ଲେଖା: ଶିଶିର ସାହୁ ମନୋଜ

ଭାରତ ଉପମହାଦେଶ ତଥା ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜରେ ଖପରଖାଇ ବୋଲି ଗୋଟିଏ ଜଳଚର ପକ୍ଷୀ ଦେଖାଯାଏ ।

ଏହି ଖପରଖାଇ ପକ୍ଷୀର ଵୈଜ୍ଞାନିକ ନାମ―Anhinga melanogaster ଏଵଂ ସାଧାରଣ  ଇଂରାଜୀ ନାମ oriental darter, indian darter ଓ snakebirds କୁହାଯାଏ ।

ଖପରଖାଇକୁ ପେଙ୍ଗୁଇନ, ବତକ ଓ ହଂସ ଇତ୍ୟାଦିଙ୍କ Suliformes ଵର୍ଗରେ ଵର୍ଗିକୃତ କରାଯାଇଛି ।

ଭାରତର ଭିନ୍ନ ଭିନ୍ନ ଭାଷାରେ ଏ ପକ୍ଷୀର ଵିଭିନ୍ନ ନାମ ପ୍ରଚଳିତ ଉଦାହରଣ ସ୍ଵରୂପ ଭୋଜପୁରୀରେ ଏ ପକ୍ଷୀକୁ ପନଵା, ବଙ୍ଗାଳୀରେ ଗୟାର, ଗୁଜରାଟୀରେ ସର୍ପଗ୍ରୀଵା ଓ ମଲୟାଲମୀରେ ଚେରକ୍କୋଳ଼ି କୁହାଯାଇଥାଏ ।

ତେଵେ ଖପରଖାଇ ପକ୍ଷୀର ଏଭଳି ଓଡ଼ିଆ ନାମକରଣ ପଛର କୌଣସି ଯୁକ୍ତିଯୁକ୍ତ ତଥ୍ୟ ପ୍ରାପ୍ତ ହୋଇପାରେ ନାହିଁ । ଓଡ଼ିଆ ଭାଷାରେ ଆଉ ଏକ ଶବ୍ଦ ଖପରାଖାଈ ସହିତ ଖପରଖାଇ ଶବ୍ଦର ସାମଞ୍ଜସ୍ୟ ଦୃଶ୍ଯ ହୁଏ ।

ଖପରାଖାଈ ଶବ୍ଦର ନାନା ଅର୍ଥ ରହିଛି ଏଵଂ ଏ ଶବ୍ଦ କେତେକ ଅଞ୍ଚଳରେ ଗାଳି ଭାଵେ ଵ୍ଯଵହୃତ ହୋଇଥାଏ । ଖପରଖିଆର ସ୍ତ୍ରୀଵାଚକ ରୂପ ଖପରାଖାଈ ।

ଯିଏ ଖପରାରେ ଖାଏ ଅର୍ଥାତ୍ ଯା’ ପାଖରେ ମାଟିହାଣ୍ଡିଟିଏ ବି ନାହିଁ ମାନେ ଅତି ଦରିଦ୍ର ଲୋକ ତାକୁ ଖପରାଖିଆ କୁହାଯାଏ ।

ଖପରଖାଈ ଶବ୍ଦର ଦ୍ଵିତୀୟ ଅର୍ଥ ଆହୁରି କୌତୁହଳପ୍ରଦ । ଆମ ଓଡ଼ିଶାରେ ଚଣ୍ଡୀଙ୍କ ପରି ଅତିଶୟ ଉଗ୍ରପ୍ରକୃତିକା ମହିଳାଙ୍କୁ ମଧ୍ୟ ଖପରାଖାଈ କୁହାଯାଏ ।

ଚଣ୍ଡୀ ଠାକୁରାଣୀ ଯେପରି ଖପରା ଵା ମନୁଷ୍ଯ ମୁଣ୍ଡର ଖପୁରିରେ ରକ୍ତପାନ କରନ୍ତି ସେହିପରି ପାନାହାର କରୁଥିଵା ଓ ତତ୍ସ୍ବଭାବ ସମ୍ପନ୍ନା ସ୍ତ୍ରୀଵିଶେଷଙ୍କୁ ମଧ୍ୟ ଖପରାଖାଈ କୁହାଯାଏ । ଏହି ଅର୍ଥରେ ପ୍ରଚଳିତ ଅନ୍ୟ ଏକ ଶବ୍ଦ ହେଉଛି ଅଣ୍ଡିରାଚଣ୍ଡି ।

ତେଵେ ସମ୍ଭଵତଃ ଖପରଖାଇ ପକ୍ଷୀଟି ଉଗ୍ର ସ୍ଵଭାଵର ହୋଇଥିଵା ଯୋଗୁଁ ଏହାର ଏପରି ନାମକରଣ ହୋଇଥାଇପାରେ । ତେବେ ଖପରଖାଇ ପକ୍ଷୀର ଆଉ କିଛି ନାମ ରହିଥିବା ମଧ୍ୟ ଅନୁମେୟ ।

© ଶବ୍ଦଭେଦ

Spread the love
admin

Recent Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

6 days ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 week ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

1 week ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

2 weeks ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

3 weeks ago