଦିରର ଚୂଡା଼ରେ ସ୍ଥାପିତ ହୋଇଛି ଗୋଟିଏ ଶିବଲିଙ୍ଗ । କାରୁକାର୍ଯ୍ୟ ଦୃଷ୍ଟିରୁ ଦେଖିଲେ ଭୁବନେଶ୍ୱରର ମୁକ୍ତେଶ୍ୱରପରଶୁରାମେଶ୍ୱର ମନ୍ଦିର ସହ ତୁଳନୀୟ । ଗନ୍ଧରାଡ଼ି ଯାଆଁଳା ମନ୍ଦିର ଖିଞ୍ଜଳିର ଭଞ୍ଜ ରାଜାମାନଙ୍କ ପୃଷ୍ଠପୋଷକତାରେ ଅଷ୍ଟମ ଶତାବ୍ଦୀର ଶେଷ ଭାଗରେ ତିଆରି ହୋଇଥିବା ବିଶ୍ୱାସ କରାଯାଏ ।
ଜଗତିର ଏକ ଅଂଶର ନାମ ଗନ୍ଧରାଡ଼ି। ତେଣୁ ଏହା ମଧ୍ୟ ଗନ୍ଧରାଡ଼ି ଯାଆଁଳା ମନ୍ଦିର ଭାବେ ଓଡ଼ିଶାରେ ପ୍ରସିଦ୍ଧ । ଗନ୍ଧପତି ନାମକ ଏକ ଭଞ୍ଜ ରାଜା ସେଠାରେ ନିଜର ରାଜଧାନୀ ବସାଇଥିବାରୁ ସ୍ଥାନଟିର ନାଆଁ ଗନ୍ଧରାଡ଼ି ।
କାରୁକାର୍ଯ୍ୟ ଦୃଷ୍ଟିରୁ ଦେଖିଲେ ଭୁବନେଶ୍ୱରର ମୁକ୍ତେଶ୍ୱର ଓ ପରଶୁରାମେଶ୍ୱର ମନ୍ଦିର ସହ ତୁଳନୀୟ । ଗନ୍ଧରାଡ଼ି ଯାଆଁଳା ମନ୍ଦିର ଖିଞ୍ଜଳିର ଭଞ୍ଜ ରାଜାମାନଙ୍କ ପୃଷ୍ଠପୋଷକତାରେ ଅଷ୍ଟମ ଶତାବ୍ଦୀର ଶେଷ ଭାଗରେ ତିଆରି ହୋଇଥିବା ବିଶ୍ୱାସ କରାଯାଏ ।  ଚାରି ଶମ୍ଭୁ ମନ୍ଦିର କହିବାର କାରଣ ସେଠାରେ ଚାରୋଟି ଶିବଲିଙ୍ଗ ପୂଜା ପାଉଛନ୍ତି : ସିଦ୍ଧେଶ୍ୱର, ଜୋଗେଶ୍ୱର, କପିଳେଶ୍ୱର ଏବଂ ପଶ୍ଚିମ ସୋମନାଥ । ମୂଖ୍ୟମନ୍ଦିର ଠାରୁ କିଛି ଦୂରରେ ଏକ ବରଗଛ ମୂଳେ ଅଷ୍ଟଭୂଜା ଦୁର୍ଗା ଏବଂ ପଶ୍ଚିମ ସୋମନାଥ ମନ୍ଦିର ନିକଟରେ ଗଣେଶଙ୍କ ପ୍ରତିମା ଦେଖିବାକୁ ମିଳେ । ଗାଆଁ ଲାଗିଥିବା କ୍ଷେତରୁ ଏକଦା ସୁନ୍ଦର ନବଗ୍ରହ ପ୍ରତିମା ଏବଂ ଅନେକ ପ୍ରସ୍ତର କଳାର ଧ୍ୱଂସାବଶେଷ ଆବିଷୃତ ହୋଇଥିଲା । ସ୍ଥାନଟିର ଐତିହାସିକ ଗୁରୁତ୍ୱ ଥିବାରୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ସେଠାକାର ରକ୍ଷଣାବେକ୍ଷଣ କାର୍ଯ୍ୟ ତୁଲାଉଛି।
Spread the love
admin

Recent Posts

ଶାମ୍ବ ଦଶମୀ

~ ଶାମ୍ବ ଦଶମୀ ~ ଉପସ୍ଥାପକ: ଆୟୁଷ୍ମାନ ଆର୍ଯ୍ୟ ପଞ୍ଚଦେବଙ୍କ ମଧ୍ୟରେ ଅନ୍ୟତମ ଦିନମଣି ଦିବାକରଙ୍କ ଉପାସନାର ପାବନ ଅବସର…

1 day ago

ଖୁଦୁରୁକୁଣୀ ପଟି

~ ଖୁଦୁରୁକୁଣୀ ଓଷାର ନିଆରା ପରମ୍ପରା ଖୁଦୁରୁକୁଣୀ ପଟି ~ ଉପସ୍ଥାପକ: ଆୟୁଷ୍ମାନ ଆର୍ଯ୍ୟ ଓଡ଼ିଆ ଘରେ ବର୍ଷର ବିଭିନ୍ନ…

4 days ago

ବଡ଼ମ୍ବାର ଜଗନ୍ନାଥ ମନ୍ଦିର

~ ବଡ଼ମ୍ବାର ଜଗନ୍ନାଥ ମନ୍ଦିର ~ ଉପସ୍ଥାପକ:  ଆୟୁଷ୍ମାନ ଆର୍ଯ୍ୟ ଓଡ଼ିଶାର ସଂସ୍କୃତି, ପରମ୍ପରା, ଲୋକବିଶ୍ୱାସରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନ…

5 days ago

ଶ୍ରୀକ୍ଷେତ୍ରରେ ଗଣେଶ ପୂଜା

~ ଶ୍ରୀକ୍ଷେତ୍ରରେ ଗଣେଶ ପୂଜା ~ ଉପସ୍ଥାପକ: ଶ୍ରୀ ଦୁର୍ଗାମାଧବ ମହାନ୍ତି ବକ୍ରତୁଣ୍ଡଂ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭ। ନିର୍ବିଘ୍ନମ୍…

5 days ago

ଝୁଲଣ ଯାତ୍ରା

~ ଝୁଲଣ ଯାତ୍ରା ~ ଉପସ୍ଥାପକ: ଦୁର୍ଗାମାଧବ ମହାନ୍ତି ଚଳିତ ବର୍ଷ ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଝୁଲଣ ଯାତ୍ରା…

5 days ago

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ସପ୍ତମ ପର୍ବ) ~ ୨୨ ଜୁନ ୨୦୨୫: ଆମ ମାଟିର ଅଗଣିତ ପ୍ରେରଣାପ୍ରଦ…

5 days ago