~ ଗଙ୍ଗାମାଧବ ~
ଲେଖା: ଶ୍ରୀକାନ୍ତ ସିଂହ
ଗଙ୍ଗାମାଧବ ! କୁରାଙ୍ଗ ଶାସନ ପଞ୍ଚାୟତର ଗଙ୍ଗେଶ୍ୱର ଗ୍ରାମରେ ଥିବା ଭଗବାନ ଶ୍ରୀକୃଷ୍ଣଙ୍କ ଅତୀବ କମନୀୟ ତଥା କାରୁକାର୍ଯ୍ୟପୂର୍ଣ୍ଣ ଖୁବ ସୁନ୍ଦର ପ୍ରତିମାଟିଏ ! ଏହି ପ୍ରତିମାଟିର ସୁକ୍ଷ୍ମ ତଥା ନିଖୁଣ କାରୁକାର୍ଯ୍ୟକୁ ଯେତେ ପ୍ରଶଂସା କଲେ ବି ତାହା କମ ହେବ l ସେ କାଳର ସେହି ମୂର୍ତ୍ତିକାରଙ୍କୁ କୋଟି କୋଟି ଦଣ୍ଡବତ, ଯାହାଙ୍କ ହାତର ଯାଦୁକରୀ ସ୍ପର୍ଶରେ ମୂର୍ତ୍ତିଟି ଜୀବନ୍ତ ହୋଇ ଉଠିଛନ୍ତି l
କଟକରୁ ଫୁଲନଖରା ଦେଇ ଅଡ଼ଶପୁର, ନିଆଳି ଯିବା ରାସ୍ତାରେ ପଡ଼ିବ ବ୍ରାହ୍ମଣଝରିଲୋ ଗାଁ l ସେଠାରୁ ଗୋଟେ କିଲୋମିଟର ପଥ ଅତିକ୍ରମ କଲା ପରେ ପଡ଼ିବ କୁରାଙ୍ଗ ଶାସନ ଛକ l ଆଉ ସେଇ କୁରାଙ୍ଗ ଛକରୁ ଏକ ଅଣ ଓସାରିଆ ରାସ୍ତାଟିଏ ଲମ୍ବି ଯାଇଛି ଗଙ୍ଗେଶ୍ୱର ଗ୍ରାମକୁ, ଗ୍ରାମର ଶେଷ ପ୍ରାନ୍ତରେ ରହିଛି ପ୍ରାଚୀନ “ଗଙ୍ଗାମଣି ମହାଦେବ ମନ୍ଦିର” l ମହାଦେବ ମନ୍ଦିର ନିକଟରେ ଏକ ନବ ନିର୍ମିତ ମନ୍ଦିରରେ ପୂଜା ପାଉଛନ୍ତି “ଗଙ୍ଗାମାଧବ ଶ୍ରୀକୃଷ୍ଣ” l
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଏହି ପ୍ରତିମାଟି ଗଙ୍ଗାମଣି ମହାଦେବ ମନ୍ଦିର ସଂଲଗ୍ନ ପୁଷ୍କରିଣୀରେ କେଉଁ କାଳରୁ ପଡ଼ି ରହିଥିଲେ l ତଳ ମୁହାଁ ହୋଇ, ପୋତି ହୋଇ ପଡ଼ି ରହିଥିବାରୁ ଏହା ଯେ ଭଗବାନ ଶ୍ରୀକୃଷ୍ଣଙ୍କ ଏକ ଦିବ୍ୟପ୍ରତିମା ତାହା କାହାରିକୁ ଜଣା ନଥିଲା l ଏମିତିକି ଖରାଦିନେ ପୋଖରୀରୁ ପାଣି ଶୁଖିଗଲା ପରେ, ପିଲାମାନେ ମୂର୍ତ୍ତିର ପଶ୍ଚାତ ଭାଗ ପଥର ଉପରେ ଛିଡ଼ା ହୋଇ ଖେଳକୁଦ କରନ୍ତି l
ଆଜକୁ ଦଶ ବର୍ଷ ପୂର୍ବେ, ଦୁଇହଜାର ତେର ମସିହାରେ ପୁଷ୍କରିଣୀର ପୁନଃ ଖନନ ସମୟରେ ଏହି ମୂର୍ତ୍ତିଟି ଲୋକଲୋଚନକୁ ଆସିଥିଲେ l ପରବର୍ତ୍ତୀ ସମୟରେ ଗ୍ରାମବାସୀଙ୍କ ଉଦ୍ୟମରେ ନୂତନ ଏକ ମନ୍ଦିର ନିର୍ମାଣ କରାଯାଇ, ସେହି ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣଙ୍କ ଏହି ପ୍ରତିମାଟି ପ୍ରାଣ ପ୍ରତିଷ୍ଠିତ ହୋଇ ପୂଜା କରାଯାଉଛି l ଆଉ ସେଇଦିନରୁ ଗାଁର ନାମାନୁସାରେ ଭଗବାନ ଶ୍ରୀକୃଷ୍ଣ, “ଗଙ୍ଗାମାଧବ” ନାମରେ ପରିଚିତ ହେଲେ l ଗ୍ରାମବାସୀଙ୍କ ମହତ ଉଦ୍ୟମକୁ ହୃଦୟରୁ ସାଧୁବାଦ l
