ଲେଖା: ରବୀନ୍ଦ୍ର କୁମାର ରଣା
ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ କୋଶକା ପଞ୍ଚାୟତର ଅଁଳାପଟା ଗ୍ରାମରେ ରହିଛି ନବମ ଶତାବ୍ଦୀର ପ୍ରସିଦ୍ଧ ଯୋଗୀ ଯୋଗିଆଣି ବୌଦ୍ଧପୀଠ ।
ପାହାଡ଼ ଜଙ୍ଗଲ ଘେରା ସୁନ୍ଦର ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶରେ ଏହି ବୌଦ୍ଧ ପୀଠଟି ଅବସ୍ଥିତ । ଗୋଟିଏ ଛୋଟିଆ ଆସ୍ଥାନ ଉପରେ ବିଭିନ୍ନ ମୁଦ୍ରାରେ ବସିଥିବା ଭଗବାନ ବୁଦ୍ଧଙ୍କର ଚାରୋଟି ସୁନ୍ଦର ମୂର୍ତ୍ତୀ ଦେଖିବାକୁ ମିଳେ ଏଠାରେ । କଳାମୁଗୁନି ପଥରରେ ଏହି ମୂର୍ତ୍ତିଗୁଡିକ ନିର୍ମିତ । ଗବେଷକମାନଙ୍କ ମତ ଯେ ଏହି ମୂର୍ତ୍ତୀଗୁଡିକ ଅଷ୍ଟମ କିମ୍ବା ନବମ ଶତାବ୍ଦୀର ହୋଇପାରେ । ପ୍ରାୟ ଅଢେଇ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମୂର୍ତ୍ତୀଗୁଡିକର ନିମ୍ନ ଭାଗରେ ସୁନ୍ଦର କାରୁକାର୍ଯ୍ୟ ମଧ୍ଯ ଖୋଦିତ ।
କିମ୍ବଦନ୍ତୀ କହେ ପାଣ୍ଡବ ମାନେ ବନବାସ ସମୟରେ ଏହି ଠାରେ ରହିଥିଲେ ଓ ଭୀମ ଆଣ୍ଠୁମାଡ଼ି ଏହି ଝରଣାରୁ ପାଣି ପିଇଥିଲେ । ତେଣୁ ଏଠାରେ ପଥର ଉପରେ ଭୀମଙ୍କ ଆଣ୍ଠୁଚିହ୍ନ ଏବେ ବି ରହିଛି । କେବଳ ଖରା ତିନି ମାସ ଛାଡିଦେଲେ ବର୍ଷର ଅନ୍ୟ ସମୟରେ ଏହି ଝରଣାରେ ପାଣି ଥାଏ ।
ପ୍ରତିବର୍ଷ ଜାନୁଆରୀ ପହିଲାରେ ଏଠାରେ ବୁଦ୍ଧ ମହୋତ୍ସବ ଅନୁଷ୍ଠିତ ହେଉଛି । ଏହି ସମୟରେ ବହୁ ସଂଖ୍ୟାରେ ବୌଦ୍ଧ ସନ୍ୟାସୀ ଓ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । କିନ୍ତୁ ବଣଭୋଜି କରିବା ପାଇଁ ଏହି ସ୍ଥାନଟି ସର୍ବୋତ୍କୃଷ୍ଟ । ଯଦି କେହି ଖଣ୍ଡପଡ଼ା ଦେଇ କଣ୍ଟିଲୋ ନୀଳମାଧବଙ୍କ ପୀଠକୁ ଯାଉଛନ୍ତି ତେବେ ଖଣ୍ଡପଡ଼ାର ପ୍ରସିଦ୍ଧ ମୁଣ୍ଡିଆ ହନୁମାନ ପୀଠ ଓ ଏହି ଯୋଗୀ ଯୋଗିଆଣି ବୌଦ୍ଧ ପୀଠକୁ ବୁଲିବାକୁ ଯାଇପାରିବେ । ସହରର କୋଳାହଳଠାରୁ ଦୂରରେ ପାହାଡ଼ ଜଙ୍ଗଲ ଓ ଝରଣାର ମଜା ନେବା ସହିତ ବଣଭୋଜି ବି କରିପାରିବେ ।
~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…
~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…
ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…
ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…
ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…