ମୂର୍ତ୍ତିଟିରେ ଏକ କଦମ୍ବ ବୃକ୍ଷ ମୂଳରେ କୁଞ୍ଜକାନ୍ତ ଶ୍ରୀକୃଷ୍ଣ ବଂଶୀ ବାଦନ ମୁଦ୍ରାରେ ଦଣ୍ଡାୟମାନ l ତାଙ୍କ ବେନି ପାର୍ଶ୍ୱରେ ଅଷ୍ଟସଖୀଗଣ ଶ୍ରୀକୃଷ୍ଣଙ୍କ ମୁଖମଣ୍ଡଳକୁ ଚାହିଁ ବଂଶୀ ଧ୍ୱନି ଶ୍ରବଣ କରୁଛନ୍ତି l ଶ୍ରୀକୃଷ୍ଣଙ୍କ ଛନ୍ଦାୟିତ ପଦଯୁଗଳ ନିକଟରେ ଗୋ ବତ୍ସାଦି ବେଢ଼ି ରହିଛନ୍ତି l ହାତରେ ପୁଷ୍ପମାଲ୍ୟ ଧାରଣ ପୂର୍ବକ ଉଡ୍ଡୀୟମାନ ଗନ୍ଧର୍ବ ଓ କିନ୍ନର କୃଷ୍ଣଙ୍କ ମସ୍ତକଦେଶର ଉଭୟ ପାର୍ଶ୍ୱରେ ଶୋଭା ବର୍ଦ୍ଧନ କରୁଛନ୍ତି l ନିହାଣ ମୁନରେ ଏ ସମସ୍ତ କଳାକୃତି ଖୁବ୍ ନିଖୁଣ ଭାବରେ ଉତ୍କୀର୍ଣ୍ଣ ହୋଇଛି l
ଭଗବାନ ଶ୍ରୀକୃଷ୍ଣଙ୍କ ଏହି ସୁନ୍ଦର ମୂର୍ତ୍ତିଟି ଗଙ୍ଗାମଣିଙ୍କ ପୁଷ୍କରିଣୀକୁ କିପରି ଆସିଲା ତାର ଇତିହାସ ଓ ଉତ୍ତର କାହାରି ପାଖରେ ନାହିଁ l ହୁଏତ ଅତୀତରେ, କୌଣସି ଏକ ସମୟରେ ବିଧର୍ମୀଙ୍କ ଆକ୍ରମଣରୁ ପ୍ରତିମାଟିକୁ ରକ୍ଷା କରିବାକୁ ଯାଇ ଗ୍ରାମବାସୀମାନେ ମୂର୍ତ୍ତିଟିକୁ ପୁଷ୍କରିଣୀରେ ସୁରକ୍ଷିତ ଭାବେ ପୋତି ଦେଇଥିବା ଅନୁମାନ l ଘଟଣା ତେଣିକି ଯାହାବି ହେଇ ଥାଉ ନା କାହିଁକି, ଭଗବାନ ଶ୍ରୀକୃଷ୍ଣଙ୍କ ଏହି ଦିବ୍ୟ ପ୍ରତିମାଟି କଳିଙ୍ଗ ସ୍ଥାପତ୍ୟ ଶୈଳୀର ଏକ ଶ୍ରେଷ୍ଠ ନିର୍ମାଣ ଏଥିରେ କୌଣସି ଦ୍ଵିଧା ନାହିଁ l
ଗଙ୍ଗେଶ୍ୱର ଗ୍ରାମର ଗଙ୍ଗାମଣି ମହାଦେବ ମନ୍ଦିରଟି ମଧ୍ୟ ବହୁ ପ୍ରାଚୀନ ମନ୍ଦିର l ମନ୍ଦିର ଗାତ୍ରରେ ଥିବା ଗଣେଶ, କାର୍ତ୍ତିକେୟ ଓ ଦେବୀ ପାର୍ବତୀଙ୍କ ପ୍ରତିମାରୁ ମୂର୍ତ୍ତିଗୁଡ଼ିକର ପ୍ରାଚୀନତା ବାରିହୋଇ ପଡ଼େ l
#ଶ୍ରୀଗଙ୍ଗାମାଧବ_ମନ୍ଦିର : ଗଙ୍ଗେଶ୍ୱର, କୁରାଙ୍ଗ ଶାସନ , ବାରଙ୍ଗ, କଟକ
Kuranga Sasan Cuttack Kataka
GangaMadhab Gangamani Mahadev
Spread the love
admin

Recent Posts

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 weeks ago

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

2 weeks ago

ବଳଦେବ ଉପାସନା

~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…

2 weeks ago

ତୁମେ ତ ଲୋକରେ ସାର

~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ  କମ୍ପି ଉଠୁଛି କଟକ ନଗର ଶୁଭୁଅଛି…

2 weeks ago